ଧନ୍ବନ୍ତରୀ ଉପନଗର ର ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଉତ୍ସବ ପାଳନ ହୋଇଥିଲା।
ବ୍ରହ୍ମପୁର ୧୯/୩ ଚୈତ୍ର ଶୁକ୍ଳ ପ୍ରତିପଦା ସକାଳ ଘ ୬.୩୦ମିନିଟ ସମୟରେ ଧନ୍ବନ୍ତରୀ ଉପନଗର ର ସମସ୍ତ ଶାଖାର ସ୍ଵୟଂସେବକମାନଙ୍କର ସମ୍ମିଳୀତ ହୋଇ ସ୍ଥାନୀୟ ଲୋଚାପଡ଼ାରୋଡ ସ୍ଥିତ ଆଶୀର୍ବାଦ ସେଲିବ୍ରେସନ ଠାରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଉତ୍ସବ ପାଳନ କରିଥିଲେ । ଏହି ଉତ୍ସବରେ ଘୋଷବାଦନ ସହ ସଞ୍ଚଳନ,ସାମୁହିକ ଶାରିରୀକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ସମସ୍ତ ସ୍ୱୟଂସେବକ ବନ୍ଧୁମାନେ ପୂର୍ଣ୍ଣଗଣ ବେଶରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବର୍ଷରେ ଥରେ ମାତ୍ର ଆଦ୍ୟ ସରସଂଘଚାଳକଙ୍କ ପ୍ରଣାମ କରିଥିଲେ । ଏହି ମହାନ ଦିବସ ରେ ଉପନଗର ର ସମସ୍ତ ସ୍ୱୟଂସେବକ ସପରିବାର ନ ଯୋଗଦେଇଥିଲେ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।ଲୋଚପଡା ଗ୍ରାମ ଅଂଚଳ ପ୍ରାୟ ୩ କିଲୋମିଟର ରାଷ୍ଟ୍ରୀୟ ସୟଂ ସେବକ ସଙ୍ଘ ର ସମସ୍ତ କାର୍ଯ୍ୟକର୍ତ୍ତା ଘୋଷ ବାଦ୍ୟ ସହିତ ସହର ପରିକ୍ରମା କରିଥିଲେ ଏହି ସମୟରେ ପ୍ରତେକ ଘର ର ସାମ୍ନାରେ ଝୁଟି ଆଙ୍କି ସ୍ୱୟଂ ସେବକ ଙ୍କ ପୁଷ୍ପ ବୃଷ୍ଟି କରିବା ସ୍ୱାଗତ କରିଥିଲେ ପରିଶେଷରେ ଆଶୀର୍ବାଦ କଲ୍ୟାଣ ମଣ୍ଡପ ଠାରେ ଆଜିର ଦିନର ମହତ୍ୱ ବିଷୟରେ ଆଲୋଚନା ହୋଇଥିଲା ମୁଖ୍ୟ ଅତିଥି ସମିତି ସଭ୍ୟ ଚଣ୍ଡୀ ଚରଣ ସାହୁ,ମୁଖ୍ୟ ଵକ୍ତ୍ୟ। ନୀଳକଣ୍ଠ ଚୌଧୁରୀ,ସନ୍ତୋଷ କୁମାର ପାତ୍ର ମହାନଗର ସଙ୍ଘଚାଳକ,ସୁରେଶ ଭାଇ,କିରନ ଭାଇ,ସମୀର ଭାଇ,ପ୍ରଦୀପ ଭାଇ,ଶ୍ରୀକାନ୍ତ ଭାଇ,କୃଷ୍ଣ ଭାଇ,ପଟ୍ଟନାୟକ ବାବୁ ଙ୍କ ବହୁ ବାଲ କାର୍ଯ୍ୟକର୍ତ୍ତା ଭାଗ ନେଇଥିଲେ ପରିଶେଷରେ ଭାରତ ମାତା କୀ ଜୟ,ଜୟ ଶ୍ରୀରାମ ସ୍ଲୋଗାନ ଦେଇଥିଲେ ।
