ପୁରୀ ବେଳାଭୂମିରେ ସ୍ନାନ କରିବା ସମୟରେ ଛାତ୍ର ନିଖୋଜ।

ପୁରୀ ବେଳାଭୂମିରେ ସ୍ନାନ କରିବା ସମୟରେ ଛାତ୍ର ନିଖୋଜ। ନିଖୋଜ ଛାତ୍ର ହେଉଛନ୍ତି ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟର ବିଟେକ୍ କମ୍ପୁଟର ସାଇନ୍ସର ଦ୍ୱିତୀୟ ବର୍ଷର ଅନିମେଶ୍ ସା। ଗତକାଲି ଭୁବନେଶ୍ୱରରୁ ଅନିମେଶ୍ ତାର କିଛି ସାଙ୍ଗଙ୍କ ସହ ପୁରୀ ବୁଲିବାକୁ ଆସି ଅପରାହ୍ନରେ ୧୦ ନମ୍ବର ସେକ୍ଟର ତଥା ସ୍ୱର୍ଗଦ୍ବାର ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିଲେ। ସ୍ନାନ କରିବା ସମୟରେ ଅନିମେଶ୍ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ। ତେବେ ଉଚ୍ଚ ଜୁଆର ମାଡ ଓ ରିପ୍ କରେଣ୍ଟ ବେଳାଭୂମିରେ ହୋଇଥିବାରୁ ଅନିମେଶ୍ ଗଭୀର ସମୁଦ୍ର ଭିତରକୁ ଚାଲିଯାଇ ନିଖୋଜ ହୋଇଥିବା ଅନୁମାନ କରାଯାଉଛି। ତେବେ ଗତକାଲି ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୁରୀ ବେଳାଭୂମି ସମେତ ପେଣ୍ଠକଟା ବେଳାଭୂମି,, ନୂଆନଇ ବେଳାଭୂମି,, ବେଲେଶ୍ୱର ବେଳାଭୂମି,, ରାମଚଣ୍ଡୀ ବେଳାଭୂମି ଏବଂ ଚନ୍ଦ୍ରଭାଗା ବେଳାଭୂମିରେ ଲାଇଫଗାର୍ଡଙ୍କ ତରଫରୁ ଅହରହ ନିଖୋଜ୍ ଅନିମେଶ୍ କୁ ଖୋଜାଖୋଜି ଜାରି ରହିଥିବା ବେଳେ ତାଙ୍କୁ ଏପର୍ଯ୍ୟନ୍ତ ଠାବ କରିହୋଇନାହିଁ କି ନିଖୋଜ ଛାତ୍ରଙ୍କ କୌଣସି ପତ୍ତା ମିଳିନାହିଁ। ତେବେ ପୁରୀ ବେଳାଭୂମିରେ ସୁରକ୍ଷିତ ସ୍ନାନକୁ ନେଇ ନିୟମିତ ଅଘଟଣ ଘଟୁଥିବାରୁ ଏଣିକି ପର୍ଯ୍ୟାପ୍ତ ପରିମାଣର ଲାଇଫଗାର୍ଡଙ୍କୁ ମୁତୟନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Leave a Reply

Your email address will not be published. Required fields are marked *