ଜଙ୍ଗଲ ଭିତରେ କଲେଜ ଛାତ୍ରୀଙ୍କୁ ବିଭତ୍ସ ହତ୍ୟା।
Date -19/3/2026ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳି ଗାଁ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କୁ ବିଭତ୍ସ ହତ୍ୟା କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ମାର୍ଥାପୁର ଗାଁର ଅଙ୍କିତା ପ୍ରିୟଦର୍ଶିନୀ ବାରିକ ହୋଇଥିବା ସୂଚନା। ସେ କାମାକ୍ଷାନଗର ମହିଳା ମହାବିଦ୍ୟାଳୟର ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ଥିଲେ ।ଗତ କାଲି କଲେଜରେ ଗୋଟିଏ ସିଟିଙ୍ଗ ପରୀକ୍ଷା ସାରି ଆଉ ଘରକୁ ଫେରିନଥିଲେ। ଆଜି ତାଙ୍କର ରକ୍ତ ଜୁଡୁବୁଡୁ ମୃତ ଦେହ ସାରୁଆଳି ଗାଁ ଜଙ୍ଗଲରେ ପଡିଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରୁ କଲେଜ ବ୍ୟାଗ ସହିତ ରକ୍ତ ରଞ୍ଜିତ ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ପ୍ରେମ ଜନିତ କାରଣରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଯଦିଓ ଜିଲ୍ଲା ସାଇଣ୍ଟିଫିକ ଟିମର ତଦନ୍ତ ଏବଂ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ। ତେବେ ରେପ୍ ପରେ ମର୍ଡର କରାଯାଇଥିବା ସନ୍ଦେହ କରାଯାଉଛି। ଯାହାକୁ ନେଇ ଘଟଣା ସ୍ଥଳରେ ଏସପି କାମାକ୍ଷାନଗର ପୋଲିସ ଏବଂ ସାଇନ୍ଟପିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି।
