ଅବଦାନ ଗ୍ରାମପଞ୍ଚାୟତରେ ଅନ୍ତୋଦୟ ଗୃହ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ

ଅବଦାନ ଗ୍ରାମପଞ୍ଚାୟତରେ ଅନ୍ତୋଦୟ ଗୃହ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ, ସରକାରୀ ନିୟମ ଉଲଙ୍ଘନ କରି ଗୋଟି ପରିବାର ୪ ସଦସ୍ୟଙ୍କୁ କାର୍ଯ୍ୟାଦେଶ ପ୍ରଦାନ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ଅଂଚଳବାସୀ ।କୋଣାର୍କ – କୋଣାର୍କ ଥାନା ଅଧିନସ୍ଥ ଅବଦାନ ଗ୍ରାମପଞ୍ଚାୟତରେ ସରକାରୀ ଆଇନର ଖୋଲା ଖୋଲି ଉଲ୍ଲଘଂନ କରାଯାଇ ଯଦୁପୁର ଗ୍ରାମର ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କୁ ଅନ୍ତୋଦୟ ଗୃହ ନିର୍ମାଣ ପାଇଁ ବେଆଇନ ଭାବେ କାର୍ଯ୍ୟାଦେଶ ପ୍ରଦାନ କରିବା ନେଇ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ପୁରୀ ଜିଲ୍ଲାପାଳ, ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ଓ କାକଟପୁର ବ୍ଲକ ବିଡିଓଙ୍କ ନିକଟରେ ଅଭିଯୋଗ କରି ଏଭଳି ବେଆଇନ କାର୍ଯ୍ୟର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଖବରରୁ ପ୍ରକାଶ ଯେ ସରକାରୀ ନିୟମ ଅନୁଯାୟୀ ଅସହାୟ, ବିଧବା, ସ୍ବାମୀ ପରିତ୍ଯକ୍ତା ଓ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ଗୃହ ନିର୍ମାଣ କରିବା ପାଇଁ ସରକାରୀ ନିର୍ଦେଶନାମା ରହିଛି। ମାତ୍ର ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଇ ୨୦୧୧ ମସିହା ଜନଗଣନା ତଥ୍ୟ ଅନୁଯାୟୀ ଯଦୁପୁର ଗ୍ରାମର ଏକ ପରିବାର ଏକାନ୍ନବର୍ତ୍ତୀ ଥିବା ବେଳେ ଅନ୍ତୋଦୟ କାର୍ଡ ନ ଥାଇ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗର କେଉଁ ନିୟମ ଅଧାରରେ ଉକ୍ତ ପରିବାରର ୪ଜଣଙ୍କୁ ହିତାଧିକାରୀ ଭାବେ ଗ୍ରହଣ କରାଯାଇ ଅନ୍ତୋଦୟ ଗୃହ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ପୁରୀ ଜିଲ୍ଲାପାଳ, ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ଓ କାକଟପୁର ବ୍ଲକ ବିଡିଓ ପ୍ରମୁଖଙ୍କୁ ଅବଦାନ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ନାରାୟଣ ଜେନାଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ ଓ ଯଦୁପୁର ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଅଧିକାରୀ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବେଆଇନ ଭାବେ କାର୍ଯ୍ୟାଦେଶ ପାଇଥିବା ଯଦୁପୁର ଗ୍ରାମର ଗୋଟିଏ ପରିବାରର ୪ଜଣ ଅନ୍ତୋଦୟ ଗୃହ ହିତାଧିକାରୀଙ୍କ କାର୍ଯ୍ୟାଦେଶ ବାତିଲ କରା ନ ଗଲେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ଅବଦାନ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ନାରାୟଣ ଜେନାଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ ମାନେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *