ସାଧାରଣ ଜନତାଙ୍କୁ ଦ୍ରୁତ, ନିରାପଦ, ଆରାମଦାୟକ ଏବଂ ଆଧୁନିକ ଯାତ୍ରୀସେବା ଯୋଗାଇ ଦେଉଛି ଭାରତୀୟ ରେଳବାଇ: ରେଳ ମନ୍ତ୍ରୀ
ସାଧାରଣ ଜନତାଙ୍କୁ ଦ୍ରୁତ, ନିରାପଦ, ଆରାମଦାୟକ ଏବଂ ଆଧୁନିକ ଯାତ୍ରୀସେବା ଯୋଗାଇ ଦେଉଛି ଭାରତୀୟ ରେଳବାଇ: ରେଳ ମନ୍ତ୍ରୀ l ସୁଲଭ ଦରରେ ଯାତ୍ରୀ ସେବାର ସୁଧାର ସହିତ ଅତି ଗରିବ ଲୋକଙ୍କ ସେବା ପାଇଁ ସରକାର ସଂକଳ୍ପବଦ୍ଧନୂଆ ଯୁଗରେ ରେଳବାଇ ଧିମା ଅଭିବୃଦ୍ଧିରୁ ଦ୍ରୁତ ରୂପାନ୍ତରଣ ଦିଗରେ ଅଗ୍ରସର ହେଉଛି ବୋଲି କହିଲେ ରେଳ ମନ୍ତ୍ରୀ୧,୩୭,୦୦୦ କିମି ରେଳ ଟ୍ରାକ ଏବଂ ୨୫ ହଜାରରୁ ଅଧିକ ଟ୍ରେନ ସହିତ ମାଲ୍ ପରିବହନ ଓ ଯାତ୍ରୀଙ୍କୁ ଯାତାୟାତ ସେବା ଯୋଗାଇ ଦେଉଛିଯାତ୍ରୀଙ୍କ ଟିକେଟ୍ ଉପରେ ୪୫% ସବସିଡି ସହିତ ପଡ଼ୋଶୀ ଦେଶଗୁଡ଼ିକ ତୁଳନାରେ କମ ଦରରେ ଯାତ୍ରୀ ସେବା ଯୋଗାଇ ଦେଉଛନ୍ତି ସରକାର୧୦ ବର୍ଷରେ ୫ ଲକ୍ଷ ଚାକିରି ସହିତ ଗତ ୨ ବର୍ଷରେ ୧.୪୩ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ଦେଇଛି ରେଳବାଇଭାରତରେ ରେଳବାଇ ଅଭୂତପୂର୍ବ ବିସ୍ତାର ଏବଂ ଆଧୁନିକୀକରଣ ପ୍ରକ୍ରିୟା ଦେଇ ଗତି କରୁଛି । ଦେଶରେ ରେଳ ବିକାଶ ପାଇଁ ୨୦୨୬-୨୭ କେନ୍ଦ୍ର ବଜେଟରେ ରେକର୍ଡ ୨.୭୮ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଆଜି ସଂସଦରେ ରେଳ ବିଭାଗର ଅନୁଦାନ ଦାବି ଆଲୋଚନାରେ ଉତ୍ତର ରଖି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି। ସେ କହିଛନ୍ତି, ସାଧାରଣ ବଜେଟ୍ ସହିତ ରେଳ ବଜେଟର ମିଶ୍ରଣ ଦ୍ୱାରା ଏକ ଢାଞ୍ଚାଗତ ପରିବର୍ତ୍ତନ ଅଣାଯାଇଥିଲା। ଏହାପରେ ରେଳ ବାଇ ଧିମା ଅଭିବୃଦ୍ଧିରୁ ଦ୍ରୁତ ରୂପାନ୍ତରଣ ଦିଗରେ ଅଗ୍ରସର ହେଉଛି। ପୂର୍ବରୁ ରେଳ ବଜେଟ୍ ମାତ୍ର ୨୫ରୁ ୩୦ ହଜାର କୋଟି ଟଙ୍କା ମଧ୍ୟରେ ସୀମିତ ରହୁଥିବା ବେଳେ ବର୍ତ୍ତମାନ ଏହା ୨.୭୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଶ୍ରୀ ବୈଷ୍ଣବ କହିଥିଲେ, ରେଳବାଇର ପ୍ରମୁଖ ଖର୍ଚ୍ଚ ଉପାଦାନଗୁଡ଼ିକ ମଧ୍ୟରେ ପ୍ରାୟ ୧.୧୯ ଲକ୍ଷ କୋଟି ଟଙ୍କାର କର୍ମଚାରୀ ଖର୍ଚ୍ଚ, ପ୍ରାୟ ୬୪ ହଜାର କୋଟି ଟଙ୍କାର ପେନସନ ଖର୍ଚ୍ଚ, ପ୍ରାୟ ୩୨ ହଜାର କୋଟି ଟଙ୍କାର ଶକ୍ତି ଖର୍ଚ୍ଚ ଏବଂ ପ୍ରାୟ ୨୩ ହଜାର ଟଙ୍କାର କୋଟି ଆର୍ଥିକ ଖର୍ଚ୍ଚ ଅନ୍ତର୍ଭୁକ୍ତ। ଏହି ଯଥେଷ୍ଟ ଖର୍ଚ୍ଚ ସତ୍ତ୍ୱେ, ରେଳବାଇ ଏକ ଯଥେଷ୍ଟ ବଳକା ସ୍ଥିତି ବଜାୟ ରଖିଛି। ବିଦ୍ୟୁତୀକରଣ ଫଳରେ ପ୍ରାୟ ୬ ହଜାର କୋଟି ଟଙ୍କା ସଞ୍ଚୟ ହୋଇଛି, ବର୍ଦ୍ଧିତ ବିଦ୍ୟୁତୀକରଣ ଯୋଗୁଁ ଡିଜେଲ ବ୍ୟବହାର ନିରନ୍ତର ହ୍ରାସ ପାଇଛି।ସେ ଆହୁରି କହିଥିଲେ, ୨୦୧୩-୧୪ ମସିହାରେ ପ୍ରାୟ ୧,୦୫୫ ନିୟୁତ ଟନ୍ ମାଲ ପରିବହନ ହୋଇଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇ ପ୍ରାୟ ୧,୬୫୦ ନିୟୁତ ଟନରେ ପହଞ୍ଚିଛି । ଏହା ରେଳବାଇକୁ ବିଶ୍ୱ ସ୍ତରରେ ଦ୍ୱିତୀୟ ବୃହତ୍ତମ ମାଲ ପରିବହନକାରୀ କରିଛି। ସେହିପରି ପ୍ରାୟ ୩୫ ହଜାର କିଲୋମିଟର ନୂତନ ଟ୍ରାକ୍ ବିଛାଯାଇଛି, ଯାହା ପୂର୍ବରୁ ପ୍ରାୟ ୧୫ ହଜାର କିଲୋମିଟର ତୁଳନାରେ। ବିଦ୍ୟୁତୀକରଣ ମଧ୍ୟ ୫,୨୦୦ରୁ କିଲୋମିଟରରୁ ପ୍ରାୟ ୪୭,୦୦୦ କିଲୋମିଟରକୁ ବୃଦ୍ଧି ପାଇଛି। ୯୯% ରୁ ଅଧିକ ନେଟୱାର୍କ ବିଦ୍ୟୁତୀକରଣ ହାସଲ କରାଯାଇଛି। ରେଡ୍ ଅଣ୍ଡର ବ୍ରିଜ୍ ୪ ହଜାରରୁ ୧୪ ହଜାର ଏବଂ ଅଟୋମେଟିକ ସିଗ୍ନଲାଂ ୧୫ଶହରୁ ୪ହଜାର କିଲୋମିଟରକୁ ବୃଦ୍ଧି ପାଇଛି। ଲୋକୋମୋଟିଭ ଉତ୍ପାଦନ ୧୨ ହଜାର ୟୁନିଟକୁ ବୃଦ୍ଧି ପାଇଥିବା ବେଳେ ୱାଗନ ଇଣ୍ଡକ୍ସନ ୨ ଲକ୍ଷକୁ ବଢ଼ିଛି।ଶ୍ରୀ ବୈଷ୍ଣବ କହିଛନ୍ତି, ୨୦୧୪ ସୁଦ୍ଧା ୧୨୫ କିମି ଟନେଲ ନିର୍ମାଣ କରାଯାଇଥିବା ବେଳେ ଏହାପରେ ଅତିରିକ୍ତ ୪୮୬ କିମି ଟନେଲ ନିର୍ମିତ ହୋଇଛି। ଏହା ଉତ୍ତର ପୂର୍ବାଞ୍ଚଳ ଏବଂ ଜାମ୍ମୁକାଶ୍ମୀର ଭଳି ଅପହଞ୍ଚ ଇଲାକାକୁ ରେଳ ସଂଯୋଗ ସହଜ କରିଛି। ସେହିପରି ବର୍ତ୍ତମାନ ସୁଦ୍ଧା ୨୮ଶହ କିମି ସମର୍ପିତ ମାଲ କରିଡର କାର୍ଯ୍ୟକ୍ଷମ ହୋଇଛି ଏବଂ ଦୈନିକ ଏହି କରିଡରରେ ୪୮୦ ମାଲବାହୀ ଟ୍ରେନ୍ ଚଳାଚଳ କରୁଛି । ବର୍ତ୍ତମାନ ଭାରତୀୟ ରେଳବାଇ ଦୈନିକ ୨୫,୫୭୧ ଟ୍ରେନ ଚଳାଚଳ କରୁଛି। ମୋଟ୍ ରେଳ ନେଟୱର୍କ ବର୍ତ୍ତମାନ ୧,୩୭,୫୨୨ ରୁଟ୍ କିଲୋମିଟରକୁ ବୃଦ୍ଧି ପାଇଛି। ରେଳବାଇ ପାଖରେ ବର୍ତ୍ତମାନ ରେକର୍ଡ ସଂଖ୍ୟକ ୩.୮୬ ଲକ୍ଷ ୱାଗନ ଏବଂ ୯୮ ହଜାର କୋଚ୍ ରହିଛି।ରେଳ ମନ୍ତ୍ରୀ ଆହୁରି କହିଛନ୍ତି, ରେଳ ଦୁର୍ଘଟଣା ପ୍ରାୟ ୯୦% ହ୍ରାସ ପାଇଛି। ରକ୍ଷଣାବେକ୍ଷଣ, ସୁରକ୍ଷା, ତାଲିମରେ ସୁଧାର, ନୂଆ ପ୍ରଯୁକ୍ତିଗ୍ରହଣ ଫଳରେ ରେଳ ଯାତ୍ରା ଅଧିକ ନିରାପଦ ହୋଇଛି। ନିରାପତ୍ତା ପାଇଁ ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କାର ନିବେଶ କରାଯାଇଛି। ୩ ହଜାର କିମି ନେଟୱର୍କରେ ଆଧୁନିକ ସ୍ୱୟଂଚାଳିତ ବ୍ରେକିଂ ପ୍ରଣାଳୀ କବଚ କାର୍ଯ୍ୟକ୍ଷମ ହୋଇଛି ଏବଂ ଏହାକୁ ଆହୁର ୨୦ ହଜାର କିମିକୁ ବିସ୍ତାରିତ କରିବାକୁ ପଦକ୍ଷେପ ନିଆଯାଉଛି। ସାଧାରଣ ଲୋକଙ୍କୁ ଅଧିକ ସୁଲଭ ରେଳ ସେବା ଯୋଗାଇ ଦେବା ପାଇଁ ୭୦% କୋଚକୁ ସାଧାରଣ ଏବଂ ସ୍ଲିପର ଶ୍ରେଣୀ ପାଇଁ ଆବଣ୍ଟିତ କରାଯାଇଛି। ୨୦୨୪-୨୫ରେ ପ୍ରାୟ ୧୨୫୦ ଏବଂ ୨୦୨୫-୨୬ରେ ପ୍ରାୟ ୮୬୦ ସାଧାରଣ କୋଚ୍ ବ୍ୟବସ୍ଥା କରାଯାଇଛି। ରେଳବାଇ ବାର୍ଷିକ ୬୦ ହଜାର କୋଟି ଟଙ୍କାର ସବସିଡି ଯାତ୍ରୀମାନଙ୍କୁ ଯୋଗାଇ ଦେଉଛି। ଫଳରେ ଟିକେଟ ଉପରେ ଯାତ୍ରୀଙ୍କୁ ପାଖାପାଖି ୪୫% ରିହାତି ମିଳୁଛି। ମୁମ୍ବାଇ ଭଳି ଉପନଗରୀରେ ଅତିରିକ୍ତ ୩ହଜାର କୋଟି ଟଙ୍କାର ସବସିଡି ବ୍ୟବସ୍ଥା ରହିଛି।ଶ୍ରୀ ବୈଷ୍ଣବ କହିଛନ୍ତି, ବର୍ତ୍ତମାନ ୧୬୦ଟି ବନ୍ଦେ ଭାରତ ଟ୍ରେନ ଏବଂ ୬୦ଟି ଅମୃତ ଭାରତ ଟ୍ରେନ ସୁଲଭ ଦରରେ ଲମ୍ବା ଦୂରଗାମୀ ରେଳ ଯାତ୍ରା ଯୋଗାଇ ଦେଉଛନ୍ତି। ଆହୁରି ୧୩୩ଟି ଅମୃତ ଭାରତ ଟ୍ରେନ ନିର୍ମାଣ ଜାରି ରହିଛି। ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଚଳାଚଳ ମଧ୍ୟ ଆରମ୍ଭ କରିଛି। ପାର୍ବଣ ଋତୁରେ ୧୨ ହଜାର ୩୮୩ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଥିବା ବେଳେ ୧୫ ଶହ ସ୍ୱତନ୍ତ୍ର ଟ୍ରେନ୍ ହୋଲି ପାଇଁ ଚଳାଚଳ କରୁଛି। ୭୫ଟି ବଡ଼ ଷ୍ଟେସନରେ ହୋଲ୍ଡିଂ ଏରିଆ ବିକଶିତ କରାଯାଉଛି। ୧୨ ଶହ ନୂଆ ଇଏମୟୁ ଏବଂ ମେମୁ ଟ୍ରେନ ଯାତ୍ରୀଙ୍କ ପାଇଁ ଅଧିକ ସୁବିଧା ଯୋଗାଇ ଦେଉଛି।କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଗତ ଏକ ଦଶନ୍ଧି ମଧ୍ୟରେ ଭାରତୀୟ ରେଳବାଇ ପ୍ରାୟ ୫ ଲକ୍ଷ ଚାକିରି ଦେଇଛି। ଆହୁରି ୧.୪୩ ଲକ୍ଷ ନିଯୁକ୍ତି ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି। ରେଳବାଇ ନିଯୁକ୍ତି ପରୀକ୍ଷା ୧୫୦ଟି ସହରରେ ୧୫ଟି ଭାଷାରେ ହେଉଛି, ଏଥିରେ ୩.୬ କୋଟି ପ୍ରାର୍ଥୀ ଭାଗ ନେଇଛନ୍ତି। ଭାରତୀୟ ରେଳବାଇର ସବୁ କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆ ଏବଂ ଆଧୁନିକ ପ୍ରଯୁକ୍ତିର ଭୂମିକା ବୃଦ୍ଧି ପାଉଛି । ଜୁଲାଇ ୨୦୨୫ରେ [ାରମ୍ଭ ହୋଇଥିବା ରେଲ୍ ୱାନ୍ ଆପ୍ ଉଲ୍ଲେଖନୀୟ ଲୋକପ୍ରିୟତା ହାସଲ କରିଛି। ଏହା ଅଢ଼େଇ କୋଟିରୁ ଅଧିକ ଡାଉନଲୋଡ୍ ହୋଇଛି ଏବଂ ଦୈନିକ ପ୍ରାୟ ୯.୫ ଲକ୍ଷ ଟିକେଟ୍ କାରବାରକୁ ସହଜ କରିଛି। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ରେଳବାଇ ୨୪ ହଜାର କୋଟି ଟଙ୍କାରୁ ଅଧିକ ରପ୍ତାନି କରିଛି।କେନ୍ଦ୍ର ରେଳ ମନ୍ତ୍ରୀ ଆହୁରି କହିଛନ୍ତି, ଭାରତୀୟ ରେଳବାଇ ବିଶ୍ୱସ୍ତରରେ ସବୁଠାରୁ ବଡ଼ ଷ୍ଟେସନ ପୁନଃବିକାଶ କାର୍ଯ୍ୟକ୍ରମ ହାତକୁ ନେଇଛି। ଏଥିରେ ପ୍ରାୟ ୧୩୦୦ ଷ୍ଟେସନକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିମଧ୍ୟରୁ ପ୍ରାୟ ୧୮୦ ଷ୍ଟେସନ ସମ୍ପୂର୍ଣ୍ଣ ହୋଇଛି ଏବଂ ପ୍ରାୟ ୫୦୦ ଷ୍ଟେସନ ସମ୍ପୂର୍ଣ୍ଣ ହେବାର ଅନ୍ତିମ ପର୍ଯ୍ୟାୟରେ ଅଛି। ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ମାଧ୍ୟମରେ ଏବେ ରେଳବାଇର ସମ୍ପ୍ରସାରଣର ଯୋଜନା କରାଯାଉଛି। ୨୦୧୪ ମସିହାରୁ, ୪.୨୭ ଲକ୍ଷ କୋଟି ଟଙ୍କାର ନିବେଶ ସହିତ ପ୍ରାୟ ୨୭ ହଜାର କିଲୋମିଟର ନୂତନ ରେଳ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି।ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ୩୦୦ କିମିରୁ ଅଧିକ ଭାୟାଡକ୍ଟ କାମ ସମ୍ପୂର୍ଣ୍ଣ ହୋଇଛି। ଏହାର ପ୍ରଥମ ପର୍ଯ୍ୟାୟ ୨୦୨୭ରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ବୁଲେଟ୍ ଟ୍ରେନ୍ କାର୍ଯ୍ୟକ୍ଷମ ହେଲେ ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ଦୂରତା ମାତ୍ର ୨ ଘଣ୍ଟା ଲାଗିବ। ଏହାଛଡ଼ା ରେଳବାଇ ସ୍ୱଚ୍ଛତା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେଉଛି। ସୀମାବର୍ତ୍ତୀ ଏବଂ ରଣନୀତିକ କ୍ଷେତ୍ରକୁ ରେଳ ସଂଯୋଗ ଲାଗି ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଥିଲେ। ଏହି ଉପଲବ୍ଧି ପାଇଁ ସେ ପ୍ରାୟ ୧୨.୫ ଲକ୍ଷ ରେଳ କର୍ମଚାରୀଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରିଥିଲେ।
