ପୁରୀ ପୋଲିସ ଦ୍ୱାରା ଦୁଇ କୋରେକ୍ସ ବେପାରୀ ଗିରଫ
ଅପରେସନ ଚକ୍ର ଅଭିଯାନରେ ୨ ଜଣ କୋରେକ୍ସ ବେପାରୀକୁ ଟାଉନ ଥାନା ପୋଲିସ ଗିରଫ କରିଛି। ଗତକାଲି ସନ୍ଧ୍ୟାରେ ଲୁଚି ଛପି ବୁଢିମାତୋଟାରେ ନିଶାଗ୍ରସ୍ତ ଯୁବକ ମାନଙ୍କୁ କୋରେକ୍ସ ବିକ୍ରି କରୁଥିବା ବେଳେ ଟାଉନ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଚଢାଉ କରି ସମସ୍ତ ୨ ଜଣ ଆସାମୀ କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୧୩୨ ଗୋଟି ଏସ୍କଫ କଫ୍ ସିରପ୍ ବଟଲ , ୨ ଗୋଟି ମୋବାଇଲ ଫୋନ୍ , ୩୬୦୦/- ଟଙ୍କା ଏବଂ ଗୋଟିଏ ସ୍କୁଟି ଗାଡି ଜବତ କରିଛି । ଆଜି ସେମାନଙ୍କୁ ମାନ୍ୟବର ଏସ୍. ଡି. ଜେ. ମ. ପୁରୀଙ୍କ କୋର୍ଟରେ ହାଜର କରାଯାଇଥିଲା। ମାତ୍ର ଯାମିନି ନାମାଞ୍ଜୁର ହେବିରୁ , ସେମାନଙ୍କୁ ପୁରୀ ଜିଲ୍ଲା କାରାଗାରକୁ ପଠାଯାଇଛି । ଆସାମୀ ନଣ୍ଡା ସିଂ ନାମରେ ପୂର୍ବରୁ ମଧ୍ୟ ଆକ୍ରମଣ ଓ ହତ୍ୟା ଉଦ୍ୟମ ପରି ସଙ୍ଗିନ୍ ମାମଲା ବିଭିନ୍ନ ଥାନାରେ ରହିଛି। *ଟାଉନ ଥାନା କେସ ନମ୍ବର* – ୧୯୧/୨୦୨୬, ଦଫା-୨୬୭/୨୭୭/୨୭୮/୨୯୬/୩୫୧(୩)/୧୦୯(୧)/୧୩୨/୪୯/୬୨(୧)(କ)/୩(୫) ଭାରତୀୟ ନ୍ୟାୟ ସଂହିତା। *ଅପରାଧୀଙ୍କ ନାମ* :୧) ନଣ୍ଡା @ ରାଜେଶ ସିଂ (୪୬), ପି- ସ୍ବର୍ଗତ ରଘୁନାଥ ସିଂ, ଯମୁନା ଲେନ୍, ମାର୍କଣ୍ଡେଶ୍ୱରସାହୀ,ପୁରୀ ।୨) ନାରୀ @ପ୍ରିୟାନ୍ସୁ ନାୟକ (୨୪), ପି-ନଖୀଆ ନାୟକ, ଯମୁନା ଲେନ୍, ମାର୍କଣ୍ଡେଶ୍ୱରସାହୀ, ପୁରୀ। *ଜବଦ୍ ସାମଗ୍ରୀ* :୧) ଏସ୍କଫ କଫ୍ ସିରପ୍ ବଟଲ- ୧୩୨ ଟା୨) ମୋବାଇଲ୍ ଫୋନ୍ – ୨ ଟା୩) ବେଆଇନ୍ ଟଙ୍କା -୩୬୦୦/-୪) ସ୍କୁଟି ଗାଡି – OD 13Y 3168 l
