ରଘୁନାଥପୁର ଠାରେ ମାନବାଧିକାର ସଂଗଠନ ପକ୍ଷରୁ ପ୍ରଶିକ୍ଷଣ ଶିବୀର ଅନୁଷ୍ଠିତ

ରଘୁନାଥପୁର ଠାରେ ମାନବାଧିକାର ସଂଗଠନ ପକ୍ଷରୁ ପ୍ରଶିକ୍ଷଣ ଶିବୀର ଅନୁଷ୍ଠିତ।
ରଘୁନାଥପୁର ତା ୨୩/୩:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ପୁରଣଓଡପଡା ଠାରେ ମାନବାଧିକାର ଜିଲ୍ଲା ସଂଗଠନ ପକ୍ଷରୁଜାତୀୟ ମାନବାଧିକାର ସାମାଜିକ ନ୍ୟାୟପରିଷଦ ଓଡିଶା ରାଜ୍ୟସଭାପତି ଡ.ସ୍ବର୍ଣ୍ଣମୟୀ ରାଉତଙ୍କ ପୈରାହିତ୍ୟରେ ଗତ ରବିବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବରର୍ଣ୍ଣ୍ୟଅତିଥି ମାନଙ୍କୁ ପ୍ରଥମେ ପୁଷ୍ରଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ଏଥିରେ ଜିଲ୍ଲାଶାଖା ଉପଦେଷ୍ଟା ବରିଷ୍ଠ ଶିଶୁବିଷେଜ୍ଞ ଡାକ୍ତର ରାଜକିଶୋର ବରାଳ,ରାଜନିତୀବିଜ୍ଞାନ ଅଧ୍ୟାପକ ଲକ୍ଷ୍ମୀଧର ପ୍ରଧାନ,ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ଅନ୍ତର୍ଯ୍ୟାମୀ ବଡୁ,ବରିଷ୍ଠ ସାମ୍ବାଦିକ ତଥା ସଂଗଠନର ଉପଦେଷ୍ଟା କଲ୍ୟାଣ ସେନ,ଖୋର୍ଦ୍ଧଜିଲ୍ଲା ସଭାପତି ଝିଲ୍ଲୀ ରାଣୀ ଜେନା,ଦିନବନ୍ଧୁ ନାୟକ ପ୍ରମୁଖ ଯୋଗଦେଇ ମାନବାଧିକାର ନିତି, ନିୟମ,ସୣଙ୍ଖଳା,ଆଇନଗତ,ରାଜନୈତିକ,ଅର୍ଥନୈତିକ,ଜାତିଗତ,ସାମାଜିକ ନ୍ୟାୟ ସମନ୍ଧୀୟ ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ କର୍ମୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏଥିରେ ଜିଲ୍ଲା ସଭାପତି ଚନ୍ଦ୍ରକାନ୍ତ ଦାସ ଅତିଥି ପରିଚୟ ଦେବାସହ ସମସ୍ତ କର୍ମୀ ମାନଙ୍କୁ ମାନବାଧିକାର ନିୟମ ସମନ୍ଧୀୟ ପୁସ୍ତିକା ବଣ୍ଟନକରିଥିଲେ।

Leave a Reply

Your email address will not be published. Required fields are marked *