ବାରବନ୍ଧ ମାଁବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବାରବନ୍ଧ ମାଁବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
କଣ୍ଟାବାଞ୍ଜି : ୧୫/୦୩/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ ଗୁଡିଘାଟ ପଞ୍ଚାୟତ ବାରବନ୍ଧ ଗ୍ରାମ ଖେଳପଡ଼ିଆ ଠାରେ ମାଁବାରଖୁଲେନ କ୍ରିକେଟ କ୍ଳବ ପକ୍ଷରୁ ମାଁ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଦିବସରେ ମୁଖ୍ୟଅତିଥି ଭାବେ ଗୁଡିଘାଟ ସରପଞ୍ଚ ପ୍ରତିନିଧି ତଥା ଯୁବ ସମାଜ ସେବୀ ଶ୍ରୀଯୁକ୍ତ ଗିରିଧାରୀ ମହାନନ୍ଦ, ସମ୍ମାନିତ ଅତିଥି ମୁରିବାହାଲ ବ୍ଳକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଗିରିଧାରୀ ସାହୁ, ସମାଜସେବୀ ଦୁର୍ବାସା ସାହୁ ଯୋଗଦେଇ ରିବନ କାଟି ଖେଳ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ମ୍ୟାଚରେ ପ୍ରଥମ ରାଉଣ୍ଡ ଖେଳରେ ଗୁର୍ଜିଭଟାକୁ ପରାସ୍ତ କରି ବାନ୍ଦୁପଳା ବିଜୟୀ ହୋଇଥିଲା। ଦ୍ବିତୀୟ ରାଉଣ୍ଡ ଖେଳରେ ବାରବନ୍ଧକୁ ହରାଇ ବାଙ୍କେଳ ବିଜୟ ଲାଭ କରିଥିଲା। ସେହିପରି ଦୁଇଟି ରାଉଣ୍ଡର ବିଜୟୀ ଦଳକୁ ନେଇ ତୃତୀୟ ରାଉଣ୍ଡ ଖେଳ ଅନୁଷ୍ଠିତ ହୋଇଥିଲା। ଏହି ତୃତୀୟ ରାଉଣ୍ଡ ଖେଳରେ ବାନ୍ଦୁପଲା କୁ ହରାଇ ବାଙ୍କେଲ ଦଳ ସେମି ଫାଇନାଲ ଖେଳିବା ପାଇଁ ଯୋଗ୍ୟ ହାସଲ କରିଛି।କମିଟିର ସଭାପତି ଭିକାରୀ ଭୋଇ,ଉପସଭାପତି ବିବେକ ସାହୁ, କୋଷାଧ୍ୟକ୍ଷ ଆକାଶ ସାହୁ,ପଦ୍ମନ ମାଝୀ,ଉମେଶ ସାହୁ,ଅମିର ବଘାର,କାଳିଆ ପ୍ରଧାନ,ବିକାଶ ନାଏକ,ମଣ୍ଟୁ ନାଏକ, ରଞ୍ଜନ ବଘାର,ପ୍ରଦିପ ଭୋଇ,ଅମିତ ନାଏକ,ଲିଙ୍କନ ସାହୁ,ନର ମାଝୀ,ଶୁକମଣି ଚିନାଗୁନ,ପ୍ରଦୀପ ନାଏକ,ହ୍ରିତିକ ଭୋଇ, ଲକ୍ଷପତି ଭୋଇ, ଛୋଟୁ ସାହୁ, ପ୍ରସନ୍ନ ନାଏକ,ମନୁ ନାଏକ ସହ କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି।ଏମ୍ପିୟାର ଭାବେ ଧୁବଲେ ଭୋଇ ଓ ଶୁସାନ୍ତ ନାଏକ ଖେଳ ପରିଚାଳନା କରିଥିବା ବେଳେ ସେବା ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ।
