ଉଦୀୟମାନ ପରିବାର ପକ୍ଷରୁ ୫ ଅଗ୍ନି ବିପନ୍ନ ପରିବାରକୁ ସହାୟତା ପ୍ରଦାନ
ବଡ଼ଚଣା :ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅଣକା ପଞ୍ଚାୟତ ମହାଦେଇ ପୁର ହରିଜନ ସାହିର ଜୟରାମ ଜେନା, ଶୁଶାନ୍ତ ଜେନା, କିଶୋର ଜେନା, ଶିଶିର ଜେନା, ରମେଶ ଜେନା ଙ୍କ ଘର ଗତ ବିଳମ୍ବିତ ରାତ୍ରୀରେ ୫ ପରିବାରର ୬ ବଖରା ଘର ଇଲେକ୍ଟ୍ରି କରେଣ୍ଟର ସର୍ଟ ସର୍କିଟରେ ସମ୍ପୁର୍ଣ୍ଣ ଜଳିଯାଇଛି ଅଭାବ ଅନାଟନ ମଧ୍ୟରେ ଜୀବନ ବିତାଉଥିବା ଏହି ବିପନ୍ନଙ୍କ ପରିବାର ନିକଟରେ ସ୍ଥାନୀୟ ଉଦୀୟମାନ ସ୍ବେଚ୍ଛାସେବି ଅନୁଷ୍ଠାନର ସ୍ବେଚ୍ଛାସେବୀ ଗଣ ପହଞ୍ଚି ସେମାନଙ୍କୁ ଶୁଖିଲା ଖାଦ୍ୟ ସମେତ ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି । ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ରାମଚନ୍ଦ୍ର ଶୁକ୍ଳ,ଉପସଭାପତି ପ୍ରକାଶ କୁମାର ନାୟକ,କାର୍ଯ୍ୟକାରୀ ସଭାପତି ଗାୟତ୍ରୀ ରାଉତ,ଡ଼ କୈବଲ୍ୟ ମହାପାତ୍ର,ଉପଦେଷ୍ଟା ଶିକ୍ଷୟିତ୍ରୀ କାଦମ୍ବିନୀ ମିଶ୍ର,ଅଭିରାମ ସ୍ବାଇଁ ସୁଜିତ୍ କୁମାର ଦାସ , ମାନସୀ ଦାଶ,ଅନିଲ କୁମାର ଦାସ ପ୍ରମୁଖ ବିପନ୍ନ ପରିବାରର ସ୍ଥିତି ପରଖିବା ସହିତ ସମବେଦନା ଜଣାଇଥିଲେ ଏବଂ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ପ୍ରଶାସନକୁ ନିବେଦନ କରିଛନ୍ତି ।
