କ୍ରସ୍ ଭୋଟିଂ କରି ନିନ୍ଦିତ ହେଲେ ଚକ୍ରମଣି କହଁର ।
କନ୍ଧମାଳ, ଫୁଲବାଣୀ , କ୍ରସ ଭୋଟିଙ୍ଗ ପାଇଁ ବିଜେଡି ବାଲିଗୁଡା ବିଧାୟକ ଚକ୍ରମଣୀ କଂହର ଙ୍କ କୁଶ ପୁତ୍ତଲିକା ଦାହ କଲେ କନ୍ଧମାଳ ଜିଲ୍ଲାର ଯୁବ ବିଜେଡି ଓ ଛାତ୍ର ବିଜେଡି ଦଳର କର୍ମକର୍ତ୍ତା । ଜିଲ୍ଲା ସଦର ମହକୁମା ପେଞ୍ଜିସ।ହି ଛକ ସ୍ଥିତ ବିଜୁ ଭବନ ଠାରେ ଏକ ବିରୋଧୀ ସଭାର ଆୟୋଜନ କରି ବାଲିଗୁଡା ବିଧାୟକ ଶ୍ରୀ ଚକ୍ରମଣି କଂହରଙ୍କର କୁଶପୁତ୍ତଳିକା ଦାହ କରିଥିଲେ ।ଚକ୍ରମଣି କହଁର ବିଜେଡି ସୁପ୍ରିମୋଙ୍କର ନିର୍ଦ୍ଦେଶ ଓ ହୁଇପକୁ ବିମାନିନଥିଲେ । ଏପରିକି ଦଳୀୟ ଭୋଟିଂ ଦେବା ତାଲିମକୁ ମଧ୍ୟ୍ୟ ଗଲେନାହିଁ । ରାଜଧାନୀରେ କଉଠି ଲୁଚିଲେ ଯେ କେହି ପାଇଲେ ନାହିଁ । ଶେଷରେ କ୍ରସ ଭୋଟିଙ୍ଗ ଭୋଟ ଦେଲେ, ବାଲିଗୁଡାରେ ମଧ୍ୟ୍ୟ ହଜାର ହଜାର ଦଳୀୟ କର୍ମୀ ଚକ୍ରମଣି କଂହର ଙ୍କ ଦଳବିରୋଧୀ କାର୍ଯ୍ୟ ଯୋଗୁଁ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। କନ୍ଧମାଳ ବିଜୁଜନତା ଦଳର ଯୁବ ସଭାପତି ଶ୍ରୀ ରାକେଶ କୁମାର ମିଶ୍ର ଓ ଛାତ୍ର ସଭାପତି ସୁନିଲ ସେଠୀ,ଗଣ ମାଧ୍ୟମ ପ୍ରାତିନିଧିକୁ ପ୍ରତିକ୍ରିୟା ଦେଇ କହିଥିଲେକି? ଚକ୍ରମଣି ଜଣେ ନିଚସ୍ବାର୍ଥବାଦୀ ଧକ୍କାବାଜ ବ୍ୟକ୍ତି ଅଟନ୍ତି ।ସେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ହଜାର ହଜାର ନିରୀହ ଆଦୀବସୀ, ହରିଜନ, ଗିରିଜନ ପଛୁଆବର୍ଗ ସମସ୍ତ ବର୍ଗର ଲୋକଙ୍କୁ ଧକାଦେଇ ନିଜର ସ୍ବାର୍ଥ ପାଇଁ ରାଜ୍ୟସଭା ନିର୍ବାଚନରେ ମୋଟା ଅଙ୍କର ଅର୍ଥ ସମ୍ଭବ ୧୫ କୋଟିରୁ ୩୦ କୋଟି ମଧ୍ୟରେ ମୋଟ ଅଙ୍କ ନେଇ ନିଜଦଳର ଇଜତ ତଳେ ପକାଇ କ୍ରସ୍ ଭୋଟିଂ କରି କୋଟିପତି ହେବାରେ ସଭଗ୍ୟ ଅର୍ଜନ କରିଛନ୍ତି ।ତାଙ୍କରି ଏହି କୁକର୍ମ ପାଇଁ ତାଙ୍କୁ କନ୍ଧମାଳ ଜିଲ୍ଲା ବିଜୁଜନତା ଦଳ ଯୁବ ଓ ଛାତ୍ର ଦଳର ଶହ ଶହ କର୍ମୀ ନିନ୍ଦା କରି ତାଙ୍କରି କୁଶ ପୁତ୍ତଳିକା ଦାହ କରିବା ସହ ତାଙ୍କୁ ଜିଲ୍ଲାରେ ପୁରାଇ ନଦେବା ପାଇଁ ଯୁବ ଓ ଛାତ୍ର ସଭାପତି କହିଥିଲେ ।
