ଜୟ ମହାବୀର ବରିଷ୍ଠ ନାଗରିକ ମଞ୍ଚ ଦଶପଲ୍ଲା ନୂତନ କର୍ମକର୍ତ୍ତା ନିର୍ବାଚନ ଚୟନ ବୈଠକ
ଦଶପଲ୍ଲା,୧୫/୦୩ : ଜୟ ମହାବୀର ବରିଷ୍ଠ ନାଗରିକ ମଞ୍ଚର ପାଟଣା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାଇ ଶତାଧିକ ସଭ୍ୟ ସଭ୍ୟାଙ୍କ ଉପସ୍ଥିତିରେ ଅସ୍ଥାଇ ସଭାପତି ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ପୂର୍ବ ସମୟର ସମସ୍ତ ବିଷୟକୁ ଆଲୋଚନା, ପ୍ରଜ୍ୟାଲୋଚୋନା ପରେ ସର୍ବ ସମୂର୍ଖରେ ସବୁ ବିଷୟ ଗୁଡ଼ିକୁ ଦୃଢ଼ୀକରଣ କରାଗଲା । ଏହା ପରେ ମର୍ତୁବରଣ କରିଥିବା ସମସ୍ତ ବରିଷ୍ଠ ନାଗରିକ ମଞ୍ଚର ସଭ୍ୟ ସଭ୍ୟା ମାନଙ୍କ ଉଦେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏବଂ ପୂର୍ବତନ ସଭାପତିଙ୍କୁ ଅନ୍ତର କରାଯାଇ ଭୋଟ ମାଧ୍ୟମରେ ନୂତନ ସଭାପତି ଓ କର୍ମକର୍ତ୍ତା ଚୟନ କରାଯାଇଥିଲା । ମହାବୀର ବଣିକ ମହାସଂଘ ର ସଭାପତି ଶ୍ରୀ ଅଲେଖ ଚନ୍ଦ୍ର ସାହୁ , ଶ୍ରୀ ବସନ୍ତ କୁମାର ପଣ୍ଡା , ଶ୍ରୀ ପ୍ରଫୁଲ୍ଲ କୁମାର ବାରିକି , ଶ୍ରୀ ଦଣ୍ଡପାଣି ସାହୁ, ଶ୍ରୀ ବିରଞ୍ଚି କୁମାର ମିଶ୍ର ଙ୍କୁ ମଞ୍ଚର ଉପଦିଷ୍ଟା ଭାବରେ ଓ ଓକିଲ ଶ୍ରୀ ସୁଶାନ୍ତ କୁମାର ପାତ୍ର ସଭାପତି, ଉପସଭାପତି ଶ୍ରୀ ଗଙ୍ଗାଧର ମିଶ୍ର ସମ୍ପାଦକ ଶ୍ରୀ ସୀତାରାମଲାଲ ଅଗ୍ରୱାଲ , କୋଷାଧ୍ୟକ୍ଷ ରଙ୍କନିଧି ସାହୁ ଓ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରହ୍ଲାଦ ସାହୁ ଙ୍କୁ ସର୍ବସହମତି କର୍ମେ ନିର୍ବାଚିତ କରାଗଲା । ଓ ସମସ୍ତ କର୍ମକର୍ତ୍ତାଙ୍କ ନିଜ ନିଜର କାର୍ଯ୍ୟ ସୁଚାର ରୂପେ ସମ୍ପାଦନ କରିବା ପାଇଁ ଆଜିର ସଭା ସେମାନଙ୍କୁ ଶପଥ ପାଠ କରାଇଲା । ପରିଶେଷରେ ନୂତନ ସଭାପତି ଶ୍ରୀ ସୁଶାନ୍ତ କୁମାର ପାତ୍ର ଆଜିର ସଭାର ସଭାପତିଙ୍କୁ ଧନ୍ୟବାଦ୍ ଦେବା ସହିତ ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ପ୍ରସାଦ ସେବନ ପାଇଁ ଅନୁରୋଧ କରିବା ସହିତ ଆଜିର ସଭାକୁ ସାଙ୍ଗ କରିଥିଲେ ।
