ଉତ୍କଳଜ୍ୟୋତି ଗୟାଧର ବାରିକଙ୍କ ୧୬ତମ ସ୍ମୃତି ଶ୍ରଦ୍ଧାଞ୍ଜଳି ସମାରୋହ ପାଳିତ

ଭଦ୍ରକ, ୨୫/୦୩: ଉତ୍କଳଜ୍ୟୋତି ସ୍ୱାଧୀନତା ସଂଗ୍ରାମୀ ଗୟାଧର ବାରିକଙ୍କ ୧୬ତମ ସ୍ମୃତି ଶ୍ରଦ୍ଧାଞ୍ଜଳି ସମାରୋହ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଭବ୍ୟ ଭାବେ ପାଳିତ ହୋଇଯାଇଛି। ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଏହି ଅବସରରେ ବକ୍ତାମାନେ କହିଥିଲେ ଯେ, ଗୟାଧର ବାରିକ ଗାନ୍ଧୀଜୀଙ୍କ ଆଦର୍ଶରେ ପ୍ରେରିତ ହୋଇ ଜୀବନଭରି ସମାଜସେବା ଓ ସ୍ୱାଧୀନତା ସଂଗ୍ରାମରେ ନିଜକୁ ଉତ୍ସର୍ଗ କରିଥିଲେ, ଯାହା ଚିର ସ୍ମରଣୀୟ।କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ଓ ସାହିତ୍ୟିକ ଡ଼. ଭାଗବତ ତ୍ରିପାଠୀ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ସମାଜସେବୀ ଓ ସ୍ତମ୍ଭକାର ହରେକୃଷ୍ଣ ପଣ୍ଡା ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ସଂସ୍କୃତ ବିଶାରଦ ଡ଼. ସଦାନନ୍ଦ ଦୀକ୍ଷିତ ଯୋଗଦେଇ ଯୁବପିଢ଼ିକୁ ବାରିକଙ୍କ ଆଦର୍ଶ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ।ବରିଷ୍ଠ ସାହିତ୍ୟିକ ଡ଼. ବ୍ରଜମୋହନ ମିଶ୍ର ବିଶିଷ୍ଟ ବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ଗୟାଧର ବାରିକ ଭାରତମାତାଙ୍କ ସତ୍ୟ ସନ୍ତାନ ଭାବେ ଦେଶ ପାଇଁ ଚରମ ତ୍ୟାଗ କରିଥିଲେ।

ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ଗୁଲ୍ମକୀ ଦଲୱାଜି ହବିବ ଓ ଅତିରିକ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର ଯୋଗଦେଇ ସ୍ବର୍ଗତ ବାରିକଙ୍କ ସ୍ମୃତି ଉଲ୍ଲେଖ କରିଥିଲେ।ଅନୁଷ୍ଠାନର ସଂପାଦକ ଉପେନ୍ଦ୍ର ବାରିକ ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ, ଗୟାଧର ପଣ୍ଡା ମଞ୍ଚ ପରିଚାଳନା, ଅଧ୍ୟାପକ ନାସିର ବକ୍ସ ଅତିଥି ପରିଚୟ ଓ ନାଟ୍ୟଶ୍ରୀ ନିର୍ମଳ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ହରେକୃଷ୍ଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କବି ସଂଯୁକ୍ତା ବଳ ମାନପତ୍ର ପାଠ କରିଥିଲେ। ଗାନ୍ଧୀ ବାଳାଶ୍ରମର କୃତୀଛାତ୍ର ରାମଦାସ ମାଝୀ, ପୌରପାଳିକାର ସଫେଇ କର୍ମଚାରୀ ଲିଲି ନାୟକ ଓ ଯୁବ କ୍ରିକେଟ ପ୍ରତିଭା ପୂଜାରାଣୀ ଦାସଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *