ବାଲୁକା କଳାରେ ବିଶ୍ବ ପଖାଳ ଦିବସର ଶୁଭେଚ୍ଛା ଜ୍ଞାପନ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
-ବାଲୁକା କଳାରେ ବିଶ୍ବ ପଖାଳ ଦିବସର ଶୁଭେଚ୍ଛା ଜ୍ଞାପନ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ l ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ । ଓଡ଼ିଆଙ୍କ ପ୍ରଥମ ପରିଚୟ ଥାଏ ପଖାଳ। ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ପଖାଳର ଚାହିଦା କିଛି ନିଆରା ଭାବେ ଥାଏ। ତେଣୁ ପଖାଳର ସ୍ୱତନ୍ତ୍ରତାକୁ ବଜାଇ ରଖିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କୁ ଦହି ପଖାଳ ଲାଗି କରାଯାଏ। ଏହି ଅବସରରେ ପୁରୀ ନିଳାଦ୍ରୀ ବିଚ୍ ରେ ସୁଦର୍ଶନ ଏକ ସୁନ୍ଦର ବାଲୁକା ଚିତ୍ର କଳା ମାଧ୍ୟମରେ ବିଶ୍ଵ ପଖାଳ ଦିବସର ଶୁଭେଛା ଜଣାଇଛନ୍ତି । ପ୍ରତ୍ୟକ ଓଡିଆ ଏହାକୁ ପାଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି ଏହି ବାଲୁକା କଳାରେ ପଖାଳ କଂସା ସହିତ ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟ ରହିଛି l
