ଅବସରପ୍ରାପ୍ତ ଶିକ୍ଷାବିତଙ୍କ ଶ୍ରଦ୍ଧାଞ୍ଜଳି ସଭା

ବଡ଼ଚଣା : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସୋଲର ପଞ୍ଚାୟତ ଅନ୍ତର୍ଗତ ସୋଲର ଗ୍ରାମର ଯୁବ ନେତା ତଥା ମହାବିନାୟକ ମଣ୍ଡଳର ସଭାପତି ମାନସ ରାଉତରାୟ ଙ୍କ ପିତା ଅବସରପ୍ରାପ୍ତ ଶିକ୍ଷାବିତ୍ ସ୍ୱର୍ଗତ ଧୀରେନ୍ଦ୍ର ରାଉତରାୟଙ୍କ ଏକାଦଶାହ ଉପଲକ୍ଷେ ତାଙ୍କ ବାସଭବନ ଠାରେ ଯୋଗାଚାର୍ଯ୍ୟ ମୁନିରତ୍ନ ଧ୍ରୁବ ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ଆଇନ୍,ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ମୁଖ୍ୟ ବକ୍ତାଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ,ଏବଂ ସମ୍ନାନୀତ ଅତିଥିଭାବେ ଯାଜପୁର ବିଜେପି ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନ ଯୋଗଦେଇ ଦିବଙ୍ଗତଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ବିଜେପି ଉପ ସଭାପତି ପ୍ରମୋଦ ଜେନା,ବଡ଼ଚଣା ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି,ଉପାଧ୍ୟକ୍ଷ ବିଭାଷ ଚନ୍ଦ୍ର ନନ୍ଦ,ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ,ଯଚିନ୍ଦ୍ର ପ୍ରସାଦ ନାୟକ,ପ୍ରାକ୍ତନ ସରପଞ୍ଚ ନୀଳମଣି ରାଉତ,ଗାନ୍ଧୀ ଶିକ୍ଷାଶ୍ରମ କଇଥା ଚମ୍ପାପୁରର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ସାମଲ, ପ୍ରତାପ ଆଚାର୍ଯ୍ୟ,କାଁହୁ ଚରଣ ସ୍ୱାଇଁ,ସମାଜସେବୀ ସୁଧାଂଶୁ ପ୍ରହରାଜ,ଅଜିତ ମିଶ୍ର,ଚକ୍ରଧର ଖଟୁଆ,ଚିତ୍ତରଞ୍ଜନ ରାଉତ,ସଞ୍ଜୟ କୁମାର ମହାପାତ୍ର,ରାଜେଶ ରଞ୍ଜନ ରାଉତ,ମନୋଜ ରାଉତରାୟ,ଓ ବହୁ ସରପଞ୍ଚ,ସମିତି ସଭ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ନିରବ ପାର୍ଥନା ଓ ସ୍ମୃତି ଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *