ଆଗାମୀ ରଥଯାତ୍ରା ଶୃଙ୍ଖଳିତ ସମାପନ କରିବା ପାଇଁ ଅତିରିକ୍ତ ପୋଲିସ ଡିଜି ଙ୍କୁ ଦାୟିତ୍ୱ

ଆଗାମୀ ରଥଯାତ୍ରା ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଅତିରିକ୍ତ ପୋଲିସ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଙ୍କୁ ଦାୟିତ୍ୱ ଦିଆଯାଇଅଛି। ଗତକାଲି ଅତିରିକ୍ତ ପୋଲିସ ଡିଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଚଳିତ ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ନେଇ କି ପ୍ରକାର ପଦକ୍ଷେପ ନିଆଯିବ ତା ଉପରେ ସମୀକ୍ଷା କରିଥିଲେ ଶ୍ରୀ ପ୍ରିୟଦର୍ଶୀ । ମହାପ୍ରଭୁଙ୍କ ଦର୍ଶନ ପରେ ବାଗାଡ଼ିଆ ଧର୍ମଶାଳା ଠାରେ ଅତିରିକ୍ତ ଡିଜି ସିସିଟିଭି କଣ୍ଟ୍ରୋଲ ରୁମ ବୁଲି ଦେଖିବା ସହ ସମୀକ୍ଷା କରିଥିଲେ। ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ଉପରେ କିଭଳି କାର୍ଯ୍ୟ କରାଯିବ ସେ ସବୁକୁ ଅନୁଧ୍ୟାନ କରିଥିଲେ ଅତିରିକ୍ତ ଡିଜି। ପୁରୀ ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ସାଙ୍ଗରେ ରହିଥିବା ବେଳେ ସୁରକ୍ଷା ନେଇ ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏସପି ତାଙ୍କୁ ଅବଗତ କରାଇଥିଲେ ।

Leave a Reply

Your email address will not be published. Required fields are marked *