ଜଗନ୍ନାଥପୁର କୣଷିସମବାୟସମିତିରେ ୧୭୦ଚାଷୀ ମଣ୍ଡିରୁ ବଞ୍ଚିତ।
ଜଗନ୍ନାଥପୁର କୣଷିସମବାୟସମିତିରେ ୧୭୦ଚାଷୀ ମଣ୍ଡିରୁ ବଞ୍ଚିତ।ମଣ୍ଡିଟୋକନ ପାଇ ଧାନ ଦବାକୁ ଅପେକ୍ଷା ରେ ଚାଷୀ।ରଘୁନାଥପୁର ତା ୧୯/୩—–ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ଜଗନ୍ନାଥପୁର କୣଷିସମବାୟସମିତି ରେ ଧାନ ମଣ୍ଡିରେଦବାକୁଅପେଖ୍ୟାରେ ଚାଷୀ।ଏହି ସମବାୟ ସମିତିରେ ଆଉ୧୭୦ଜଣ ଚାଷୀ ମଣ୍ଡିଟୋକନ ପାଇ ଧାନଦେବାରେ ବଞ୍ଚିତ ହୋଇଛନ୍ତି।ଏଠାରେ ସୂଚଯୋଗ୍ୟ ଏହି ସମବାୟ ଅଧିନରେ ରଘୁନାଥପୁର, ଜଗନ୍ନାଥପୁର,ଧରାଧରପୁର ପଞ୍ଚୟତ ରହିଅଛି। ଚଳିତବର୍ଷ ଖରିପଧାନଫସଲ ପାଇଁ ଏହିସମବାୟ ଅଧିନରେ ମଣ୍ଡିପାଇଁ ୬୪୦ଜଣଚାଷୀ ପଞ୍ଜିକୣତକରିଥିଲେ। ତେବେ ପ୍ରଶାସନ ପକ୍ଷରୁ ଏହି ବ୍ଲକଅଧିନ ଜିରା ସମବାୟ ରେ ଶତକଡା ୯୦%ଟାରଗେଟ ଦିଆଯାଇଥିବା ବେଳେ ଜଗନ୍ନାଥପୁର ସମବାୟ ରେଶତକଡା ୭୨%ଟାରଗେଟ ଦିଆଯିବା କୁ ନେଇ ଏହି ୩ଗୋଟି ପଞ୍ଚାୟତ ର ଚାଷୀମହଲରେ ତିବ୍ରପ୍ରତିକ୍ରିୟା ଦେଖାଦେଇଛି।ଏହି ଜଗନ୍ନାଥପୁର ସମବାୟ ରେ ପ୍ରଶାସନ ପକ୍ଷରୁ ଯଦି ଆଉ ୫ହଜାର କ୍ୱଇଣ୍ଟାଲ ଧାନମଣ୍ଡିରେ ଦେବାପାଇଁ ଟାରଗେଟ ଦିଆଯାଇ ପାରାନ୍ତା ତାହାଲେ ଟୋକନପାଇ ଅପେକ୍ଷା ରେ ଥିବା ଚାଷୀମାନେ ଉପକୣତ ହୋଇପାରନ୍ତେ ବୋଲି ଚାଷୀମାନେ ନିବେଦନ କରିଛନ୍ତି।ଧାନଦେବାପାଇଁ ଏହି ୩ଗୋଟିପଞ୍ଚାୟତରେ ଚାଷୀମାନେ ମଣ୍ଡିକୁ ବାରମ୍ଭାର ଦୈଡିଦୈଡି ନିରାଶହୋଇ ଫେରୁଥିବା ଦେଖିବାକୁ ମିଳିଛି। ଚାଷୀମାନେ ଶହଶହବସ୍ତା ଧାନ ଘରେଯମାରଖି ମଣ୍ଡିକୁ ଚାହିଁବସିଛନ୍ତି।ତେବେ ମଣ୍ଡିରେ ଧାନର ଟାରଗେଟ ସମ୍ପର୍କ ରେ ଜିଲ୍ଲାଯୋଗାଣ ଅଧିକାରୀ ଙ୍କୁ ମୋବାଇଲଯୋଗେ ଯୋଗାଯୋଗ କଲେ ମଧ୍ୟ ସେ ମୋବାଇଲ ଉଠାଇନଥିବାର ଜଣାଯାଇଛି। ଏଠାରେ ଉଲ୍ଲେଖ ଥାଉ କି ଚାତକ ବର୍ଷା ଜଳରେ ଶୋଷ ମେଣ୍ଟେଇବା ଅପେକ୍ଷା କଲା ଭଳି ଚାଷୀ ସରକାରଙ୍କ ଟାରେଗେଟ କୁ ଅପେକ୍ଷା?
