୨୧ତମ ବାର୍ଷିକ ରଜକ ସଙ୍ଘ ର ଦଶ ମାହାଲି ବୈଠକ
ତିର୍ତ୍ତୋଲ:କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ରଜକ ସଙ୍ଘ ଆନୁକୂଲ୍ୟରେ ତଥା ଅଭିମନ୍ୟୁ ସେଠୀ ଙ୍କ ଆବାହକତ୍ୱ ରେ ତିର୍ତ୍ତୋଲ ବ୍ଲକ ସାମନ୍ତରାପୁର ଗ୍ରାମପଞ୍ଚାୟତ ଅଧୀନ ମୁରାରୀପୁର ଗ୍ରାମ ଠାରେ ୨୧ ତମ ବାର୍ଷିକ ରଜକ ସଙ୍ଘ ର ଦଶ ମାହାଲି ବୈଠକ ଅନୁଷ୍ଠିତ ହୋଇଯାଇଛି | ବିଷ୍ଣୁ ଚରଣ ସେଠୀ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ସମାଜସେବୀ ରବୀନ୍ଦ୍ର କୁମାର ସେଠୀ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥିଭାବେ ପ୍ରଭାତ କୁମାର ସେଠୀ, ଅରବିନ୍ଦ ସେଠୀ ପ୍ରମୁଖ ସହିତ ଅଭିମନ୍ୟୁ ସେଠୀ ମଞ୍ଚ ପରିଚାଳନା କରିଥିଲେ | ମଞ୍ଚାସିନ ଅତିଥି ମାନେ ରଜକ ସଙ୍ଘ ର ଏକତା ଏବଂ ଉନ୍ନତି ବିଷୟରେ ଆଲୋକପାତ କରିଥିଲେ | ଆଗାମୀ ଦିନରେ ଏହି ସଙ୍ଘ କିଭଳି ଭାବରେ ସମସ୍ତଙ୍କୁ ଏକତ୍ରିତ କରି ରଜକ ଜାତିର ସଙ୍ଘ କୁ ମଜଭୂତ କରାଯାଇପାରିବ ଉପସ୍ଥିତ କର୍ମକର୍ତ୍ତା ମାନେ ମତବ୍ୟକ୍ତ କରିଥିଲେ | ଏହି ଅବସରରେ ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ରଜକ ସଙ୍ଘ ର ସଭାପତି ଭାବେ ତପନ କୁମାର ସେଠୀ ଙ୍କୁ ଚୟନ କରାଯାଇଥିଲା | ନବ ନିର୍ବାଚିତ ସଭାପତି ଆଗାମୀ ଦିନରେ ସଙ୍ଘ କୁ ଆହୁରି ମଜଭୁତ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ |
