ବରିଷ୍ଠନାଗରିକ, ସମାଜସେବୀଙ୍କ ବନ୍ଧୁମିଳନ
ବିରିଡି, ୨୧/୦୩ ବିରିଡି ବ୍ଲକର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ସମାଜସେବୀଙ୍କୁ ନେଇ ସ୍ଥାନୀୟ ଧ୍ୟାନକୁଦ ପୀଠ ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଠ ସମାଜ ସେବୀ ଭାଗ୍ୟଧର ଜେନାଙ୍କ ଆହ୍ୱାନରେ ଆୟୋଜିତ କାର୍ଯ୍ୟକ୍ରମକୁ ପୂର୍ବତନ ସରପଞ୍ଚ ବଳରାମ ମଲ୍ଲିକ ସଂଯୋଜନା କରିଥିଲେ l ଏହି ଅବସରରେ ଭାଗ୍ୟଧର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟତିଥିଭାବେ ଜଗତସିଂହପୁର ଜିଲ୍ଲା ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷ ନଟବର ବାରିକ ଯୋଗଦେଇଥିବାବେଳେ ବରଣ୍ୟ ଅତିଥିଭାବେ ସମବାୟ ବିତ ଲିଙ୍ଗରାଜ ମଲ୍ଲ,ନାରୀନେତ୍ରୀ ପ୍ରତିମା ମଲ୍ଲିକ, ପୂର୍ବତନ ନଗର ପାଳ ବିପ୍ଳବ ଚୌଧୁରୀ, ବାଲିକୁଦା କଂଗ୍ରେସ ନେତା ନଳିନୀକାନ୍ତ ସ୍ୱାଇଁ, ପାରାଦ୍ୱୀପ ନେତା ନିରଞ୍ଜନ ନାୟକ, ଜିଲ୍ଲା ଚାଷୀମୁଲିଆ ସଂଗଠନର ସଭାପତି ବେଦଦ୍ୟୁତି ପୃଷ୍ଟି, ରାଜ୍ୟ ରାଜୀବଗାନ୍ଧୀ ସଂଗଠନର ସାଧାରଣ ସମ୍ପାଦଜ ମାନସ ରଥ, ଏନଏସି ପୂର୍ବତନ ଚେୟାରମ୍ୟାନ ଅଭୟ ମହାନ୍ତି, ସମାଜସେବୀ ଜ୍ଞାନରଞ୍ଜନ ଜେନା, ପୂର୍ବତନ ବ୍ଲକ ସଭାପତି ଅଶୋକ ଜେନା, ପୂର୍ବତନ ସରପଞ୍ଚ ବିମଳ ସେଠୀ, ଜୋସନା ରାଣୀ ବେହେରା, ସରପଞ୍ଚ ବେବିନା ମଲ୍ଲିକ ପ୍ରମୁଖ ଯୋଗଦେଇ ଥିଲେ lଆରମ୍ଭରେ ଦିବଂଗତ କଂଗ୍ରେସ ନେତା ନବକିଶୋର ସ୍ୱଇଙ୍କ ଫଟୋଚିତ୍ରରେ ପୁଷମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ l ପରେ ପରେ ଅଂଚଳର ବରିଷ୍ଠ ନାଗରୀଙ୍କ ପ୍ରତିଥିବା କର୍ତ୍ତବ୍ୟ ସେମାନଙ୍କୁ ସମ୍ମାନ ପ୍ରଦାନ କରିବା ଉପରେ ଆଲୋଚନା କରାଯାଇଥିଲା l ସେହିପରି ଆର୍ଥିକ ଅନଗ୍ରସର, ନିଷ୍ପେସିତ ଓ ଅବହେଳିତ ବିଶେଷକରି ମହିଳାମାନଙ୍କୁ ସାମାଜିକ ସୁରକ୍ଷା ତଥା ନ୍ୟାୟିକ ସୁରକ୍ଷା ଦିଗରେ ଅଂଟାଭିଡ଼ିବ l କୃଷି ଓ କୃଷକର ଉର୍ନ୍ନତି କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା କୁ ଗୁରୁତ୍ୱ ଦେଇ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ଉପରେ ଆଲୋଚନା କରାଯାଇଥିଲା l

ଆଗାମୀ ଦିନରେ ଏହି ସମସ୍ୟାକୁ ନେଇ ସମସ୍ତେ ଏକଜୁଟ ହୋଇ ଲଢେଇକୁ ଓଲ୍ହାଇବାକୁ ଆହ୍ୱାନ ଦିଆଯାଇଥିଲା l ପ୍ରାରମ୍ଭରେ ମଞ୍ଚାସୀନ ଅତିଥିମାନଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା l ଏହିଅବସରରେ ଶିକ୍ଷାବିତ, ବରିଷ୍ଠ ନାଗରିକ, ସମାଜସେବୀଙ୍କୁ ମଧ୍ୟ ସମ୍ଭର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ୬୦୦ରୁ ଉର୍ଦ୍ଧ ଜନସାଧାରଣ ଯୋଗଦେଇଥିବାବେଳେ ସମୀର ଖୁଣ୍ଟିଆ, ଶ୍ରୀକାନ୍ତ ପଣ୍ଡା, ଚିତ୍ରସେନ ସାହୁ, ଅମୁଲ୍ୟ ମହାନ୍ତି,ପବିତ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଦାସ,ପ୍ରଣାକୃଷ୍ଣ ପଶାୟତ,ରବୀନ୍ଦ୍ର ପଶାୟତ, ଅଭୟ ମଲ୍ଲ,ପବିତ୍ର ଦାସ, କୈଳାସ ସ୍ୱାଇଁ, ବିଶ୍ୱରଂଜନ ରାୟ, ରାଖାଲ ମଲ୍ଲିକ, ପ୍ରଶାନ୍ତ ବିଶ୍ୱାଳ, ଚିତ୍ତରଞ୍ଜନ ମଲ୍ଲିକ.ପ୍ରମୁଖ ପରିଚାଳନା କରିଥିଲେ l
