ମହାନ ତେଲୁଗୁ ପର୍ବ ଉଗାଦୀ ଉତ୍ସଵ ପାଳିତ, ସାଂସଦ ଓ ବିଧାୟକ ଙ୍କୁ ସମ୍ବର୍ଦ୍ଧନା କଲେ ତେଲୁଗୁ କମିଟି।

ବ୍ରହ୍ମପୁର ୧୯/୩( )ବିବର୍ଦ୍ଧନୀ ସମାଜମ ତରଫରୁ ଖସ୍ପା ସାହି ସ୍ଥିତ ଜଟାଧରେଶ୍ୱର ମଣ୍ଡପ ପରିସରରେ ଉଗାଦୀ ଉତ୍ସଵ ମହା ସମାରୋହରେ ପାଳିତ ହୋଇଯାଇଛି ।ଏହି ଅବସରରେ ସାଂସଦ ଡ଼ ପ୍ରଦୀପ କୁମାର ପାଣିଗ୍ରାହି ଓ ସମ୍ମାନୀତ ଅତିଥି ଭାବେ ବିଧାୟକ କେ. ଅନିଲ କୁମାର ଯୋଗ ଦେଇଥିଲେ ଏହି ଅବସରରେ ତେଲୁଗୁ ନୂଆ ବର୍ଷ ଉଭୟ ଉଗାଦୀ ଉପଲକ୍ଷେ ଶୁଭ କାମନା ଜଣାଇ ଥିଲେ ।

ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ସହ ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର ଏବଂ ତାଙ୍କ ଧର୍ମ ପତ୍ନୀ ଙ୍କୁ ତେଲୁଗୁ ସମ୍ପ୍ରଦାୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସହିତ ସମାଜରେ ନିଜ ନିଜ ର ସେବା କାର୍ଯ୍ୟ ପାଇଁ କିଛି ବ୍ୟକ୍ତି ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।କୁନି କୁନି କଳାକାର ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପରସ୍ପରକୁ ନୂତନ ବର୍ଷ ର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *