ରେଢୁଆସମବାୟ ସମିତି ରେ ଧାନକ୍ରୟ ହୋଇନପାରିବାରୁ ଚାଷୀଙ୍କ ଧାରଣା। କୃଷି, କୃଷକ ଙ୍କ ଏ ଅବ୍ୟବସ୍ଥା ନେଇ ଦାଇ କିଏ?
ରଘୁନାଥପୁର ତା ୨୦/୩-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେଢୁଆକୣଷି ସମବାୟ ସମିତି ରେ ଧାନକ୍ରୟ ହୋଇପାରିନଥିବାରୁ ପଞ୍ଜିକରଣ କରିଥିବାଚାଷୀ ମାନେ ଶୁକ୍ରବାର ସମବାୟସମିତି ସମ୍ମୁଖରେ ଧାରଣା ବସିଥିଛନ୍ତି।ଧାରଣାରେ ବସିଥିବା ଚାଷୀ ଧାନମଣ୍ଡିରେ ଧାନଦେବାପାଇଁ ଅନଲାଇନ ପଞ୍ଜିକରଣ କରିଟୋକନ ପାଇଥିଲେ ବି ସେମାନଙ୍କ ଧାନ ସରକାର କ୍ରୟକରିନଥିବାରୁ ବାରମ୍ବାର ଜିଲ୍ଲା କାର୍ଯ୍ୟାଳୟ କୁ ଦୈଡୁଥିଲେବି ସେମାନଙ୍କ ସମସ୍ୟା କୁ କେହି କର୍ଣ୍ଣପାତ କରିନଥିଲେ।ଯାହାଫଳରେ ସେମାନେ ପ୍ରଶାସନ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରି ରେଢୁଆସମବାୟ ସମିତି ସମ୍ମୁଖରେ ଅନିଷ୍ଟକାଳପର୍ଯ୍ୟନ୍ତ ଧାରଣାରେ ବସିଥଛନ୍ତି।ଏଠାରେ ପ୍ରକାଶଥାଉକି ଏହି ସମବାୟ ସମିତି ର ଚାଷୀମାନେ ପୂର୍ବରୁ ମଧ୍ୟ ଅନସନରେ ବସିଥବାବେଳେ ଜିଲ୍ଲା ଓ ବ୍ଲକ ପ୍ରଶାସନିକ ଅଧିକାରୀ ମାନେ ବୁଝାସୁଝା କରି ଧାନ ପର୍ଯ୍ୟାୟକ୍ରମେ କ୍ରୟପାଇଁ ପ୍ରତିସୣତିଦେଇ ସେମାନଙ୍କୁ ଅନସନରୁ ଉଠାଇଦେଇଥିଲେ ବି ଆଜିପର୍ଯ୍ୟନ୍ତ ସେମାନଙ୍କ ଧାନଉଠିପାରିନାହିଁ।ଏହାର ଅସଲି କଥାହେଉଛି ରେଢୁଆ ସମବାୟ ସମିତି ରେ ସଭାପତି,ସମ୍ପାଦକ,ବୋର୍ଡମେମ୍ବର ମାନଙ୍କ ଦ୍ବାରା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଓ ନିଜପରିବାର ନାମରେ ଟୋକନହାତେଇ ବାହାର ବ୍ୟବସାୟୀ ମାନଙ୍କ ଧାନକ୍ରୟକରି ନେଇଥିବାରୁ ଟୋକନପାଇଥିବା ପ୍ରକୣତ ଚାଷୀ ମଣ୍ଡିରେ ଧାନ ଦେବାକୁ ବଞ୍ଚିତ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।ସେହିପରିଏହିବ୍ଲକର ଜଗନ୍ନାଥ ପୁର ସମବାୟ ସମିତିରେ ସମ୍ପାଦକ ଙ୍କ ମନମୁଖୀ କାର୍ଯ୍ୟପାଇଁ ୧୭୦ଜଣ ଟୋକନପାଇଥିବା ଚାଷୀ ଧାନମଣ୍ଡିରେ ଦେଇପାରିନାହାଁନ୍ତି। ସେମାନେ ଏହିଧାନକୁ କଣକରିବେ ବୋଲି ମୁଣ୍ଡରେ ହାତଦେଇ ବସିଛନ୍ତି। ତେବେ ରଘୁନାଥପୁର ଅଞ୍ଚଳର କାହାଁଭାଆଁ ସମବାୟକୁ ଛାଡିଦେଲେ ଆଉସମସ୍ତ ଧାନମଣ୍ଡିରେ ବ୍ୟାପକ ଅରାଜକତା ଓ ବେଆଇନ କାର୍ଯ୍ୟାପାଇଁ ସମଗ୍ରରାଜ୍ୟରେ ଚର୍ଚ୍ଚା ରେ ରହିଛି ରଘୁନାଥପୁର ବ୍ଲକ।ଏହି ଅଞ୍ଚଳର ସମସ୍ତ ସମବାୟ ସମିତି ରେ ବହୁବର୍ଷଧରି ରହିଥିବା ସମ୍ପାଦକ ମାନଙ୍କ ବଦଳିନହେବା ଯୋଗୁ ସେମାନେ ଗୋଟିଏ ସ୍ଥାନ ରେ ରହିଥିବାରୁ ଦୁର୍ନୀତି କରିବାରେ ସକ୍ଷମହେଉଛନ୍ତି।ପ୍ରଥମେ ସରକାର ସେମାନଙ୍କ ବଦଳିକରି ସମବାୟସମିତିରେ ସ୍ଵଚ୍ଛତା ଆଣିବାର ଆବଶ୍ୟକତା ରହିଛିବୋଲି ବୣଦ୍ଧିଜିବୀ ମହଲରେ ମତପ୍ରକାଶପାଇଛି।ନିଉଜ ଲେଖାହେବା ବେଳକୁ ରଘୁନାଥପୁର ତହସିଲଦାର ରାଜଲକ୍ଷ୍ମୀ ନାୟକ ଧାରଣା ସ୍ଥଳରେ ପହଞ୍ଚି ଧାରଣାକାରୀଙ୍କୁ ବୁଝାସୁଝା କରିଥିଲେ ବି ଧାରଣାକାରୀ ଜିଦରେ ଅଟଳରହିଥିଲେ।ନିଉଜ ଲେଖାହେବା ବେଳକୁ ଧାରଣା ଚାଲୁ ରହିଥିବା ର ଜଣାଯାଇଛି।
