ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ମିନି ମାରାଥନ୍

ଛତ୍ରପୁର ତା ୨୫. ୦୩.୨୬ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଜାତୀୟ ସଂହତି ପାଇଁ ଦୌଡ଼ ଥିମ ଉପରେ ପର୍ଯ୍ୟବେଷିତ ଏକ ମିନି ମାରାଥନ୍ ଆୟୋଜିତ ହୋଇଯାଇଛି । ଏହି ମାରାଥନକୁ ଜିଲ୍ଲା କ୍ରୀଡା ଅଧିକାରୀ ତାପସ କୁମାର ସାମଲ ଶୁଭାରମ୍ଭ କରିଥିଲେ ।ଏହି ମାରାଥନ୍ ରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କ ସହିତ ସ୍ଥାନୀୟ କ୍ରୀଡ଼ାବିତମାନେ ଅଂଶଗ୍ରହଣ କରିଥିଲେ । ମାରାଥନ୍ ଟି ଛତ୍ରପୁର ସ୍ପୋର୍ଟସ ଷ୍ଟାଡିୟମ୍ ଠାରୁ ଆରମ୍ଭ ହୋଇ ଜାତୀୟ ସଂହତି ସମ୍ପର୍କିତ ସ୍ଲୋଗାନ ସହ କଲେକ୍ଟରରେଟ, ତଳ ବସଷ୍ଟାଣ୍ଡ, ରିକାପଲ୍ଲୀ, ବଜାର ରୋଡ, ଠାକୁରାଣୀ ମନ୍ଦିର ଦେଇ ପୁନଃ ଛତ୍ରପୁର ସ୍ପୋର୍ଟସ ଷ୍ଟାଡିୟମ୍ ଠାରେ ସମାପ୍ତ ହୋଇଥିଲା l

Leave a Reply

Your email address will not be published. Required fields are marked *