ଗଂଜାମ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀଙ୍କ ୫ମ ବାର୍ଷିକ ଉତ୍ସବପାଇଁ କାର୍ଯ୍ୟକାରିଣୀ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
ବ୍ରହ୍ମପୁର ୧୮/୦୩( ) ଓଡିଶା ରାଜ୍ୟ ଅବସରପ୍ରାପ୍ତ କାର୍ମଚାରୀ ମହାସଙ୍ଘ, ଗଂଜାମ ଜିଲ୍ଲା କମିଟିର କାର୍ଯ୍ୟକାରିଣୀ ବୈଠକ ସହୀଦ ଲଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଡି.ମୋହନ ରାଓ ସଭାପତିତ୍ୱ କରିଥିଲେ। ସମ୍ପାଦକ ଶଙ୍କର୍ଷଣ ପାତ୍ର ଗତ ବୈଠକର ବିବରଣୀ ପାଠ କରିଥିଲେ।ସଭାପତି ଡି.ମୋହନ ରାଓ ପ୍ରାରମ୍ଭିକ ବକ୍ତବ୍ୟରେ ସଂଗଠନର ୫ମ ବାର୍ଷିକ ଉତ୍ସବ ତା ୨୯.୦୩.୨୬ରିଖରେ ଗଂଜାମ କଳା ପରିଷଦରେ ପାଳନ ପାଇଁ ପ୍ରସ୍ତୁତିର ଏକ ନକ୍ସା ଉପସ୍ଥାପିତ କରିଥିଲେ। ବାର୍ଷିକ ଉତ୍ସବରେ ୭ ଶହରୁ ଅଧିକ ସଭ୍ୟ ଯୋଗଦେବାପାଇଁ ପ୍ରସ୍ତୁତି ହୋଇଥିବା କହିଥିଲେ। ସୁରୁଖୁରୁରେ ପରିଚାଳନା ପାଇଁ ଅଭ୍ୟର୍ଥନା, ଖାଦ୍ୟ, ଲାଇଟ ଓ ସାଉଣ୍ଡ, ମୀଡ଼ିଆ, କମିଟିମାନ ଗଠନ କରାଗଲା। ମାର୍ଚ୍ଚ ୨୦୨୫ ରେ ପାରିତ ହୋଇଥିବାପେନସନ୍ ବିରୋଧୀ ନିୟମ (ଭେଲିଡେଶନ ଆକ୍ଟ) କୁ ପ୍ରତ୍ୟାହାର ପାଇଁ ସଂଗ୍ରାମ ଜାରି ରଖିବାକୁ ଏହି ବାର୍ଷିକ ଉତ୍ସବ ରାସ୍ତା ଦେଖାଇବ ଓ ଏଥିପାଇଁ ପ୍ରତ୍ୟେକ ସଭ୍ୟଙ୍କର ଦୈହିକ, ମାନସିକ ଓ ଆର୍ଥିକ ସହଯୋଗ ପାଇବା ପାଇଁ ସମସ୍ତ କାର୍ଯ୍ୟକାରିଣୀ ସଭ୍ୟ ପ୍ରଚେଷ୍ଟାକରିବାପାଇଁ କେ.ନନ୍ଦେଷୁ ସେନାପତି, ରାଜ୍ୟ ଉପଦେଷ୍ଟା କହିଥିଲେ।ବାର୍ଷିକ ଉତ୍ସବର ସଫଳ କାମନା କରି ଯୁଗ୍ମ ସମ୍ପାଦକ ମହର୍ଷି ସିଂ, ସହସମ୍ପଦକ ଡି.ଗୁରୁମୂର୍ତି ପାତ୍ର , ଅଡିଟର ଏମ୍.ନରସିଂହା, ଡି.ଦଣ୍ଡପାଣି ରେଡ୍ଡୀ, ନାରାୟଣ ପଣ୍ଡା, ସୀମାଞ୍ଚଳ ସାହୁ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକାରୀ କମିଟିର ସଭ୍ୟ ରମାନନ୍ଦ ଚୌଧୁରୀ, ନାରାୟଣ ଚୌଧୁରୀ, କୁମୁଦ ରଞ୍ଜନ ବେହେରା, ଗୁଲାମ ମକ୍ସୁଦ, ଶଶିକାନ୍ତ ଚୌଧୁରୀ, ଉଦ୍ୟନାଥ ଚୌଧୁରୀ, ଡି.ଶ୍ରୀନିବସନ , କେ.ସି.ଗୌଡ଼, ସୋମନାଥ ପ୍ରଧାନ, ସୀମାଞ୍ଚଳ ପ୍ରଧାନ, ପ୍ରଦୀପ କୁମାର ଚୌଧୁରୀ, Y.ମୋହନ, ପି.କେ.ପଳାଇ, ଟି.ଜନାର୍ଦନ ରାଓ, ଲଡୁ କିଶୋର ପାଢ଼ୀ,ରବୀନ୍ଦ୍ରନାଥ ଆଚାର୍ଯ୍ୟ, ପ୍ରେମାନନ୍ଦ ଦାଶ, ଭଗବାନ ସ୍ୱାଇଁ, ନିରଞ୍ଜନ ମହାନ୍ତି, ସୀମାଞ୍ଚଳ ସାହୁ ନୀଳମଣି ସାହୁ, ରବୀନ୍ଦ୍ରନାଥ ପାତ୍ର ଯୋଗଦେଇ ବାର୍ଷିକ ଉତ୍ସବର ସଫଳତା ପାଇଁ ଏକଥିବା ଜଣାଇଥିଲେ।କୋଷାଧ୍ୟକ୍ଷ ନିରାକାର ସାବତ ଧନ୍ୟବାଦ ଅର୍ପଣ କରିଥିଲେ।
