ପୁରୀ ଜିଲ୍ଲାରେ ନାବାଳିକା ନିଖୋଜ
ପ୍ରେସ୍ ନୋଟ
ପୁରୀ ଜିଲ୍ଲାରେ ନାବାଳିକା ନିଖୋଜ ଘଟଣାରେ ପୋଲିସର ତତ୍ପର ଫଳରେ ଦୁଇଜଣ ନାବାଳିକା କନ୍ୟାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ସଦର ଥାନା କେସ୍ ନଂ-୧୯୪/୨୬ ସମ୍ବନ୍ଧରେ ଏକ ୧୭ ବର୍ଷୀୟା ନାବାଳିକା କନ୍ୟା ନିଖୋଜ ହୋଇଥିବା ସୂଚନା ପାଇବା ପରେ ପୋଲିସ ତତ୍କ୍ଷଣାତ୍ ତଦନ୍ତ ଆରମ୍ଭ କରିଥିଲେ। ସଂଗୃହୀତ ସୂଚନା ଓ ତଦନ୍ତର ଆଧାରରେ ଉକ୍ତ ନାବାଳିକାକୁ ଆଜି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବର୍ତ୍ତମାନ ତାଙ୍କ ସମ୍ବନ୍ଧରେ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଚାଲୁ ରହିଛି।

ଏହା ସହିତ କୁମ୍ଭାରପଡ଼ା ଥାନା କେସ୍ ନଂ-୧୫୯ ତାରିଖ ୨୪.୦୩.୨୦୨୬ ଧାରା ୧୩୭(୨) ବିଏନଏସ୍ ଅନୁଯାୟୀ ରୁଜୁ ହୋଇଥିବା ଅନ୍ୟ ଏକ ନାବାଳିକା ନିଖୋଜ ମାମଲାରେ ମଧ୍ୟ ପୋଲିସ ସଫଳତାର ସହିତ ତଦନ୍ତ କରି ଉକ୍ତ କନ୍ୟାଙ୍କୁ ଉଦ୍ଧାର କରିଛନ୍ତି। ଏହି ମାମଲାରେ ମଧ୍ୟ ଆଗାମୀ ଆଇନଗତ ପ୍ରକ୍ରିୟା ଚାଲିଛି। ଦୁଇଟି ମାମଲାରେ ମଧ୍ୟ ଉଦ୍ଧାର ହୋଇଥିବା ନାବାଳିକାମାନଙ୍କୁ ଚିକିତ୍ସା ପରୀକ୍ଷା ପାଇଁ ପଠାଯାଇବା ସହିତ ତାଙ୍କର ପରିବାର ସଦସ୍ୟଙ୍କ ସହିତ ଯୋଗାଯୋଗ ସ୍ଥାପିତ କରାଯାଇଛି। ସମସ୍ତ ଆବଶ୍ୟକ ଆଇନଗତ ପଦକ୍ଷେପ ନିୟମାନୁସାରେ ଗ୍ରହଣ କରାଯାଉଛି। ପୁରୀ ପୋଲିସ ନାଗରିକମାନଙ୍କୁ ଅନୁରୋଧ କରୁଛି ଯେ, ନାବାଳିକା ଓ ଶିଶୁମାନଙ୍କ ସୁରକ୍ଷା ପ୍ରତି ସଚେତନ ରୁହନ୍ତୁ ଓ କୌଣସି ସନ୍ଦେହଜନକ ଘଟଣା ଦେଖିଲେ ନିକଟସ୍ଥ ପୋଲିସ ଥାନାକୁ ଅବଗତ କରନ୍ତୁ। ପୁରୀ ପୋଲିସ ସଦା ନାଗରିକମାନଙ୍କ ସୁରକ୍ଷା ଓ ସେବା ପାଇଁ ପ୍ରତିବଦ୍ଧ।
