ଜଗତର ନାଥ ଜଗନ୍ନାଥଙ୍କର ଅପାର କରୁଣାରୁ ଜ୍ଞାନପ୍ରକାଶ ୧୫
ଜଗତର ନାଥ ଜଗନ୍ନାଥଙ୍କର ଅପାର କରୁଣାରୁ ଜ୍ଞାନପ୍ରକାଶ ୧୫ ମାର୍ଚ୍ଚ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା। ଆଜି ୧୫ ମାର୍ଚ୍ଚ ୨୦୨୬ ତାରିଖରେ ଏହି ସଂଗଠନ ତାହାର ଦଶମ ବର୍ଷର ଯାତ୍ରା ପୂରଣ କରିଥିବା ଅବସରରେ ସମଗ୍ର ଭାରତର ବିଭିନ୍ନ ରାଜ୍ୟ ଓ ଓଡ଼ିଶାର ସମସ୍ତ ଜିଲ୍ଲାରେ ଜ୍ଞାନପ୍ରକାଶ ପ୍ରତିଷ୍ଠା ଦିବସ ଉତ୍ସାହର ସହ ପାଳନ କରାଯାଉଛି।

ଏହି ପବିତ୍ର ଅବସରରେ ଆଜି ସକାଳ ୮ଟା ସମୟରେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ପ୍ରଭୁ ମହାପ୍ରଭୁଙ୍କ ଆଶୀର୍ବାଦ ଗ୍ରହଣ କରାଯାଇଥିଲା। ପୁରୀ ଜିଲ୍ଲାର ଜ୍ଞାନପ୍ରକାଶ ମୁଖ୍ୟ ସଂଯୋଜକ ଶ୍ରୀ ଅଜୟ କୁମାର ପଣ୍ଡା ଓ ଜ୍ଞାନପ୍ରକାଶ ପରିବାରର ସଦସ୍ୟ ଶିବ ନାରାୟଣ ଭଟ୍ଟ, ମହେନ୍ଦ୍ର ବିଷୋଇ, ମନୋରଞ୍ଜନ ତ୍ରିପାଠୀ, ରମେଶ ଚନ୍ଦ୍ର ଦାସ, ଦୀପ୍ତି ମିଶ୍ର, ରମେଶ ଚନ୍ଦ୍ର ଦାଶଓ କ୍ରିଷ୍ଣା ମହାପାତ୍ର। ଏହି ଅବସରରେ ଉପସ୍ଥିତ ଥିଲେ।
ଏହା ସହ ଆସନ୍ତା ୨ ଅଗଷ୍ଟ ୨୦୨୬ ତାରିଖରେ ପୁରୀ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜ୍ଞାନପ୍ରକାଶ ଜାତୀୟ ସମ୍ମିଳନୀ–୨୦୨୬ ଓ ଦଶମ ବାର୍ଷିକ ଉତ୍ସବ ଉପଲକ୍ଷେ ପୋଷ୍ଟରର ମଧ୍ୟ ପ୍ରମୋଚନ କରାଯାଇଥିଲା। ଏହି ଜାତୀୟ ସମ୍ମିଳନୀରେ କବି, ଲେଖକ, ଶିକ୍ଷକ, ବୁଦ୍ଧିଜୀବୀ ଓ ସାହିତ୍ୟ-ସଂସ୍କୃତି କ୍ଷେତ୍ରର ବିଭିନ୍ନ ପ୍ରତିଭାମାନେ ଯୋଗଦେବେ ବୋଲି ସୂଚନା ମିଳିଛି। ଜ୍ଞାନ ପ୍ରକାଶ ର ପ୍ରତିଷ୍ଠା ଦିବସ ଅବସରରେ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ ବିଷୟ ଉପରେ ହୋଇଥିଲା।
ଜୟ ଜଗନ୍ନାଥ
