ଆନନ୍ଦପୁର ମହାବିଦ୍ୟାଳୟ ରେ ଇଂରାଜୀ ବିଭାଗ ର ବାର୍ଷିକ ଉତ୍ସବ

ଆନନ୍ଦପୁର ମହାବିଦ୍ୟାଳୟ ର ନୂତନ ସମ୍ମିଳନୀ କକ୍ଷରେ ଇଂରାଜୀବିଭାଗ ର ମୁଖ୍ୟ ପ୍ରାଧ୍ୟାପକ ଦୁର୍ଗା ଶଙ୍କର ପରିଡ଼ା ଙ୍କସଭପ ତିତ୍ୟ ରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ର ଯୋଗ ଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟ ରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଇଂରାଜୀ ବିଭାଗ ର ବାର୍ଷିକ ଉତ୍ସବ କୁ ଉଦଘାଟନ କରିଥିଲେସର୍ବ ପ୍ରଥମେ ଛାତ୍ର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେସମ୍ମାନିତ ଅତିଥି ଭାବେ ରାମ ଚନ୍ଦ୍ର ମଲ୍ଲିକ,ସୂର୍ଯ୍ୟମଣି ଜେନା, ପ୍ରଫୁଲ୍ଲ କୁମାର ପଣ୍ଡା,ସବିନା ଆର ବେଗମ , ପୁଷ୍ପଲତା ରାମ,ନିହରିକା ପ୍ରିୟଦର୍ଶିନୀ ପାତ୍ରଯୋଗ ଦେଇ ଦୈନଦିନ ଜୀବନ ରେ ଇଂରାଜୀ ଭାଷା ର ଅବଦାନ ସମ୍ପର୍କ ରେ ଆଲୋଚନା କରିଥିଲେକୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ କ୍ରମ ପରିବେଷଣ କରାଯାଇଥିଲା, ସମସ୍ତ ଛାତ୍ର ଛାତ୍ରୀ ଓ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମ ଚାରି ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *