ରୁକୁଣା ରଥଯାତ୍ରା ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ
ଭୁବନେଶ୍ୱର-ତା.୨୬.୦୩.୨୦୨୬-ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅବସରରେ ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସୂଚନା କେନ୍ଦ୍ର ତଥା ହଜିବା ଖୋଜିବା କେନ୍ଦ୍ର ଖୋଲାଯାଇ ଜନସାଧାରଣ ମାନଙ୍କୁ ସେବା ପ୍ରଦାନ କରାଯାଇଛି । ଏତଦବ୍ୟତୀତ ଜନ ସମାଗମକୁ ଦୃଷ୍ଟିରେ ରଖି ଜନସାଧାରଣ ମାନଙ୍କୁ ରଥଯାତ୍ରା ସଂକ୍ରାନ୍ତୀୟ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରାଯାଇଛି । ରଥଯାତ୍ରା ମହାତ୍ମ ସମ୍ପର୍କରେ ମଧ୍ୟ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏଥିରେ ଇଞ୍ଜିନିୟର ଅଭିନନ୍ଦନ ଦାଶ, ଡଃ ଅଂଶୁମାନ କର, ଶ୍ରୀ ବୈକୁଣ୍ଠ ନାଥ ପ୍ରଧାନ, ଶ୍ରୀ ସଚ୍ଚିଦାନନ୍ଦ ବେହେରା, ପ୍ରଫେସର ଜୟକୃଷ୍ଣ ଦାସ, ଡଃ ଗୁରୁ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ ଧାରବିବରଣୀ ପ୍ରଦାନ କରିଥିଲେ । ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ,ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ଉପ ଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ, ଶ୍ରୀ ଲିଙ୍ଗରାଜ ମନ୍ଦିର ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ହେମନ୍ତ କୁମାର ଭାରିମଲ୍ଲ ପ୍ରମୁଖ ପ୍ରବଚକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥିସହ ରଥକାଠ ପ୍ରଦାନ କରିଥିବା ବିଭିନ୍ନ ବ୍ୟକ୍ତିବିଶେଷ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।
