ରାହାମା ରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ଉଦଯାପିତ
ରାହାମା ୧୯/୦୩-ଜଗତସିଂହପୁର ରାହାମାଠାରେ ନାମାଚାର୍ଯ୍ୟ ଶ୍ରୀମଦ୍ ବାୟାବାବା ଭାଗବତ ପ୍ରଚାର ସମିତି ରାହାମା ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ-୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବର ସଂଯୋଜକ ଓ ସମ୍ପାଦକ ଡ଼ଃ ସୁନାକର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।ପ୍ରତ୍ୟେକ ଦିନ ଭାଗବତ ପରାୟଣ ପଠନ କରାଯାଇ ସନ୍ଧ୍ୟା ସମୟରେ ବରଣ୍ୟ ପ୍ରବଚକମାନଙ୍କ ଦ୍ୱାରା ପ୍ରବଚନ ରଖା ଯାଇଥିଲା । ମହୋତ୍ସବର ଅନ୍ତିମ ସନ୍ଧ୍ୟାରେ ପଞ୍ଚ କୁଣ୍ଡିୟ ବିଶ୍ୱ ଶାନ୍ତି ମହାଯଂଜ୍ଞ ର ପୂର୍ଣ୍ଣାହୁତି କରାଯାଇଥିଲା।ଧାରାବାହିକ ପ୍ରଵକ୍ତା ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ମହାରାଜ ରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକଙ୍କ ଶ୍ରୀ ଜଗନ୍ନାଥଙ୍କ ଲୀଳା ଉପରେ କଥାମ୍ବୃତ ରଖିଥିଲେ। ବିଭିନ୍ନ କୋଣ ଅନୁକୋଣରୁ ହଜାର ହଜାର ଶ୍ରାଦ୍ଧଳୁ ଭକ୍ତମାନେ ଯଜ୍ଞ ସ୍ଥଳ ଓ ମଞ୍ଚସୀନ ଚତୁର୍ଦ୍ଧା ମୂରତିକୁ ଦର୍ଶନ କରି ମହାପ୍ରଭୁଙ୍କ ଆଶିଷ ଭିକ୍ଷା ସହିତ ଜଗନ୍ନାଥଙ୍କ ମାନବୀୟ ଲୀଳା ଶ୍ରବଣ କରିଥିଲେ । ବିଭିନ୍ନ ବର୍ଗର ଶିକ୍ଷା, ସଂସ୍କୃତି, ଜ୍ଞାନୀଗୁଣୀ ପଣ୍ଡିତ, ସାଧୁ, ସନ୍ୟାସୀ, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ,ସେବାୟତ, ମୁଖ୍ୟ ପୂଜକ ବରିଷ୍ଠ ଆଇନ ଜିବୀ,ସାମ୍ବାଦିକ, ସାହିତ୍ୟିକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା କରିଥିବା ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ଦିବସରେ ବରଣ୍ୟ ଅତିଥିମାନଙ୍କ ଦ୍ୱାରା ପୁଷ୍ପ ଗୁଚ୍ଛ, ମାନପତ୍ର,ଉପଢୌକନ ଦିଆଯାଇ ସମ୍ବର୍ଧିତ କରାଯାଇଥିଲା। ଉଦଯାପନୀ ଦିବସରେ ମଞ୍ଚସୀନ ଧାରାବାହିକ ପ୍ରବକ୍ତା ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ସହିତ ସାଧୁ ସନ୍ଥ ସମାଜର ମହନ୍ତ, ନୃସିଂହନାଥ ମଠ ଅଧିକାରୀ ରମାକାନ୍ତ ଦାସ,ସାରଳା ସଂସ୍କୃତି ପ୍ରଚାରକ ରମାକାନ୍ତ ରାଉଳ,କୁଜଙ୍ଗ ସନ୍ଥ ସମାଜର ସଭାପତି ପ୍ରସନାନନ୍ଦ ଅଧିକାରୀ, ପଣ୍ଡିତ ରବିନ୍ଦ୍ର ନାଥ ମିଶ୍ର, ନାଇସର ପୂର୍ବତନ କୁଳପତି ଡ଼ଃ ଅଭୟ ନାୟକ, ଇଫକୋ ପାରାଦ୍ୱୀପର ବରିଷ୍ଠ ଅଧିକାରୀ ପ୍ରସନ୍ନ ବେଉରା, ଦଧୀଚି ଗ୍ରୁପର ଅଧକ୍ଷ୍ୟ ମନୋଜ ଦାଶ, ଜଗନ୍ନାଥ ସଂସ୍କୃତି ଗବେଷକ ଭଗବାନ ଦାସ, ପଣ୍ଡିତ ପ୍ରଶାନ୍ତ ଶତପଥୀ, ଡ଼ଃ ଧ୍ରୁତିଧର ଦାସ, ଯୋଗ ଗୁରୁ ତାପସ ପତି, ଜବାହରନବୋଦୟ ବିଦ୍ୟାଳୟର ଅଧକ୍ଷ୍ୟ ଶ୍ରୀକୃଷ୍ଣ ମହାପାତ୍ର, ଇଣ୍ଟେଲେଚୁଆଲ ଫୋରମର ଅଧକ୍ଷ୍ୟ ଅକ୍ଷୟ କୁମାର ସାହୁ, ଜଗନ୍ନାଥ ପଞ୍ଚରାତ୍ର ନେମାଳ ପୀଠ ସଂଯୋଜକ ମନୋରଞ୍ଜନ ଖୁଣ୍ଟିଆ,କିଓର ୱେଲ ପ୍ରତିଷ୍ଠାତା ଡ଼ଃ କୈଳାଶ ଚନ୍ଦ୍ର ଦଳାଇ, କବିୟତ୍ରୀ ସୁହାଗିନୀ ବେହେରା, କୁବେର ଅପଟିକାଲ ପ୍ରତିଷ୍ଠାତା ବିଜୟ କୁମାର ବିଶ୍ୱାଳ, ମୈତ୍ରୀ ଗ୍ରୁପର ଅଧକ୍ଷ୍ୟ ତଥା ଜିଲ୍ଲା ପରିଷଦ ସଭ୍ୟ ରବିନାରାୟଣ ସାହୁ, ସମାଜ ସେବୀ ବିବେକାନନ୍ଦ ହୋତା, ଡାକ୍ତର ଲୋପାମୁଦ୍ରା ବରାଳ, ତିର୍ତୋଲ ଅଗ୍ନିଶମ କେନ୍ଦ୍ର ଅଧିକାରୀ ସୁବାସ ଚନ୍ଦ୍ର ଭୋଳ, ଅବସର ପ୍ରାପ୍ତ ଅଧକ୍ଷ୍ୟ ପ୍ରଶାନ୍ତ କାନୁନଗୋ, ପ୍ରଫେସର କବିଚନ୍ଦ୍ର ବେହେରା, ଇଂ ନିରଞ୍ଜନ ସ୍ୱାଇଁ, ସାରଳା ମହାବିଦ୍ୟାଳୟର ଅଧକ୍ଷ୍ୟ ସୁବାସ ଚନ୍ଦ୍ର ନାୟକ,ସତ୍ୟସାଇ ସେବା ସଙ୍ଘଠନ ରାହାମାର ଆବାହକ କାନ୍ହୁ ଚରଣ ସାହୁଙ୍କ ସହିତ ସାଇ କର୍ମକର୍ତ୍ତା ପ୍ରେସ କ୍ଳବ ରାହାମାର ସଭାପତି ଡ଼ଃ ମାନସ ମହାନ୍ତି, ସମ୍ପାଦକ ଶ୍ରୀକାନ୍ତ ଦାସ, ବରିଷ୍ଠ ସଦସ୍ୟ ନୃସିଂହ ଚରଣ ବାରିକ,ନିର୍ଲିପ୍ତ ଦାସ,ସୁଶାନ୍ତ ମଲ୍ଲିକ,ପବିତ୍ର ସେନାପତି, କୋଷାଧକ୍ଷ ଯଜ୍ଞଶ୍ୱର ଦଳାଇ, ବଜାର କମିଟି ସଭାପତି ଶିଶର କୁମାର ଦାସଙ୍କୁ ବାବା ସତ୍ୟାନନ୍ଦ ଦାସ ମହାରାଜ ପୁଷ୍ପ ଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ପଞ୍ଚ କୁଣ୍ଡିୟ ବିଶ୍ୱ ଶାନ୍ତି ଯଂଜ୍ଞରେ ବୈଦିକ ବ୍ରାହ୍ମଣ ଯଂଜ୍ଞ ପୁରୋହିତ ବିଷ୍ଣୁଚରଣ ପାଢ଼ୀଙ୍କ ସହିତ ସହଯୋଗୀମାନେ କାର୍ଯ୍ୟ ସମ୍ପାଦନ କରିଥିଲେ। ଯଂଜ୍ଞ କର୍ତ୍ତା ଭାବେ ଲକ୍ଷ୍ମୀଧର ସାହୁ, କର୍ତ୍ତୀ ସସ୍ମିତା ଲେଙ୍କା,ଉତ୍ତମ ଚରଣ ଦାସ, ପ୍ରସନ୍ନ କୁମାର ସ୍ୱାଇଁ, ଶ୍ରୀକାନ୍ତ କୁମାର ମହାନ୍ତି, ନିତ୍ୟାନନ୍ଦ ବେହେରା କାର୍ଯ୍ୟ ସମ୍ପାଦନ କରିଥିଲେ। ଅନୁଷ୍ଠାନ ତରଫରୁ ବରିଷ୍ଠ ସଦ୍ୟସ ଭିକାରି ଚରଣ ସେନାପତି,ଅଜୟ କୁମାର ସାହୁ, ପ୍ରତାପ ଚନ୍ଦ୍ର ଦାସ, କାର୍ତ୍ତିକ ସାହୁ, ଜିତେନ୍ଦ୍ର ସ୍ୱାଇଁ,ପ୍ରଶାନ୍ତ କୁମାର ସାହୁ,ବଂଶୀଧର କୁଣ୍ଡୁ,ଶରତ କୁମାର ସାହୁ, ବିଶ୍ୱନାଥ ସାହୁ , ଧ୍ରୁବ ଚରଣ ଦାସ,ବିପିନ ବରାଳ,ମନୋହର ସ୍ୱାଇଁ, ଅମୀୟ କୁମାର ଜେନା, ରମେଶ ମହାପାତ୍ର,ପ୍ରଦୀପ୍ତ କୁମାର ସାହୁ, ସରୋଜ ଦାସ,ବିନୋଦ କୁମାର ବରାଳ, ସୁଲେଖ ବେହେରା, ପ୍ରକାଶ କୁମାର ବିଶ୍ୱାଳ, ଦିଲ୍ଲୀପ ସେନାପତି, ପ୍ରଦୀପ ରାଉତ, କୈଳାଶ ଚନ୍ଦ୍ର ନାୟକ,ଜୟନ୍ତ ମହାନ୍ତି, ଗଗନ ସ୍ୱାଇଁ, ଗଗନ କୁମାର ଦାସ, ଦୁର୍ଯ୍ୟୋଧନ ପାତ୍ର,ରୁଦ୍ର ପ୍ରସାଦ ନନ୍ଦ, ସମ୍ବାଦ ପ୍ରତିନିଧି ଦେବାଶିଷ ଅକ୍ଷୟ କୁମାର ମହାନ୍ତିଙ୍କ ସହିତ ସମସ୍ତ ସଦସ୍ୟ ପରିଚାଳନା କରିବାରେ ମୁଖ୍ୟ ଭୂମିକା ନେଇଥିଲେ।
