ସରକାରୀ ସ୍କୁଲ ରେ ନାମ ଲେଖାଇବା ପାଇଁ ନିମନ୍ତ୍ରଣ ଦେଲେ ଜିଲ୍ଲାପାଳ ।
କନ୍ଧମାଳ, ଫୁଲବାଣୀ ଜିଲ୍ଲାରେ ଚାଲିଥିବା ପ୍ରବେଶ ଉତ୍ସବ ବା ଖଡ଼ିଛୁଆଁ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାପାଳ ବେଦଭୂଷଣ ମହଦୋୟ ନିଜେ ଏହାର ନେତୃତ୍ଵ ନେଇ ଆଜି ଫୁଲବାଣୀ ସହରର ସାହି ସାହି ବୁଲି ସରକାରୀ ସ୍କୁଲରେ ନାମଲେଖା ଇବା ପାଇଁ ପ୍ରଥମେ କେନ୍ଦୁପଦର ଓ ପରେ ଫୁଲବାଣୀ ସାହିର କନ୍ଧସାହିରେ ଥିବା ସୁନପ୍ରତିମା ସ୍କୁଲକୁଯାଇ ଛଟଛଟ ପିଲାମାନଙ୍କୁ ନିମନ୍ତ୍ରଣ କରିଥିଲେ । ସେହି ସ୍କୁଲରେ ପଢୁଥିବା ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ପିଲାମାନଙ୍କୁ ଗଣିତ ପଢାଇବା ଦେଖିବାକୁ ମିଳିଥିଲା । ପିଲାମାନଙ୍କୁ ତିନିଅଙ୍କ ବିଶିଷ୍ଟ ହରଣ କରିବାକୁ ଦେଇ ପାଠପଢା ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ସହ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ,ଉପଜିଲ୍ଲାପାଳ ଭିକାରୀ ସାହୁ,ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଜିଲ୍ଲା ମଙ୍ଗଳ, ଅଧିକାରୀ ରବି ନାରାୟଣ ମିଶ୍ର,ଏଡିଇଓ ମାନସରଞ୍ଜନ ଦାସ, ବିଇଓ ରଞ୍ଜନକହଁର, ଏବିଇଓ ଧନେଶ୍ଵର କହଁର, ଓ ସିଆରସିସି ମାନେ ଉପସ୍ଥିତ ଥିଲେ ।
