ଆମ ପୋଲିସ୍ ସଭା ଅନୁଷ୍ଠିତ
ତାଳବଣିଆ ଥାନା ତରଫରୁ ସର୍ବୋଦୟନଗର ଯୁବକ ସଂଘ ଅଫିସ୍ ରେ ଆମ ପୋଲିସ୍ ସଭା ଅନୁଷ୍ଠିତ ହୋଇଯାଇଛି | ଏହି ସଭାରେ ପ୍ରାୟତଃ 50 ଜଣ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ | ସ୍ଥାନୀୟ ସମସ୍ୟା ଉପରେ ଆଲୋକପାତ କରାଯାଇ ପୋଲିସ୍ ଓ ଜନତା ର ମିଳିତ ଉଦ୍ୟମରେ ସେ ସବୁ ର ସମାଧାନ କଥା ବିଚାର କରାଯାଇଥିଲା | ଏତଦ୍ ବ୍ୟତୀତ ମଦ୍ୟପ ତଥା ନିଶାଶକ୍ତ ଯୁବକଙ୍କ ଦୌରାତ୍ମ୍ୟ କୁ କଡ଼ା ପେଟ୍ରୋଲିଂ ଦ୍ୱାରା ଦମନ , ବେପରୁଆ ଗାଡ଼ି ଚାଳନା ଲାଗି ନିୟମିତ ନାକା , ବ୍ୟକ୍ତିଗତ ତଥା ସମ୍ପତ୍ତିଗତ ସୁରକ୍ଷା ପାଇଁ ଆତ୍ମ ସଚେତନତା ପ୍ରତି ଆଲୋଚନା ହୋଇଥିଲା !
