ଗଜପତି ମହାରାଜଙ୍କ ଅଧକ୍ଷତାରେ ଶ୍ରୀଜଗନ୍ନାଥ ତତ୍ତ୍ୱ ଗବେଷଣା ପ୍ରଚାର ପ୍ରସାର କମିଟି ବୈଠକ
ଗଜପତି ମହାରାଜଙ୍କ ଅଧକ୍ଷତାରେ ଶ୍ରୀଜଗନ୍ନାଥ ତତ୍ତ୍ୱ ଗବେଷଣା ପ୍ରଚାର ପ୍ରସାର କମିଟି ବୈଠକ- ମୂଳପୀଠ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ରୀତିନୀତି ,ପରମ୍ପରା ଓ ପର୍ବପର୍ବାଣୀକୁ ନେଇ ପ୍ରସ୍ତୁତ ମାର୍ଗଦର୍ଶିକା ଓ କ୍ୟାଲେଣ୍ଡର ଭାରତ ଓ ଭାରତ ବାହାରେ ଥିବା ପ୍ରତ୍ୟେକ ଜଗନ୍ନାଥ ମନ୍ଦିରକୁ ପ୍ରଦାନ କରାଯିବ। ଏହାଦ୍ବାରା ଆଉ ଅଦିନିଆ ରଥଯାତ୍ରା ହେବ ନାହିଁ କିମ୍ବା ଧାର୍ମିକ ପରମ୍ପରା ବ୍ୟାଘାତ ହେବ ନାହିଁ। ସେହିପରି ଶ୍ରୀମନ୍ଦିର ଭିତରେ ରହିଥିବା ସମସ୍ତ ଶିଳାଲେଖ ଆଉ ଥରେ ଐତିହାସିକଙ୍କ ଦ୍ବାରା ତର୍ଜମା କରାଯାଇ ସବିଶେଷ ତଥ୍ୟ ପ୍ରଦାନ କରାଯିବ। ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ପ୍ରଚାର ,ପ୍ରସାର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।ସେହିପରି ସ୍କନ୍ଦ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟ ଇଂରାଜୀରେ ଅନୁବାଦ ହୋଇଛି।ଏହାକୁ ବିଶ୍ବ ପରିବ୍ୟାପ୍ତ କରାଯିବ।ଏଥିସହ ସ୍କନ୍ଦ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟ ଓଡ଼ିଆ,ହିନ୍ଦୀ ,ଇଂରାଜୀ ଓ ସଂସ୍କୃତ ଆଦି ପୁସ୍ତକର ଡିଜିଟାଇଜେସନ ହେବ । ସ୍କନ୍ଦ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟ ଅନୁବାଦରେ ୧ ହଜାର ଶ୍ଲୋକ ରହିବ। ଜଗତ ଜାଣିବ ଶ୍ରୀଜଗନ୍ନାଥ ଓ ଶ୍ରୀକ୍ଷେତ୍ର ମହିମା । ଶ୍ରୀଜଗନ୍ନାଥ ତତ୍ତ୍ୱ ଗବେଷଣା ପ୍ରକାଶନ ଓ ପ୍ରସାର ଉପସମିତି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଭରଚୁଆଲ୍ ଯୋଗେ ଯୋଗଦେଇ ଥିବାବେଳେ ଦେବୋତ୍ତର କମିଶନର,,ଛତିଶାନିଯୋଗ ମହାନାୟକ,, କମିଟିର ସମସ୍ତ ସଦସ୍ୟ ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।
