ପୁରୀରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ରଥକାଠ

ପୁରୀରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ରଥକାଠ। ଗଞ୍ଜାମ ଭଞ୍ଜନଗରରୁ ୨୦ ଫୁଟିଆ ୧୫ ଖଣ୍ଡ ଧଉରା କାଠ ପୁରୀରେ ପହଞ୍ଚିଛି। ଏକ ଟ୍ରକ ଯୋଗେ ରଥକାଠ ପୁରୀରେ ପହଞ୍ଚିବା ପରେ ସୁରକ୍ଷିତ ଭାବେ ବଡ଼ଦାଣ୍ଡ ରଥଖଳାରେ କାଠକୁ ରଖାଯାଇଛି। ତେବେ ରଥ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୮୩ ଖଣ୍ଡ ରଥକାଠ ପୁରୀକୁ ଆସିଥିଲା। ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକ ଥିବାବେଳେ ଚଳିତବର୍ଷ ରଥ ନିର୍ମାଣ ପାଇଁ ୮୧୮ ଖଣ୍ଡ କାଠର ଆବଶ୍ୟକତା ରହିଛି। ତେବେ ରଥ ନିର୍ମାଣ ପାଇଁ ଆବଶ୍ୟକ ଥିବା ସମସ୍ତ କାଠ ପର୍ଯ୍ୟାୟ କ୍ରମେ ପୁରୀରେ ଆସି ପହଞ୍ଚିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ହ୍ବାଟ୍ସ ଆପରେ ଭିଜୁଆଲ ଯାଇଛି

Leave a Reply

Your email address will not be published. Required fields are marked *