ବଲିଆପାଳ ବିଜୟୱାର୍ଡ ରେଳ ପଥ ଦାବି ପ୍ରସଙ୍ଗ ନେଇ କେନ୍ଦ୍ରୀୟ ଓଡିଶା ରେଳପଥ କ୍ରିୟାନୁଷ୍ଠାନ କମିଟିର ସମ୍ମିଳନୀ l
ଉଦଳା ତା ୧୬/୩ ଉଦଳା ଏନ. ଏ ସି ଅନ୍ତର୍ଗତ ସନ୍ଧାନ ଗୃହ ପରିସର ରେ ଇତି ମଧ୍ୟ ରେ କେନ୍ଦ୍ରୀୟ ଓଡିଶା ରେଳ ପଥ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳଳୀ ଉଦଳା ର ପୂର୍ବତନ ତଥା ଜଣେ କରିତ କର୍ମା ଯୁବ ଲୋକପ୍ରିୟ ବିଧାୟକ ଶ୍ରୀନାଥ ସୋରେନ ଙ୍କ ସଭାପତିତ୍ୱ ରେ ଆୟୋଜିତ ହୋଇ ଯାଇଛି ବାଲେଶ୍ୱର ଜିଲ୍ଲା ଚଳ ଚଞ୍ଚଳ ଧାନ ମୀନ ପାନ ଲାଗି ପ୍ରସିଦ୍ଧି ଲାଭ କରିଥିବା ବାଲିଆପାଳ ଠାରୁ ଆରମ୍ଭହୋଇ ଭାୟା ବସ୍ତା ହରିପୁର ମେରଦା ବେତନଟି ବଡ଼ ସାହି ଉଦଳା ଦୈତାରୀ ବୌଦ୍ଧ ସୋନପୁର ଭବାନୀ ପାଟଣା ନବରଙ୍ଗପୁର ବାଲିମେଳା ମାଲ କାନଗିରି ଭେଲୁରପୋଡୁ ଦେଇ ଆନ୍ଧ୍ର ର ବିଜୟ ୱାଡା ପର୍ଯ୍ୟନ୍ତ ନୂତନ ରେଳ ଲାଇନ ନର୍ମାଣ ଆଭିମୁଖ୍ୟ ନେଇ ସାମ୍ବାଦିକ ମାନଙ୍କ ଆଲୋଚନା କରା ଯାଇଥିଲା l ଏହି ସାମ୍ବାଦିକ ସମ୍ମିଳନୀ ରେ ମୟୁରଭଞ୍ଜ ଜିଲ୍ଲା ର ବଡ଼ସାହି ନର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଗଣେଶ୍ୱରପାତ୍ର ମୟୁରଭଞ୍ଜ ଜିଲ୍ଲା ଭାରତୀୟ ଜାତୀୟ କଂଗ୍ରେସ ର ସଭାପତି ଶ୍ରୀ ପୂର୍ଣଚନ୍ଦ୍ର ବିଶ୍ୱାଳ ଉଦଳା ବିଜ୍ଞl ପିତ ଅଞ୍ଚଳ ପରିଷଦ ର ପୂର୍ବତନ ନଗରପାଳ ଶ୍ରୀମାନ ମନୋଜ କୁମାର ମହାନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳ ର ଦୂରଦର୍ଶୀ ସମାଜ ସେବି ତଥା ନୂତନ ରେଳ ପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ର ଆବାହକ କମଳ ଲୋଚନ ବାରିକ ଓ ମୟୁରଭଞ୍ଜ ଜିଲ୍ଲା ଉପାନ୍ତ ଆଦବାସୀ ବହୁଳ ଶରତ ଅଂଚଳ ଲାବଣ୍ୟ ଦେଇପୁର ପଂଚାୟତ ଯୁବ ସରପଞ୍ଚ ତୁରାମ ସିଂ ଉଦଳା ଆଖପାଖ ଅଞ୍ଚଳ ର ମାନ୍ୟ ଗଣ୍ୟ ବ୍ୟକ୍ତି ବୁଦ୍ଧିଜୀବୀ ସଚେତନ ନାଗରିକ ଯୋଗ ଦାନ କରି ରେଳ ଲା ଇ ନ ନିର୍ମାଣ ର ଆବଶ୍ୟକତା ବିଷୟ ରେ ନିଜନିଜ ର ମତ ବ୍ୟକ୍ତ କରିଥିଲେ l ଏହି ରେଳପଥ ନିର୍ମାଣ ହେଲେ ଆଦିବାସୀ ମାନଙ୍କ ର ଆର୍ଥିକ ବିକାଶ ସାମାଜିକ ବିକାଶ ଶିକ୍ଷ୍ୟା ସ୍ୱାସ୍ଥ୍ୟ ର ବିକାଶ ସମ୍ଭବ ହୋଇପାରିବ ବୋଲି ପୂର୍ବତନ ବିଧାୟକ ତଥା ଆଜିର ସାମ୍ୱାଦିକ ସମ୍ମିଳନୀ ର ସଭାପତି ଶ୍ରୀମାନ ସୋରେନ ବିସ୍ତୃତ ଭାବରେ ଆଲୋକପାତ କରିଵା ସହ ଦେଖିଥିବା ସ୍ବପ୍ନ ଦିନେନା ଦିନେ ସଫଳ ହେବ ବୋଲି ନିଜ ବ୍ୟକ୍ତବ୍ୟ ରେ କହିଥିଲେ l ଏଥିଲାଗି ସମୂହ ଭାବରେ ଦଳ ମତ ନିର୍ବିଶେଷରେ ସମସ୍ତେ ହାତକୁ ହାତ ମିଳବାକୁ ନିବେଦନ ରଖିଥିଲେ l
