ଜଗନ୍ନାଥପୁର ପଞ୍ଚାୟତ ର ୩ଗୋଟି ୱାଡ ରେ ପାନୀୟ ଜଳଯୋଗାଣ ଠପ

ଜଗନ୍ନାଥପୁର ପଞ୍ଚାୟତ ର ୩ଗୋଟି ୱାଡ ରେ ପାନୀୟ ଜଳଯୋଗାଣ ଠପ।
କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଟାଙ୍କି କାହା ସ୍ବାର୍ଥରେ।
ରଘୁନାଥପୁର ତା ୧୫/୩—–ରଘୁନାଥପୁର ଜଳଯୋଗାଣ ସବଡିଭିଜନ ଅଧିନରେଥିବା ଜଗନ୍ନାଥପୁର ବାଗସାହି ର ୫,୬,୭ନଂ ୱାଡରେ ପାନୀୟଜଳ ଯୋଗାଣଗ ଏକପ୍ରକାର ଠପ ହୋଇପଡିଛି।ଏହି ୩ଗୋଟି ୱାଡପାଇଁ ୫୦ ହଜାର ଲିଟର ବିଶିଷ୍ଟ ନୂତନପାଣିଟାଙ୍କି ଓ ପାଇପଲାଇନ ବିଛାଣକରାଯାଇ ପ୍ରାୟ୧କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚରେ


ଚ୍ଚଜଳଯୋଗାଣ କରାଯାଇଛି।ହେଲେ ଏହି ଟାଙ୍କି ନିର୍ମାଣ ହେବାର ୨ମାସ ନପୁରୁଣୁ ଜଳଯୋଗାଣରେ ବିଫଳହୋଇଛି।ବିଭିନ୍ନ ଜାଗାରେ ପାଇପଲାଇନ ଫାଟି ପାଣି ବୋହିଯାଉ ଥିବାବେଳେ ଆଉକେତେକ ଯାଗାରେ ଟ୍ୟାପରୁ ପାଣିବାହାରିଯାଉଥିବା ଦେଖିଆକୁ ମିଳଛି।ତେବେ ଅତି ନିମ୍ନମାନର ପାଇପଲାଇନ ବିଛା ଯାଇଥିବାରୁ ନିର୍ମାଣ ହେବାର ୨ମାସ ମଧ୍ୟରେ ପ୍ରତିଦିନ ପାଇପମରାମତି ଚାଲିଛି।ଏବେ ପ୍ରବଳ ଗ୍ରୀଷ୍ମ ପ୍ରଭାହ ଆରମ୍ଭହେଉଥିବାରୁ ଏହି ୩ଗୋଟି ୱାର୍ଡ ବାସୀନ୍ଦା ପାଣିପାଇଁ ଡହଳବିକଳ ହେଉଛନ୍ତି।କୋଟିକୋଟି ଟଙ୍କା ବ୍ୟୟରେ ସରକାର ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ପାନୀୟଜଳର ବ୍ୟବସ୍ତା କରୁଥିଲେ ମଧ୍ୟ କେତେକ ଅସାଧୁ କର୍ମଚାରୀ ମାନଙ୍କ ପାଇଁ ଏହା ଏବେ ପ୍ରହସନରେ ପରିଣତହୋଇଛି। ଏତେ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ବାଗସାହି ଜଳଯୋଗାଣ ପ୍ରକଳ୍ପ କାହାସ୍ବାର୍ଥରେ ବୋଲି ୩ଗୋଟି ୱାର୍ଡ ବାସୀନ୍ଦା ସରକାରଙ୍କୁ ପ୍ରଶ୍ନକରିଛନ୍ତି।ଏଠାରେ ପ୍ରକାଶଥାଉକି ରଘୁନାଥପୁର ବ୍ଲକର ୧୯ଗୋଟି ପଞ୍ଚାୟତ ରେ ପାନୀୟଜଳ ଯୋଗାଣରେ ବ୍ୟାବକ ସଂଙ୍କଟ ଦେଖାଦେଇଛି।ଗୋଟିଏବି ଜାଗାରେ ପାଣିଟାଙ୍କି ସଠିକ ଭାବେ କାର୍ଯ୍ୟକରୁନଥିବା ଅଭିଯୋଗ ହେଉଛି।ତୁରନ୍ତ ଗ୍ରୀଷ୍ମ ପ୍ରବାହକୁ ଆଖିଆଗରେ ରଖି ସରକାର ରଘୁନାଥପୁର ଅଞ୍ଚଳରେ ରେ ଜଳସଂଙ୍କଟ ଦୁରକରିବାପାଇଁ ଅଞ୍ଛଳପକ୍ଷରୁ ଦାବୀକରାଯାଉଛି। ଏଠାରେ ସୁଚନା ଥାଉ କି ଗୋଠିଣା ଗ୍ରାମରେ କିଛି ଜାଗାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇନଥିବା ର ଜଣାଯାଇଛି।

Leave a Reply

Your email address will not be published. Required fields are marked *