ବନ୍ଧୁ ମିଳନ ନାଁ ରେ ମେଳି* ଧ୍ୟାନକୁଦ ଠାରେ ମନ୍ଧୁ ମିଳନ ନାଁ ରେ ଏକତ୍ରିତ ହେଲେ ବରିଷ୍ଠ କଂଗ୍ରେସ ନେତା
Date-20/03/26ବନ୍ଧୁ ମିଳନ ନାଁ ରେ ମେଳି*ଧ୍ୟାନକୁଦ ଠାରେ ମନ୍ଧୁ ମିଳନ ନାଁ ରେ ଏକତ୍ରିତ ହେଲେ ବରିଷ୍ଠ କଂଗ୍ରେସ ନେତା l ପୂର୍ବତନ ଜିଲ୍ଲା ସଭାପତି ନଟବର ବାରିକ ଓ କଂଗ୍ରେସ ନେତା ବିପ୍ଳବ ଚୌଧୁରୀ ସାମିଲ*ଜିଲ୍ଲା ସଭାପତି ଦେଵ ପ୍ରସାଦ ନାୟକ କୁ ଡାକା ଯିବା ଆବଶ୍ୟକତା ନାହିଁ ବୋଲି କହିଲେ ବିପ୍ଳବଆଙ୍କର- ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଧ୍ୟାନ କୁଦ ଠାରେ ଅସନ୍ତୁଷ୍ଟ କଂଗ୍ରେସ ପକ୍ଷରୁ ଏକ ବନ୍ଧୁମିଳନ କରାଯାଇଛି । ବନ୍ଧୁ ମିଳନ ନାଁ ରେ କଂଗ୍ରେସ ମେଳି କରିଥିବା ଜଣା ପଡିଛି । ତେବେ ସାମାଜିକ ନ୍ୟାୟ ପାଇଁ ଏହି ବନ୍ଧୁ ମିଳନ କରାଯାଇ ଥିବା ବରିଷ୍ଠ କଂଗ୍ରେସ ନେତା କହିଥିବା ବେଳେ ଜିଲ୍ଲା ସଭାପତି ଙ୍କୁ ଅଣଦେଖା କରାଯାଇଛି । ତେବେ ଜିଲ୍ଲାରେ କଂଗ୍ରେସ ଦୁଇ ଫାଳ ହେବା ବୋଲି ଅନୁମାନ କରାଯାଉଛି । ଏହି କାର୍ଯ୍ୟକ୍ରମ ରେ ବିରିଡି ବ୍ଲକ ର କଂଗ୍ରେସ ନେତା ଭାଗ୍ୟଧର ଜେନା ଙ୍କ ସଭାପତିତ୍ବ ଆୟୋଜିତ ଏହି ବନ୍ଧୁ ମିଳନ ରେ ପୂର୍ବତନ ଜିଲ୍ଲା ସଭାପତି ନଟବର ବାରିକ, ଲିଙ୍ଗରାଜ ମଲ୍ଲ, ବିପ୍ଳବ ଚୌଧୁରୀ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର୍ ବିଧାୟକ ପାର୍ଥି ପ୍ରତିମା ମଲ୍ଲିକ, ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥି ନଳିନୀ କାନ୍ତ ସ୍ୱାଇଁ, ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ର୍ ବିଧାୟକ ପାର୍ଥି ନିରଂଜନ ନାୟକ ପ୍ରମୁଖ ବହୁ ବରିଷ୍ଠ କଂଗ୍ରେସ ନେତା ଏହି ବନ୍ଧୁ ମିଳନ ରେ ଯୋଗ ଦେଇ ଥିବାବେଳେ ଜିଲ୍ଲା ସଭାପତି ଦେଵ ପ୍ରସାଦ ନାୟକ ଙ୍କୁ ଡକା ଯାଇ ନହିଁ । ତେବେ ଜିଲ୍ଲାରେ କଂଗ୍ରେସର ଦୁଇ ଫାଳ ହେବା ନେଇ ଚର୍ଚ୍ଚା ଜୋର ଧରିଛି । କିଛି ଅସନ୍ତୁଷ୍ଟ କଂଗ୍ରେସ କର୍ମୀମାନେ ମେଳି କରିଥିବା ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଏହି କାର୍ଯ୍ୟକ୍ରମ କରାଯିବ ବୋଲି କୁହାଯାଇଛି ।
