ମହିଳା ଏବ˚ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବଙ୍କ ରାୟଗଡ଼ ଗସ୍ତ ଓ ସମୀକ୍ଷା

ରାୟଗଡ଼ା-୨୧/୩-ଶନିବାର ଦିନ ମହିଳା ଏବ˚ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଡଃ ମୃଣାଳିନୀ ଦର୍ସ୍ବାଲ, ରାୟଗଡ଼ା ଜିଲ୍ଲା ପରିଦର୍ଶନରେ ଆସିଥିଲେ। ପ୍ରଥମେ ସେ ସୁପୋଷିତ ଓଡିଶା ମିଶନ ଜିଲ୍ଲାସ୍ତରୀୟ କର୍ମଶାଳାକୁ ଉଦଘାଟନ କରିଥିଲେ। ମହିଳା ଏବ˚ ଶିଶୁ ବିକାଶ ତରଫରୁ ନୂଆକରି ଆରମ୍ଭ ହୋଇଥିବା ମହିଳାମାନଙ୍କ ସୁରକ୍ଷା ସମୃଦ୍ଧି ଏବ˚ ଅର୍ଥନୈତିକ ପ୍ରଗତି ପାଇଁ ରାଜ୍ୟ ମହିଳା ହବ ଏବ˚ ଜିଲ୍ଲା ମହିଳା ହବ ଗଠନ ହୋଇଥିବା ସ˚ପର୍କରେ ସମ୍ୟକ ଧାରଣା ଦେଇଥିଲେ। ସୁଭଦ୍ରା ଯୋଜନା, ମମତା ଯୋଜନା, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସ˚ପୂର୍ଣ୍ଣ ପୃଷ୍ଟି ଯୋଜନା, ପୂର୍ଣ୍ଣ ଆହାର ଯୋଜନାରେ ହିତାଧିକାରୀମାନେ ଲାଭବାନ ହୋଇପାରୁଛନ୍ତି କି ନାହିଁ ତୃଣମୂଳ ସ୍ତରରେ ଅଙ୍ଗନଵାଡି କର୍ମୀମାନଙ୍କୁ ମହିଳା ପରିଦର୍ଶିକାମାନଙ୍କୁ ପଚାରି ବୁଝିଥିଲେ। ଏହା ପରେ ସେବାସଦନ ଯାଇ ସେଠାରେ ଥିବା ଅନ୍ତେବାସୀ ସହିତ ଆଲୋଚନା କରିଥିଲେ l ଏହାପରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ସେଠାରେ ପୁଷ୍ଟି ପୁନର୍ବାସ କେନ୍ଦ୍ର (ଏନଆରସିକୁ) ଯାଇ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ସମସ୍ୟା ବୁଝିଥିଲେ ଏବଂ ଗୋଟିଏ ଶିଶୁର ଅନ୍ନ ପ୍ରାଶାନ୍ନ କରାଇଥିଲେ, ୱାନ ଷ୍ଟପ ସେଣ୍ଟର, ଗସ୍ତ କରିଥିଲେ। ସେଠାରେ ଉପସ୍ଥିତ ମାମାନଙ୍କ ସହିତ, ହିତାଧିକାରୀମାନଙ୍କ ସୁବିଧା, ସରକାରଙ୍କ ତରଫରୁ ସହାୟତା ଠିକ ସମୟରେ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ।

ପୁଷ୍ଟି ପୁର୍ନବାସ କେନ୍ଦ୍ରରେ ଥିବା ମାମାନେ ସୁଭଦ୍ରା ଯୋଜନାରେ ହିତାଧିକାରୀ ଭାବେ ପ୍ରାପ୍ୟ ପାଇଛନ୍ତି କି ନାହିଁ ପଚାରି ବୁଝିଥିଲେ। ଅପରାହ୍ନରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ବୈଠକ କରିଥିଲେ। ଏହି ଗ୍ରସ୍ତ ସମୟରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି , ଉପଜିଲ୍ଲାପାଳ ଗୁଣୁପୁର ଶ୍ରୀ ଦୁଧlଳ ଅଭିଷେକ ଦିଲ୍ଲୀପ, ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିନତି ଦେଓ,ମହିଳା ସୁରକ୍ଷା ଅଧିକାରୀ ତଥା ଜିଲ୍ଲାର ସମାଜ ମଙ୍ଗଳ ବିଭାଗର ଅଧିକାରୀ ମାନେ, ଅଙ୍ଗନବାଡି ସୁପର ଭାଇଜର ଓ ଅଙ୍ଗନବାଡି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *