ଅଟଳ ସେନା ପକ୍ଷ ରୁ ସ୍ବେଛାକୃତ ରକ୍ତଦାନ ଶିବିର
ଅଟଳ ସେନା ପକ୍ଷ ରୁ ସ୍ବେଛାକୃତ ରକ୍ତଦାନ ଶିବିର।
ରଙ୍ଗେଈଲୁଣ୍ଡା
15/3 ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ରାଲବ ସୂର୍ଯ୍ୟବର୍ଦ୍ଧନ କଲ୍ୟାଣ ମଣ୍ଡପ ପରିସରରେ ଅଟଳ ସେନା ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେପି କାର୍ଯ୍ୟକର୍ତ୍ତା ସୁନୀଲ କୁମାର ପାତ୍ର,ରଙ୍ଗେଈଲୁଣ୍ଡା ବ୍ଲକବିଜେପି ସଭାପତି ବ୍ରଜମୋହନ ନାହାକ,ଗଙ୍ଗାଧର ଶତପଥୀ ଏବଂ ବି ଗଣେଶ ପାତ୍ର ଅନୁଷ୍ଠାନିକ ଭାବେ ଶିବିର କୁ ଉଦଘାଟନ କରିଥିଲେ। ରକ୍ତଦାନ କରି ସମାଜର ମଙ୍ଗଳକାମନା କରିବା ଓ ରକ୍ତବୀର ମାନଙ୍କୁ ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ୍ୟବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସାମ୍ପ୍ରତିକ ପରିସ୍ଥିତି ରେ ରକ୍ତ ପାଇଁ ବହୁ ଲୋକ ଙ୍କ ଜୀବନ ଚାଲିଯାଉଛି। ତେଣୁ ରକ୍ତଦାନ ଶିବିର ର ଆବଶ୍ୟକତା ରହିଛି ବୋଲି ଅଟଳ ସେନା ର ମଣ୍ଡଳ କାର୍ଯ୍ୟକର୍ତ୍ତା ଗୁରୁନାଥ ଖୁଣ୍ଟିଆ କହିଥିଲେ। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆସୁଥିବା ଯୋଗୁଁ ଡାକ୍ତରଖାନା ରେ ରକ୍ତର ଘୋର ଅଭାବ ଦେଖାଯାଇଥଏ ଯାହାଫଳରେ ଲୋକ ମାନଙ୍କ ଜୀବନ ଚାଲିଯାଏ ଅଟଳ ସେନାର ଏହିପରି ମହତକାର୍ଯ୍ୟ କୁ ହଳଦିଆପଦର ସରପଞ୍ଚ ଦଣ୍ଡପାଣି ବେହେରା ଭୁୟସୀ ପ୍ରଶଂସା କରିବା ସହ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ। ବିଗତ ବର୍ଷ ୩୭ୟୁନିଟ ରକ୍ତ ସଂଗୃହିତ ହୋଇଥିବା ବେଳେ ଚଳିତ ବର୍ଷ ୧୦୦ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ନେଇ ବ୍ରହ୍ମପୁର ଏମକେସିଜି ମେଡିଜାଲ ଷ୍ଟାଫ ସୂଚନା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅଟଳ ସେନାର କୈଳାଶ ମହାନ୍ତି, କବିରାଜ ଖୁଣ୍ଟିଆ, ଗୋପୀନାଥ ମହାରଣା, ଜଗଦୀଶ ପାଢ଼ୀ, ଟୁକୁନା ମହାନ୍ତି, ଟୁଟୁ ଦାଶ, ପିଣ୍ଟୁ ଦାଶ, ଶୁଭମ ମହାପାତ୍ର, ବିରବର ବେହେରା, ସମେତ ବହୁ କର୍ମକର୍ତ୍ତା ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।
