ବାଇକ ଚୋର ୩୩ ଗ୍ୟାଙ୍ଗ୧୫ ଗାଡ଼ି ଜବତ, ୫ ଗିରଫ

ଭଦ୍ରକ:- ବାଇକ ଲୁଟ୍ ଗ୍ୟାଙ୍ଗକୁ ଧରିଛି ଭଦ୍ରକ ଟାଉନ ଥାନା ପୁଲିସ। ଚୋରି ହୋଇଥିବା ୧୫ଟି ବାଇକ ଜବତ କରିଛି। ଚୋରିରେ ସମ୍ପୃକ୍ତ ୨ ଅଭିଯୁକଙ୍କୁ ଗିରଫ କରିଛି। ଚୋରା ବାଇକ କିଣିଥିବା ୩ ଜଣଙ୍କୁ ବାନ୍ଧିଛି। ଚୋରି ମାମଲାରେ ସମୁଦାୟ ୫ ଜଣ ଗିରଫ ହୋଇଛନ୍ତି।ମାର୍ଚ୍ଚ ୨ ତାରିଖ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଓଲଙ୍ଗ ପଞ୍ଚାୟତର ଜିତେନ୍ଦ୍ର କୁମାର ପତି ବାଗୁରାଇ ହସ୍ପିଟାଲକୁ ଆସିଥିଲେ। ତାଙ୍କର ହିରୋ ଏଚଏଫ ଡିଲକ୍ସ ନେଇ ହସ୍ପିଟାଲ ଯାଇ ଗାଡ଼ି ପାକିଂରେ ରଖି ଭିତରକୁ ଯାଇଥିଲେ। ଏହି ସମୟରେ କେହି ତାଙ୍କ ବାଇକ ଚୋରାଇ ନେଇଥିଲେ। ଏନେଇ ସେ ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ। ଏହି ମାମଲା ଟାଉନ ଥାନାକୁ ଆସିଥିଲା । ପୁଲିସ ୧୯୪/୨୬ରେ ୧୬ ତାରିଖ ଏକ ମାମଲା ଦାୟର କରିଥିଲା । ତଦନ୍ତ ଆଗକୁ ନେଇଥିଲା । ସିସି ଫୁଟେଜ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଏକ ସିନ୍ଦିଗ୍ଧକୁ ଠାବ କରାଯାଇଥିଲା। ପରେ ତାବାବଦରେ ଅଧିକ ତଦନ୍ତ କରାଯାଇ ଅଭିନାଶ ବାରିକଙ୍କୁ କାବୁ କରଯାଇଥିଲା। ପୁଲିସ ତାକୁ ଜେରା କରିଥିବାବେଳେ ଆଉ କିଛି ସହଯୋଗୀ ଥିବା ଜଣାପଡ଼ିଥିଲା। ଜଣେ ଅପରାଧୀ ଥିବା ଜଣାପଡ଼ିଛି। ଉଭୟଙ୍କ ପୁଲିସ ଧରିବା ସହ ସେମାନେ ଚୋରି ବାଇକ ବିଭିନ୍ନ ଆଡ଼େ ରଖିଥିବା ଜେରାବେଳେ ପୁଲିସ ଜାଣିବାକୁ ପାଇଥିଲା। ସହରର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୧୫ଟିଚୋରା ବାଇକକୁ ଉଦ୍ଧାର କରିଛି। ନୂଆ ବାଇକ କିଣି ଏମାନେ କମ ଦରରେ ବିକ୍ରି କରୁଥିଲେ। କିଛି ବ୍ୟକ୍ତି ସେହି ବାଇକକୁ କିଣି ବ୍ୟବହାର କରୁଥିଲେ। ଚୋରି ବାଇକ କିଣିଥିବା ୩ ଜଣଙ୍କୁ ବି ପୁଲିସ ବାନ୍ଧିଛି।

ସେମାନେ ହେଲେ ବଉଳ ପୋଖରୀ ଖଗେଶ୍ଵର ମଲ୍ଲିକଙ୍କ ପୁଅ ଗଗନ ମଲ୍ଲିକ, ଡଗରା ସାହିର ଆଲ୍ଲାଉଦ୍ଦିନଙ୍କ ପୁଅ ନିଜାମୁଦିନ ଓ ବାଘୁରାଇ ଆଦିବାସୀ କଲୋନୀର ମୁକୁର ମୁଣ୍ଡା। ଗିରଫ ସମସ୍ତ ଅଭିଯୁକ୍ତଙ୍କୁପୁଲିସ ଆଜି ଜେଲ ପଠାଇଛି। ଜବତ ବାଇକିକୁ ପୁଲିସ ଅସଲ ମାଲିକଙ୍କୁ ଦେବାକୁ ଉଦ୍ୟମ ଆରମ୍ଭ କରିଛି। ଯେଉଁମାନଙ୍କ ବାଇକ ଚୋରି ହୋଇଛି, ସେମାନେ ଟାଉନ ଥାନାକୁ ଆସି ଗାଡ଼ି ଚିହ୍ନଟ କରି ନେଇଯିବାକୁ ଭଦ୍ରକ ସିଟି ଡିଏସପି ଅନିଲ ପ୍ରଧାନ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଟାଉନ ଆଇଆଇସି ପ୍ରଭାଂଶୁ ମିଶ୍ର ସମେତ ଅତିରିକ୍ତ ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *