ଏସ ସି ବିରେ ଅଗ୍ନିକାଣ୍ଡ ମୃତକ ଓ କାଳ ବୈଶାଖୀ ମୃତକଙ୍କ ଉଦ୍ଧେଶ୍ୟରେ ଉଦଳା ପ୍ରେସ କ୍ଲବ ପକ୍ଷରୁ ଶୋକସଭା

ଉଦଳା, ତା ୧୬/୩() : ଗତ ରବିବାର ଅପରାହ୍ନରେ କରଞ୍ଜିଆ ଉପଖଣ୍ଡ ତାଟୋ ଅଞ୍ଚଳରେ ଘଟିଯାଇଥିବା କାଳ ବୈଶାଖୀ ର ତାଣ୍ଡବଲୀଳା ଯୋଗୁଁ ୨ ଜଣ ଙ୍କ ର ଶୋଚନୀୟ ମୃତ୍ୟୁ ଓ ମଧ୍ୟ ରାତ୍ରି ରେ କଟକ ଏସସିବି ମେଡ଼ିକାଲ ରେ ଅଗ୍ନିକାଣ୍ଡ ରେ ୧୦ଜଣ ରୋଗୀଙ୍କର ଅତ୍ୟନ୍ତ ଶୋଚନୀୟ ମୃତ୍ୟୁ ଘଟଣା ରେ ଉଦଳା ପ୍ରେସ କ୍ଲବ ପକ୍ଷରୁ ପରିସର ରେ ଶୋକସଭା ଆୟୋଜନ ପୁର୍ବକ ମୃତକଙ୍କ ଉଦ୍ଧେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରି ଆମର ଆତ୍ମା ର ସଦ ଗତି କାମନା କରିଥିଲେ । ଏବଂ ଏଭଳି ସମୟରେ ପରିବାର ବର୍ଗ ଙ୍କୁ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ ।

ଉଦଳା ସଚେତନ ନାଗରିକ ସଙ୍ଘ ସଭାପତି ଯଜ୍ଞନାରାୟଣ ମହାନ୍ତି ଓ ବରିଷ୍ଠ ନାଗରିକ ପ୍ରତାପ ପ୍ରଧାନ ଯୋଗ ଦେଇ କ୍ଳବର ସଭାପତି ଆନନ୍ଦ ଦାସଙ୍କ ସଭାପତିତ୍ୱ ରେ ଏଭଳି ଅଘଟଣ ନେଇ ଦୁଃଖ ପ୍ରକାଶ କରି ଓଡ଼ିଶାବାସୀ ସମସ୍ତ ମୃତକଙ୍କ ପରିବାର ସହ ରହିଥିବା କହିଥିଲେ । ତେବେ ବିଶ୍ୱସ୍ତରୀୟ ଡାକ୍ତରଖାନାରେ ସ୍ବୟଂ ପ୍ରଶମିତ ଅଗ୍ନି ନିର୍ବାପକ ବ୍ୟବସ୍ଥା ସାମିଲ ହୋଇଥିଲେ ଏଭଲି ଅଘଟଣ କୁ ଦୁରେଇ ହୋଇ ପାରିଥାନ୍ତା ବୋଲି ମତ ଦେଇଥିଲେ । ଏହି ଶୋକସଭା ରେ ସମ୍ପାଦକ ଜଗବନ୍ଧୁ ପ୍ରଧାନ , ଉପସଭାପତି ହିମାଦ୍ରୀ ଶେଖର ପାଲ, ସଲାଏ ମାରାଣ୍ଡି, କରୁଣାକର ଦାସ , ସୁରେଶ୍ୱର ଜେନା, ଆପଦ ରାଉତସମେତ ସମସ୍ତ ସଦସ୍ୟ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *