କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ନାଲକୋ କର୍ମଚାରୀଙ୍କ ପାଇଁ ‘ଉତ୍ପାଦନ ପ୍ରୋତ୍ସାହନ ରାଶି’ ଘୋଷଣା କରିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଢେଙ୍କାନାଳ ଓ ମୟୂରଭଞ୍ଜ ସାଂସଦ, ଅନୁଗୋଳ ବିଧାୟକ ଏବଂ ବିଏମଏସି ସମନ୍ୱୟ କମିଟିର ସଦସ୍ୟମାନେ ମଧ୍ୟ ଭେଟି କଲେ ଅନୁରୋଧ ଆର୍ଥିକ ବର୍ଷ ୨୦୨୪-୨୫ରେ ନାଲକୋ ୭,୧୩୫ କୋଟି ଟଙ୍କାର ରେକର୍ଡ ଲାଭ ହାସଲ କରିଛିଏହି ସଫଳତା ପଛରେ କମ୍ପାନୀର ପ୍ରତ୍ୟେକ ଶ୍ରମିକ ଓ କର୍ମଚାରୀଙ୍କ ନିରନ୍ତର ପ୍ରୟାସ ଏବଂ ନିଷ୍ଠା ରହିଛିଏହି ପଦକ୍ଷେପ ନାଲକୋ ଶ୍ରମିକ ଓ କର୍ମଚାରୀଙ୍କ ମନୋବଳ ବଢ଼ାଇବନୂଆଦିଲ୍ଲୀ, ୨୪ ମାର୍ଚ୍ଚ, ୨୦୨୬ – ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ)ର ଶ୍ରମିକ ଓ କର୍ମଚାରୀଙ୍କ ମନୋବଳ ବଢ଼ାଇବା ତଥା ସେମାନଙ୍କର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ଚଳିତ ଆର୍ଥିକ ବର୍ଷ ପାଇଁ ‘ପ୍ରଡକ୍ସନ ଗିଫ୍ଟ’ ବା ଉତ୍ପାଦନ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଭେଟି ଅନୁରୋଧ କରିଛନ୍ତି ।ଆର୍ଥିକ ବର୍ଷ ୨୦୨୪-୨୫ ରେ ନାଲକୋ ୭,୧୩୫ କୋଟି ଟଙ୍କାର ରେକର୍ଡ ଲାଭ (ପିବିଟି) ହାସଲ କରିଛି, ଯାହା କମ୍ପାନୀର ଦକ୍ଷତାକୁ ପ୍ରମାଣିତ କରୁଛି । ଏହି ସଫଳତା ପଛରେ କମ୍ପାନୀର ପ୍ରତ୍ୟେକ ଶ୍ରମିକ ଓ କର୍ମଚାରୀଙ୍କ ନିରନ୍ତର ପ୍ରୟାସ ଏବଂ ନିଷ୍ଠା ରହିଛି ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି । ନାଲକୋର ଭାରତୀୟ ମଜଦୁର୍ ସଂଘ(ବିଏମସି) ସମନ୍ୱୟ କମିଟିର ପ୍ରସ୍ତାବ ଆଧାରରେ ସମୁଦାୟ ଲାଭର କିଛି ଅଂଶକୁ ‘ପ୍ରଡକ୍ସନ ଗିଫ୍ଟ’ ଭାବେ କର୍ମଚାରୀଙ୍କୁ ପ୍ରଦାନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ପୂର୍ବରୁ ଆର୍ଥିକ ବର୍ଷ ୨୦୨୧-୨୨ରେ ମଧ୍ୟ ସମାନ ଭାବେ କର୍ମଚାରୀଙ୍କୁ ଏହି ସୁବିଧା ପ୍ରଦାନ କରାଯାଇଥିଲା, ଯାହା ଶ୍ରମିକମାନଙ୍କ ମଧ୍ୟରେ ଉତ୍ସାହ ଓ ଉନ୍ମାଦନା ସୃଷ୍ଟି କରିଥିଲା । ଏହି ପଦକ୍ଷେପ ଦ୍ୱାରା କର୍ମଚାରୀମାନେ କାମ କରିବା ପାଇଁ ଅଧିକ ପ୍ରୋତ୍ସାହିତ ହେବେ । ସେମାନଙ୍କର ମନୋବଳ ବୃଦ୍ଧି ହେବ । ଫଳସ୍ୱରୂପ ଆଗାମୀ ଦିନରେ କମ୍ପାନୀର ଉତ୍ପାଦନ କ୍ଷମତା ଓ ଲାଭ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକଟ କରିଛନ୍ତି । ଅନୁଷ୍ଠାନିକ ଉତ୍କର୍ଷତା ଏବଂ ଶ୍ରମିକ କଲ୍ୟାଣକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବ ଉପରେ ସହୃଦୟତାର ସହ ବିଚାର କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।ଏହି ସାକ୍ଷାତ୍ ସମୟରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ମୟୂରଭଞ୍ଜ ସାଂସଦ ଶ୍ରୀ ନବ ଚରଣ ମାଝି, ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ବିଏମଏସି ସମନ୍ୱୟ କମିଟିର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *