ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ” ସଂଭାର-୨'”ଶତଦଳ” ବାର୍ଷିକ ମୁଖପତ୍ର ଉନ୍ମୋଚିତ
କୋଣାର୍କ – ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ କୋଣାର୍କ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବାର୍ଷିକ ଉତ୍ସବ ‘ସଂଭାର-୨’ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମଙ୍ଗଳ ଅଧିକାରୀ ମମତାରାଣୀ ପରିଡ଼ା ଉଦଘାଟନ କରି ଉତ୍ସବ ଶୁଭାରମ୍ଭ କରିଥିଲେ। ପ୍ରଧାନ ଶିକ୍ଷକ ନିହାର ପ୍ରାସାଦ ଲେଙ୍କା ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ମୂଖ୍ୟ ବକ୍ତା ଶିକ୍ଷାବିତ୍ ଦୀନବନ୍ଧୁ ରଥ, ସମ୍ମାନିତ ଅତିଥି ଭାବେ ସବ୍ ଇନ୍ସପେକ୍ଟର କେଦାର ଚନ୍ଦ୍ର ଦୋରା, ଅଗ୍ନିଶମ ଅଧିକାରୀ ବିଚିତ୍ର କୁମାର ଚୌଧୁରୀ, ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀନିବାସ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା, ଏଠି ବିଦ୍ୟା ଲାଭ ସହ ଶିକ୍ଷା, ଦୀକ୍ଷା, କ୍ରୀଡା, ସାହିତ୍ୟ ପ୍ରତି ରୁଚି ରଖିବା ସହିତ ଭଲ ମଣିଷ ଟିଏ ହେବା ପାଇଁ ଅତିଥି ମାନେ ପିଲାମାନଙ୍କ ଉଦ୍ଦେଶ୍ୟରେ ମତପୋଷଣ କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର “ଶତଦଳ” ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ପରେ ପରେ ବିଭିନ୍ନ କ୍ଷେତ୍ରରେ ସଫଳ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ସତ୍ୟ ସୁନ୍ଦର ମିଶ୍ର ଓ ରିତା କୁମାରୀ ମଞ୍ଚ ସଂଯୋଜନା କରିଥିବା ବେଳେ ଅର୍ଜୁନ ଦଳାଇ, ଗୌରୀ ଶଙ୍କର ଜେନା, ଅମିୟ ପ୍ରିୟଦର୍ଶିନୀ, ସିଲା ଭଟ୍ଟ, ଦୀପିକା ଲେଙ୍କା, ସୁଲୋଚନା ବେହେରା ଓ ଅଭୟ ମଲ୍ଲ ପ୍ରମୁଖ ସହଯୋଗ କରିଥିଲେ।
