ଗ୍ୟାସ୍ ସିଲିଣ୍ଡର୍ ସଙ୍କଟ ଯୋଗୁଁ ହୋଟେଲ ବ୍ୟବସାୟ,ଜୀବନ ଓ ଜୀବିକା ପ୍ରଭାବିତ

ରାହାମା-୨୧/୩-ଦିନକୁ ଦିନ ଗ୍ୟାସ୍ ସିଲିଣ୍ଡର ସଂକଟ ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ଠିକ୍ ସମୟରେ ସିଲିଣ୍ଡର୍ ନମିଳିବାରୁ ହୋଟେଲ, ବହୁ ଫାଷ୍ଟଫୁଡ୍ ଦୋକାନୀ, ଟିପିନ୍ ଦୋକାନୀଙ୍କ ବ୍ୟବସାୟ ବନ୍ଦ ହେବାକୁ ବସିଲାଣି । ଗ୍ୟାସ୍‌ ନଥିବାରୁ ଖାଦ୍ୟ ପ୍ରସ୍ତୁତି ହୋଇପାରୁ ନାହିଁ। ଏଣୁ ହୋଟେଲ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସ୍ଵର୍ଣ୍ଣକାର୍ କାରିଗର ଏବେ ଚିନ୍ତାରେ ରହିଛନ୍ତି। ବେପାର ଠପ୍ ହୋଇ ଯାଇଥିବାରୁ ଦୋକାନ ଭଡ଼ା ସହିତ କର୍ମଚାରୀଙ୍କୁ ଦରମା ଦେବା ଆଉ ଏକ ସମସ୍ୟା ସୃଷ୍ଟି କରିବା ସହ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହୋଇଛି। ବିଶେଷ କରି ମଧ୍ୟ ପ୍ରାଚ୍ୟରେ ଇରାନ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାରୁ ଭାରତରେ ଦିନକୁ ଦିନ ଗ୍ୟାସ ସଙ୍କଟ ବଢ଼ିବାରେ ଲାଗିଛି । ଯାହାକି ସାଧାରଣ ଘରୋଇ ଠାରୁ ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଏହି ଗ୍ୟାସ ସଙ୍କଟର ପ୍ରଭାବ ଦିନକୁ ଦିନ ବଢି ଚାଲିଛି। ଯାହାର ଗ୍ରାମାଞ୍ଚଳ ସହିତ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ପଡିଛି । ଗ୍ୟାସ ଟିକେ ପାଇବା ପାଇଁ ରାତି ଦୁଇଟାରୁ ସାଧାରଣ ଘରୋଇ ଲୋକ ସିଲିଣ୍ଡର ଧରି ଗ୍ୟାସ୍ ଏଜେନ୍ସି ଡିପୋ ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେଉଛନ୍ତି । ଅନେକ ଲୋକ ଗ୍ୟାସ ନପାଇ ନିରାଶ ହୋଇ ଫେରୁଥିବା ଦେଖା ଯାଉଛି ।

ଅନେକ ଛୋଟ ବଡ଼ ହୋଟେଲ , ଫାଷ୍ଟ ଫୁଡ୍ ଦୋକାନ ଓ ଚା ଦୋକାନ ବନ୍ଦ ହେବାକୁ ବସିଲାଣି । ଯେଉଁ କେତେକ ଦୋକାନୀ କୌଣସି ସୂତ୍ରରୁ ଚୋରା ରେ ଗ୍ୟାସ ସିଲିଣ୍ଡର ପିଛା ୨୦୦୦ ଟଙ୍କା ଦେଇ କିଣୁଛନ୍ତି। ସେମାନେ ବାଧ୍ୟ ହୋଇ ଚା କପ ର ମୂଲ୍ୟ ବୃଦ୍ଧି କରିଦେଇଛନ୍ତି । ଯେଉଁ ପୂର୍ଣ୍ଣ ଚା କପ୍ ର ମୂଲ୍ୟ ୧୦ ଟଙ୍କା ଓ ଅଧା କପ୍ ଚା ର ମୂଲ୍ୟ ୫ ଟଙ୍କା ବିକ୍ରି ହେଉଥିଲା ତାହା ବର୍ତ୍ତମାନ ୧୫ ଟଙ୍କା ଓ ୮ ଟଙ୍କା ରେ ବିକ୍ରି ହେଉଛି । ତଥାପି ସେମାନଙ୍କର କ୍ଷତି ହେଉଛି ବୋଲି କହିଛନ୍ତି । ଯାହାଫଳରେ ଚିକେନ , ମାଛ ବ୍ୟବସାୟ ଉପରେ ଘୋର ପ୍ରଭାବ ପକାଇଛି । ଏସଂପର୍କରେ ଚିକେନ ବ୍ୟବସାୟୀ ,ମାଛ ବ୍ୟବସାୟୀ କହିଛନ୍ତି ଗ୍ୟାସ ସଙ୍କଟ ଯୋଗୁ ଅନେକ ହୋଟେଲ ଓ ଫାଷ୍ଟ ଫୁଡ୍ ଦୋକାନ ବନ୍ଦ ହୋଇ ଯିବାରୁ ତାଙ୍କର ବ୍ୟବସାୟ ପ୍ରଭାବିତ ହୋଇଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *