ପୁରୀ ଠାରେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଙ୍କ ସାମ୍ବାଦିକ ସମ୍ମିଳନୀ।

ପୁରୀ ଠାରେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଙ୍କ ସାମ୍ବାଦିକ ସମ୍ମିଳନୀ।ପୁରୀ ଜିଲ୍ଲାରେ ଚଲିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ୧୯ ଲକ୍ଷ କୁଇଣ୍ଟାଲ ବଳକା ବିକ୍ରି ଯୋଗ୍ୟ ଧାନ ୫୯ ହଜାର ୬୧୮ ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ। ଚାଷୀ ମାନଙ୍କୁ ଭ୍ୟାଲିଡ୍ ଟୋକନ୍ ମଧ୍ୟ ପ୍ରଦାନ କରାଯାଇଛି। କିନ୍ତୁ ଆଜି ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ପୁରୀ ଜିଲ୍ଲାର ୧୧ ହଜାର ଚାଷୀ ୩ ଲକ୍ଷ କୁଇଣ୍ଟାଲ ବିଭିନ୍ନ ମଣ୍ଡିରେ ମାସାଧିକ କାଳ ପାଲ ପକେଇ ବସିଛନ୍ତି। ଯଦିଓ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପ୍ରସାଶନିକ ଅଧିକାରୀ ମାନେ କହୁଛନ୍ତି ଜିଲ୍ଲା ର ସମସ୍ତ ବଳକା ଧାନ ସଂଗ୍ରହ କରିବୁ କିନ୍ତୁ ଜିଲ୍ଲା ପ୍ରଶାସନ ର କ୍ରମାଗତ ଭାବରେ ତୃଟିପୂର୍ଣ୍ଣ ନିତି ଯୋଗୁଁ ପୁରୀ ଜିଲ୍ଲାର ଚାଷୀ କୁଳ ମଣ୍ଡି ପାଖରେ ହଜାର ହଜାର କୁଇଣ୍ଟାଲ ଧାନ ଧରି ଅପେକ୍ଷା କରିଛନ୍ତି ସରକାର କେବେ ତାଙ୍କ ଧାନ କିଣିବେ?ପୁରୀ ଜିଲ୍ଲା ର ଡ଼େଲାଙ୍ଗ କାକଟପୁର, ନିମାପଡ଼ା, ଗୋପ ଓ ପିପିଲି ଚାଷୀ କୁଳର ଅବସ୍ଥା କହିଲେ ନ ସରେ। ୨୦୨୫ – ୨୦୨୬ ରବି ଧାନ ସଂଗ୍ରହ ପାଇଁ ସରକାରି ସ୍ତରରେ ପକ୍ରିୟା ଆରମ୍ଭ ହୋଇଥିବା ବେଳେ ଚଳିତ ମାସ ୨୦ ତାରିଖ ଦିନ ଚାଷୀ ଭାଇ ମାନେ ଫର୍ମ ପୂରଣ କରି ଦାଖଲ କରିବା ପାଇଁ ସରକାରି ଭାବରେ ମାର୍ଚ୍ଚ ୨୦ ତାରିଖ ନିର୍ଣ୍ଣୟ କରାଯାଇଛି। ଏବଂ ସଂଗ୍ରୃହିତ ହେଉଥିବା ସମସ୍ତ ଫର୍ମ ଗୁଡିକକୁ ଡିଜିଟାଇସନ୍ କରିବା ପାଇଁ ଚଳିତ ମାସ ୨୫ ତାରିଖ ନିର୍ଧାରିତ ହେଇଥିବା ବେଳେ ପୁରୀ ଜିଲ୍ଲା ରେ ରବି ଧାନ କ୍ରୟ କରିବା ପାଇଁ ଜିଲ୍ଲା ସ୍ତରରେ ସ୍ଥିରିକୃତ ହେଇଥିବା ୧୪୫ ଟି କ୍ରୟ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ହେଇଥିବା ବେଳେ ଆଜି ସୁଦ୍ଧା ମାତ୍ର ଜିଲ୍ଲା ସମବାୟ ବିଭାଗ ଦ୍ଵାରା ୬୮ ଟି କ୍ରୟ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ୨ ବର୍ଷ ତଳୁ ଜିଲ୍ଲାର ପଞ୍ଜୀକୃତ ହୋଇଥିବା ନୂତନ ଭାବରେ ଗଠିତ ପ୍ରଥମିକ ସେବା ସମବାୟ ସମିତି ଗୁଡିକ କୁ ପଞ୍ଜିକରଣ ଏବଂ ଧାନ କିଣା ବିକାରେ ସାମିଲ କରାନଯାଇ ୬ ମାସ ତଳେ ପଞ୍ଜୀକୃତ ହୋଇଥିବା ଅତିରିକ୍ତ ସେବା ସମବାୟ ସମିତି କୁ DRCS ବା ଜିଲ୍ଲା ସମବାୟ ସମିତି ନିବେଦକ ନୂତନ ସେବା ସମବାୟ ସମିତି ଗୁଡିକୁ ଚାଷୀ ପଞ୍ଜିକରଣ କରିବା ପାଇଁ ପ୍ରଶାସନିକ ନିଷ୍ପତ୍ତି ନେଇଥିବାରୁ ଶ୍ରୀ ଦାସବର୍ମା ଏହି ବ୍ୟବସ୍ଥା ର ତୀବ୍ର ନିନ୍ଦା କରିଛନ୍ତି। ରବି ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ନିୟମାବଳୀ କୁ ତୀବ୍ର ନିନ୍ଦା କରିବା ସହ ଏହା ସମ୍ପୂର୍ଣ୍ଣ ଚାଷୀ ବିରୋଧୀ ଏବଂ ଏହା ଦ୍ଵାରା ହଜାର ହଜାର ଚାଷୀ ରବି ଧାନ ପଞ୍ଜିକରଣ କରି ବିକ୍ରି କରିବାରୁ ବଞ୍ଚିତ ହେବେ। ଧାନ ବିକ୍ରି( ପଞ୍ଜୀକରଣ) ପାଇଁ ଆସୁଥିବା ପ୍ରଥମିକ ସେବା ସମବାୟ ସମିତି ଗୁଡିକୁ ଇ କେୱାୟସି କରିବା ପାଇଁ ବାଧ୍ୟ କରିବା, ଉତ୍ତରାଧିକାରୀ ସତ୍ୱ ପ୍ରଦାନ କରିବା ପାଇଁ ସମ୍ପୂର୍ଣ୍ଣ ବଂଶାବଳୀ ର ପ୍ରମାଣପତ୍ର ପ୍ରଦାନ ସହିତ କେଉଁ ମାନେ ଚାଷ ଜମି ର ଉତ୍ତରାଧିକାରୀ ଏବଂ ପରିବାରର ସମସ୍ତ ପରିବାରବର୍ଗଙ୍କ ପଞ୍ଜିକରଣ ପାଇଁ ସମତିପତ୍ର ବାଧ୍ୟତାମୂଳକ ବୋଲି ବିଭାଗୀୟ ଅଧିକାରୀ ମାନେ ରୋକ ଠୋକ ଭାବରେ ସୋସାଇଟି ସେକ୍ରେଟୀ ଓ ତହସିଲଦାର ମାନଙ୍କ ମଧ୍ୟରେ ରାଯୋସ୍ୱ ନିରିକ୍ଷଣ ମାନଙ୍କୁ ସୁଚିତ କରିଥିବାରୁ ଚଳିତ ରବି ଧାନ ସଂଗ୍ରହ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ଶ୍ରୀ ଦାସବର୍ମା ମତ ପ୍ରକାଶ କରିଛନ୍ତି।ଶ୍ରୀ ଦାସବର୍ମା କହିଛନ୍ତି ନୂତନ ସରକାର ଓଡ଼ିଶା ର ଚାଷୀ କୂଳ କୁ ଅସ୍ଵସ୍ଥ କରିଥିଲେ ସମସ୍ତ ବଳକା ଓ ବିକ୍ରୀ ଯୋଗ୍ୟ ଧାନ ବିନା କଟଣି ଛଟଣି ରେ ଆମେ ସଂଗ୍ରହ କରିବୁ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ସହିତ ଇନ୍ ପୁଟ ସବସିଡି ଦେଇ ୩୧୦୦ ଟଙ୍କା ରେ ଧାନ କ୍ରୟ କରିବୁ। କିନ୍ତୁ ଡ଼ବଲ ଇଞ୍ଜିନ ସରକାର ଆଜି ସମ୍ପୂର୍ଣ୍ଣ ଭାବେରେ ପୁରୀ ଜିଲ୍ଲାର ଚାଷୀ କୁଳ ଠାରୁ ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରିବା ରେ ବିଫଳ ହୋଇଛି। ଗଲା ରବି ଧାନ ସଂଗ୍ରହ ସମୟରେ ପୁରୀ ଜିଲ୍ଲାର ୩୮ ପ୍ରତିଶତ ଚାଷୀ ଭ୍ୟାଲିଡ଼୍ ଟୋକନ୍ ଥାଇ ଧାନ ବିକ୍ରି କରି ପାରିଲେ ନାହିଁ। ମୁଁ ଭାବୁଛି ଗଲା ଖରିଫ ଓ ରବି ଧାନ ସଂଗ୍ରହ ରେ ଜିଲ୍ଲା ପ୍ରଶାସନ କୈାଣସି ସିକ୍ଷା ଲାଭ କରିପାରିଲା ନାହିଁ। ପୁରୀ ଜିଲ୍ଲାର ୭୦ ଭାଗ ଲୋକ ଚାଷୀ ଓ ଧାନ ଚାଷ ସେମାନଙ୍କ ର ଏକ ମାତ୍ର ଅର୍ଥନୀତି। କିଛି ଅଞ୍ଚଳ ଖରିଫ ଧାନ କରୁଥିବା ବେଳେ ଆଉ କିଛି ଅଞ୍ଚଳ ସମ୍ପୂର୍ଣ୍ଣ ରବି ଧାନ ଉପରେ ଚାଷୀ କୁଳ ନିର୍ଭର କରେ। ସେଇ ଧାନ ଉତ୍ପାଦନ ବିକ୍ରି ଲବ୍ଧ ଆୟରୁ ଚାଷୀ ସ୍ୱପ୍ନ ଦେଖେ ଝିଅ ବାହାଘର, ପୁଅର ପାଠପଢ଼ା ଖର୍ଚ୍ଚ ଓ ନିଜର ଜୀବିକା ଜଞ୍ଜାଳ ଓ ଔଷଧ ଖର୍ଚ୍ଚ ପର୍ଯ୍ୟନ୍ତ। ସରକାର ଓ ଜିଲ୍ଲା ପ୍ରଶାସନ ର ଅପରିଣାମ ଦର୍ଶି ଆଭିମୁଖ୍ୟ ଫଳରେ ପୁରୀ ଜିଲ୍ଲା ଚାଷୀ କୁଳ ସମ୍ପୂର୍ଣ୍ଣ ନିରାଶ।ପୁରୀ ଜିଲ୍ଲାର ଜିଲ୍ଲାପାଳ ଙ୍କୁ ମୋର ଦାବି ତୁରନ୍ତ ଏକ ଉଚ୍ଚସ୍ତରୀୟ ବୈଠକ ସମବାୟ ବିଭାଗ, ଖାଦ୍ୟ ଯୋଗାଣ ବିଭାଗ ଓ ରାଜସ୍ୱ ବିଭାଗ ର ବୈଠକ ଡାକି ୨୦୨୪- ୨୦୨୫ ରବି ସିଜିନ୍ ସମୟରୁ ଯେଉଁ ୪ ଲକ୍ଷ କୁଇଣ୍ଟାଲ ବିଭିନ୍ନ ମିଲ୍ ମାନଙ୍କରେ ଗଛିତ ରହିଛି ଏବଂ ୨୦୨୪-୨୦୨୫ ଖରିଫ ଋତୁରେ ସଂଗ୍ରୃହିତ ହୋଇ ଥିବା ୧ ଲକ୍ଷ କୁଇଣ୍ଟାଲ ଧାନ ଯାହା ପୁରୀ ଜିଲ୍ଲାର ବିଭିନ୍ନ ମିଲ ମାନଙ୍କ ରେ ପଡ଼ିରହିଛି ତାହାକୁ ତୁରନ୍ତ ଷ୍ଟେଟ ପୁଲକୁ କିଭଳି ଭାବେ ରେ ବଳକା ଚାଉଳ ହସ୍ତାନ୍ତର କରାଯିବ ସେ ପକ୍ରିୟା କୁ ପ୍ରଥମିକ ଭାବରେ ପୁରୀ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବା ସହିତ ଚଳିତ ଖରିଫ ଧାନ ପୁରୀ ଜିଲ୍ଲା ରେ ପଡି ରହିଥିବା ଏକ ମାସରୁ ଉର୍ଦ୍ଧ୍ୱ କାଳ ବିଭିନ୍ନ ମଣ୍ଡିରେ ହାରାହାରି ୪ ଲକ୍ଷ କୁଇଣ୍ଟାଲ ଧାନ କିଭଳି ଭାବେ ରେ ନିର୍ଧାରିତ ସମୟ ସୀମା ମଧ୍ୟରେ ସଂଗ୍ରହ କରାଯିବ ତୋରିତ ପଦକ୍ଷେପ ଜିଲ୍ଲା ପ୍ରଶାସନ ନେଉ।ଜିଲ୍ଲା ପ୍ରଶାସନ କୁ ମୋର ଦାବି ଓ ପରାମର୍ଶ ତୁରନ୍ତ ରାଜ୍ୟ ସରକାରଙ୍କ ଫୁଡ୍ ପଲିସି ବା ଖାଦ୍ୟ ନିତି ରେ ଥିବା ଚାଷୀ ବିରୋଧୀ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରି ପୁରୀ ଜିଲ୍ଲା ର ସମସ୍ତ ଚାଷୀ କୁଳର ଧାନ ପଞ୍ଜିକରଣ ବ୍ୟବସ୍ଥା ସରଳୀକରଣ କରିବା ସହିତ ଚାଷୀ କିଭଳି ଭାବରେ ତାର କଷ୍ଟଲବ୍ଧ ଫସଲ ସରକାରୀ ବ୍ୟବସ୍ଥା ରେ ବିକ୍ରି କରିପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ଦାସବର୍ମା କହିଛନ୍ତି।ପୁରୀ ଜିଲ୍ଲା ପ୍ରଶାସନ ପୁରୀ ଜିଲ୍ଲାର ଚାଷୀ କୁଳର ସମସ୍ୟାର ସମାଧାନ କରିବା ପାଇଁ ସକରାତ୍ମକ ପଦକ୍ଷେପ ନନେଲେ ଆଗାମୀ ଦିନରେ ଜିଲ୍ଲାରେ ଭୟଙ୍କର ଚାଷୀ ଆନ୍ଦୋଳନ ସୃଷ୍ଟି ହେବ ବୋଲି ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ଆଜି ଏହି ଖବରଦାତା ସମ୍ମିଳନୀରେ ମତପ୍ରକାଶ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ପୁରୀ ନିମାପଡ଼ା ବ୍ୟାଙ୍କର ନିର୍ଦ୍ଦେଶକ ଭଗବାନ ନାୟକଙ୍କ ସହିତ କୃଷକ ନେତା ଯୁଧିଷ୍ଠିର ନାୟକ ଓ ବିଜୟ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *