ଉତରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ..୩ ମୃତ

ସକାଳୁ ସକାଳୁ ପୁରୀ – ଭୁବନେଶ୍ୱର ଜାତୀୟ ରାଜପଥରେ ମଣିଙ୍ଗ ୱାକ ହେଲା କାଳ! ଉତରା ନିକଟ KEC କଲେଜ ସାମ୍ନା ରେ ଏକ ମର୍ମନ୍ତୁଦ ସଡ଼କ ଦୃଘଟଣା! ଦୁର୍ଘଟଣାରେ ୩ ଜଣଂକର ମୁର୍ତ୍ତୃ ହୋଇଥିବା ବେଳେ ଆଉ ଜଣେ ଜୀବନ ମରଣ ସହ କରୁଛି ସଂଘର୍ଷ! ଆଜି ଭୋର ୫ ଟା ଭିତରେ ଉତରା ଅଞ୍ଚଳର ଦୁଇ ଜଣ ମହିଳା ସବୁ ଦିନ ପରି ରାଜପଥରେ ସକାଳୁ ମର୍ନିଙ୍ଗ ୱାର୍କ କରୁଥିବା ବେଳେ ଭୁବନେଶ୍ୱର ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କଳା ରଙ୍ଗର କାର ଭାରସମ୍ୟ ହରାଇ ପଛପଟୁ ସେମାନଙ୍କୁ ଧକ୍କା ଦେଇ ଗାଡିଟି ରାସ୍ତା ତଳକୁ ଛିଟିକି ପଡିଥିଲା | ଫଳରେ କାର ଭିତରେ ଥିବା ଦୁଇ ଜଣକ ମଧ୍ୟରୁ ଜଣକର ମୃତ୍ୟୁ ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ବେଳେ ମର୍ଣ୍ଣି ୱାକ କରୁଥିବା ଦୁଇ ଜଣ ମହିଳା ଙ୍କର ମଧ୍ୟ ମୃତ୍ୟୁ ହୋଇଛି ! ପିପିଲି ପୋଲିସ ଓ କୌଶଲ୍ୟାଗଙ୍ଗ ଫାଣ୍ଡି ପହଁଛି ଘଟଣାର ତଦନ୍ତ ଜାରି ରଖିଛି ! ଦୃଘଟଣା ଗସ୍ତ କାରକୁ ଅଗ୍ନିସମ ବିଭାଗ ଉଦ୍ଧାର କରିଛି! ଦୁଇଟି ଆମ୍ବୁଲାନ୍ସ ପହଁଞ୍ଚି ସମସ୍ତଙ୍କୁ ଭୁବନେଶ୍ୱର ମେଡିକାଲ ନେଇ ଥିବା ବେଳେ ଘଟଣା ସ୍ଥଳରେ ଲୋକମାନଂକର ଭିଡ ଦେଖିବାକୁ ମିଳିଛି!

Leave a Reply

Your email address will not be published. Required fields are marked *