ଶ୍ରୀରାମ ନବମୀ ମହୋତ୍ସବ-୨୦୨୬ଅଯୋଧ୍ୟାରୁ ଆସିଲା ଆଜ୍ଞାମାଳ
ଭଦ୍ରକ,:- ଶ୍ରୀରାମ ନବମୀ ମହୋତ୍ସବ ଲାଗି ଭଦ୍ରକ ଉତ୍ସବ ମୁଖର ହୋଇଛି। ବିଭିନ୍ନ ଛକ ବଜାର. ରାସ୍ତା ସାଜସଜ୍ଜା ଚାଲିଛି। ମହୋତ୍ସବ ଉଦ୍ଘାଟିତ ହୋଇଛି। ମୀନା ବଜାର ଖୋଲିଛି। ସନ୍ଧ୍ୟାରେପୁରୁଣା ବଜାର ଅଞ୍ଚଳରେ ପୁଲିସ ପଇଁତରା ମାରିଛି । ବୁଧବାର କଚେରି ବଜାର ସମେତ ଗୋଶାଳା ଛକପୁରୁଣା ବଜାରରେ ପୁଲିସର ଫ୍ଲାଗମାର୍ଚ୍ଚସାଂସ୍କୃତିକ କାର୍ଯ୍ୟକ୍ରମ ଜମୁଛି। ମଙ୍ଗଳବାର ଅଯୋଧ୍ୟାରୁ ଆସିଥିବା ଆଜ୍ଞାମାଳ ଚରମ୍ପା ହନୁମାନ ମନ୍ଦିରରେ ପହଞ୍ଚି ଥିଲା। ସେଠାରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା କରାଯାଇ ଭଦ୍ରକ ଗାନ୍ଧି ପଡ଼ିଆ ଅଣାଯାଇଥିଲା। ସେହି ଭଳି ବୁଧବାର ମାତୃଶକ୍ତି ଦ୍ଵାରା କଳସ ଶୋଭାଯାତ୍ରା ଆୟୋଜିତ ହେଉଛି। ଶ୍ରୀରାମ ନବମୀ ସେପଟେ ଆଜି ପୁଲିସ ପ୍ରଶାସନ ପକ୍ଷ ରୁ ଫ୍ରାଗ ମାର୍ଚ୍ଚ କରାଯାଇଛି। ଭଦ୍ରକଆଦି ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ହେବାର ଅଛି। ଏବେ ୯ ପ୍ଲାଟୁନ ରାଜ୍ୟ ପୁଲିସ ସମେତ ୩ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ରହିଛନ୍ତି। ଆଗକୁ ଏହାର ସଂଖ୍ୟା ବଢିବ ବୋଲି ଜଣାପଡ଼ିଛି। ଆଜି ହୋଇଥିବା ଫ୍ଲାଗ ମାର୍ଚ୍ଚ ରେ ସିଟି ଡିଏସପି ଅନିଲ ପ୍ରଧାନ ସମେତ, ଡିଏସପି ସମ୍ବିତ ମାଝୀ ସମେତ ଅନ୍ୟ ଥାନାଧିକାରୀ ସାମିଲ ଥିଲେ।
