ଆଇଏସଓ ସାଟିଫିକେଟ୍ ପାଇଁ ରାଜ୍ୟ ଟିମ ପରିଦର୍ଶନ ।

ଶଙ୍କରଖୋଲ, କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଆଇଏସଓ ସାଟିଫିକେଟ ପ୍ରଦାନ ପାଇଁ ଶଙ୍କରଖୋଲ ପଞ୍ଚାୟତ କାର୍ଯ୍ୟଳୟ, ତଥା ପ୍ରଶିକ୍ଷଣ କେନ୍ଦ୍ରକୁ ରାଜ୍ୟଟିମପରିଦର୍ଶନ କରିଥିଲେ । ଶଙ୍କରଖୋଲ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପ୍ରଥମେ ପାଠାଗାର, ସଭାଗୃହ, ଗୋଦାମଗୃହ, ଆଶ୍ରୟସ୍ଥଳୀ, ବିଶୁଦ୍ଧ ପାନୀୟଜଳ,ଶୌଚାଳୟ, ବଗିଚା,ସମସ୍ତ ରେଜିଷ୍ଟର ଖାତା ଗୁଡ଼ିକ କ୍ୟାସ୍ବୁକ୍ ସହିତ ପଞ୍ଚାୟତ କାର୍ଯ୍ୟାଳୟ ବୁଲି ଦେଖିଥିବା ବେଳେ କାର୍ଯ୍ୟାଳୟ ସ୍ୱଚ୍ଛରହିଥିବା ନେଇ ଉଚ୍ଚକୋଟୀରର ପ୍ରଶଂସା କରିଥିଲେ । ଏଥିରେ ରାଜ୍ୟ ସ୍ତରୀୟ ଟିମରେ ମନୋଜକୁମାରପ୍ରଧାନ,ପ୍ରିୟାସୁ ରାଉତରାୟ,ପର୍ଶୁରାମ ରାଉତ ଉପସ୍ଥିତ ରହି ଅନୁଧ୍ୟାନ କରିଥିଲେ ।ଉକ୍ତ ଟିମ୍ ୨ଦିନ ମଧ୍ୟରେ ଜିଲ୍ଲାର ୧୦ ଗୋଟି ପଞ୍ଚାୟତ ପରିଦର୍ଶନ କରି ଫେରୁଥିବା ଜଣା ପଡିଛି ।ଏଥିରେ ଚକାପାଦ ବ୍ଲକ ଜିପିଓ ଧିରଜ୍ କୁମାର ସାବତ,ସ୍ଥାନୀୟ ସରପଞ୍ଚ ଜାନକୀ ପ୍ରଧାନ, ନାଏବ ସରପଙ୍କୁ ମାଲେଶ୍ୱର୍ କହଁର,ଏଡିଓ ଗୀତାରାଣୀ ନାୟକ ଯୋଗାଣ ସହାୟକ ସୁନିଲ କୁମାର ରଣା,ଏମ୍ବିକେ ସତବନ୍ତି ଦିଗାଲ,ପ୍ରମୁଖ ଉପସ୍ଥିତ ଥିଲେ ।ଉକ୍ତ ପଞ୍ଚାୟତ ପ୍ରଶିକ୍ଷଣ କେନ୍ଦ୍ରକୁ ଆଇଏସଓ ସାଟିଫିକେଟ ପ୍ରଦାନ କରାଗଲା ପରେ ରାଜ୍ୟ ଓ କେନ୍ଦ୍ରୀୟ ଅନୁଦାନ ଅଧିକ ମିଳିବ ବୋଲି ଜଣାପଡିଛି ।ଏବେ ଜିଲ୍ଲା ଭିତରେ ଜନପ୍ରତିନିଧିଙ୍କ ପ୍ରଶିକ୍ଷଣ ଦିଆଯିବର ବ୍ୟବସ୍ଥା ହୋଇଥିବା ବେଳେ ଆଇଏସଓ ସାଟିଫିକଟ ପ୍ରମାଣ ପତ୍ର ପାଇବାପରେ ଅନ୍ୟ ଜିଲ୍ଲାର ଜନ ପ୍ରତିନିଧି ଆସି ଏଠାରେ ପ୍ରଶିକ୍ଷଣ ନେବା ବ୍ୟବସ୍ଥା ରହିବା ତାହା ସହିତ ପଞ୍ଚାୟତ କ୍ୟାସ୍ ବୁକ୍ ଉନ୍ନତମାନର ପଞ୍ଚାୟତ ରୂପେ ଗଠନହୋଇ ରହିପାରିବ ବୋଲି ଆଶା ବ୍ୟକ୍ତ କରାଯାଇଅଛି ।

Leave a Reply

Your email address will not be published. Required fields are marked *