ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳନ

ତା (୧୯/୦୩/୨୬ ) ରିଖ ଗୁରୁବାର ସକାଳ ୯ ଟା ରୁ ୧୦ଟା ୩୦ ମିନିଟ ଯାଏ , ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି, ଓଡିଶା ଙ୍କ ଯୋଜନା ଆଧାରରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପୁରୁଣା ବଜାର, ଭଦ୍ରକରେ “ ରାଷ୍ଟ୍ରୀୟ ନବ ବର୍ଷ “ ସମସ୍ତ ଗୁରୁଜୀ ଗୁରୁମା‘ମାନଙ୍କ ସହଯୋଗରେ ପାଳିତ ହୋଇ ଯାଇଛି | ଏଥରେ “ ସ. ସିସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣାବଜାର, ଭଦ୍ରକର ରାଷ୍ଟ୍ରୀୟ ନବ ବର୍ଷ ପାଳିତ ହୋଇଯାଇଛି |ଆଜି . ବି. ମ. ପୁରୁଣାବଜାର ର ପୂର୍ବତନ ସମ୍ପାଦକ ଓ ଜଣେ ସ୍ବୟଂ ସେବକ ରୂପେ ଜଣାଶୁଣା ମାନ୍ୟ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା “ ଉକ୍ତ ଉତ୍ସବରେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଉପସ୍ଥିତ ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ |ଅଭିଭାବିକା ଓ ଶିଶୁ ଭାଇ ଭଉଣୀ ମାନଙ୍କୁ ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରି ଡ଼କ୍ଟରଜୀଙ୍କ ମାର୍ଗଦର୍ଶନରେ ପରିଚାଳନା ହୋଇ ସମସ୍ତ ହିନ୍ଦୁ ଏକଜୁଟ ହେବାକୁ ପରାମର୍ଶ ଦେଇଥିଲେ | ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାଜକିଶୋର ଦାସ ବର୍ତ୍ତମାନ ପରିସ୍ଥିତିରେ ଭାରତର ଭୂମିକା ସମ୍ବନ୍ଧରେ ସ୍ବାଗତ ଭାଷଣ ଦେଇଥିଲେ |

ମଞ୍ଚ ପରିଚାଳନା କାର୍ଯ୍ୟ ଓ ପିଲାମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମରେ ହୋଇଥ‌ିବା ସମସ୍ତ କାର୍ଯ୍ୟକୁ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ଦିଲ୍ଲୀପ ସେଠୀ ଓ ଗୁରୁକୀ ମନ୍ଦରଧର ସାହୁ ସଂଯୋଜନା କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଅତିଥ୍‌ଙ୍କ ପରିଚୟ ବିଦ୍ୟାଳୟର ଗୁରୁଜୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଦେଇଥୁଲା ବେଳେ, ଧନ୍ୟବାଦ ଦେଇଥିଲେ ବରିଷ୍ଠ ଗୁରୁଜୀ ରଙ୍ଗାଧର ଲେଙ୍କା | ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ଗ ନେଇଥ‌ିବା ସମସ୍ତ ଶିଶୁ ଭାଇଭଉଣୀ ମାନଙ୍କୁ ମହାପୁ ପୁରୁଷଙ୍କ ବିଷୟରେ ଲିଖୂତ ପୁସ୍ତକ, ଅତିଥ୍‌ଙ୍କ ଦ୍ବାରା ପ୍ରଦାନ କଟ କରାଯାଇଥିଲା ଏବଂ ସମସ୍ତ ଗୁରୁଜୀ ଗୁରୁମା ଉକ୍ତି କାର୍ଯ୍ୟକ୍ର ର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *