ଚିକିଟି ରେ ଆରମ୍ଭ ହେଲା ଜନଗଣନା ପ୍ରଶିକ୍ଷଣ ଶିବିର

ଚିକିଟି,୨୩/୩( ):ଗଞ୍ଜାମ ଜିଲ୍ଲା ଚିକିଟି ତହସିଲ ଓ ଏନ ଏ ସି ପକ୍ଷରୁ ଡିଜିଟାଲ ଜନଗଣନା ନିମନ୍ତେ ତିନି ଦିନିଆ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ରାଜ କବି ରାଧାମୋହନ ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରଶିକ୍ଷଣ ଶିବିର ରେ ତହସିଲଦାର ବିଶ୍ୱରଂଜନ କଂହର ଙ୍କ ସଂଯୋଜନା ରେ ପ୍ରଶିକ୍ଷକ ଭାବେ ବ୍ଲକ ର ଚାରି ଜଣା ସାରସିସି ସୁଜିତ କୁମାର ପାଢ଼ୀ, ଏ. ଦମୟନ୍ତୀ, କୂରେସୁ ସାହୁ, ନାରାୟଣ ପ୍ରଧାନ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଡିଜିଟାଲ ଜନ ଗଣନା ରେ ଉପସ୍ଥିତ ଥିବା ଜନ ଗଣନାକାରୀ ଓ ସୁପରଭାଇଜର ମାନଙ୍କୁ ସ୍ୱତନ୍ତ୍ର ଡିଜିଟାଲ ଜନ ଗଣନା ର ପୃଷ୍ଠ ଭୂମି, ଗୃହ ଗଣନା, ନିଜେ ନିଜକୁ ଗଣନା କରିବା ପକ୍ରିୟା, ଗଣନାକାରୀ ଘରକୁ ଆସିଲେ ସେମାନଙ୍କୁ କିଭଳି ସହଯୋଗ କରାଯିବା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ଲଚିକିଟି ବ୍ଲକ ପାଈଁ ଦୁଇଟି ବ୍ୟାଚ ରେ ପାଖାପାଖି 94 ଜଣ ଙ୍କୁ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଉକ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ବାସୁଦେବ ମହାନ୍ତି ଓ ତହସିଲ କର୍ମଚାରୀ ମାନେ ପରିଚାଳନା ସହିତ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *