ଏନ୍ ଓ ଆଇ ପି କଟକ ମଣ୍ଡଳର ସାଧାରଣ ବୈଠକ”

କଟକ ତା ୨୬-୩-୨୦୨୬ ଗୁରୁବାର ପବିତ୍ର ଅଶୋକାଷ୍ଟମି ଦିନ ଚହଟା ନିକଟ ରାମ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜୀବନ ବୀମା ନିଗମର ରାଷ୍ଟ୍ରୀୟ ଅବସରପ୍ରାପ୍ତ ବୀମା ପେନସନ ଭୋଗି ସଂଘ (NOIP) କଟକ ମଣ୍ଡଳ ୟୁନିଟର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ।ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ନିର୍ମଳେନ୍ଦୁ ନାୟକ, ସମ୍ପାଦକ ଶ୍ରୀ ଜୟଶଙ୍କର ମହାରଣା, ସର୍ବଭାରତୀୟ କ୍ୟାବିନେଟ ସଦସ୍ୟ ଶ୍ରୀ ତାରିଣୀ ପ୍ରସାଦ ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ କୁ ଉଦ୍ଘାଟନ କରିଥିଲେ ।ପେନସନ ଭୋଗୀଙ୍କ ବିଭିନ୍ନ ସମସ୍ୟା ଉପରେ ଏବଂ ସଂଗଠନକୁ ଆହୁରି ସୁଦୃଢ କରିବା ଉପରେ ବିଶେଷ ଭାବରେ ଆଲୋଚନା କରାଯାଇ ପେନସନ ଭୋଗିଙ୍କ ସୁରକ୍ଷା ନିମନ୍ତେ ଏକ ସ୍ୱାସ୍ଥ୍ୟ ସେବା ଟିମ୍ ସଂଘର ଯୁଗ୍ମ ସମ୍ପାଦକ ଶ୍ରୀ ଲକ୍ଷ୍ମୀ କାନ୍ତ ପ୍ରଧାନଙ୍କ ଅଧକ୍ଷତାରେ ଗଠନ କରାଯିବା ନିମନ୍ତେ ପ୍ରସ୍ତାବ ଆଗତ ଓ ଗୃହୀତ କରାଗଲା ।

ଏହି ବୈଠକରେ ରବୀନ୍ଦ୍ର ନନ୍ଦ, ବିଶ୍ୱଜିତ୍ ଦାସ, ବିଜୟ ରାଉତ, ବସନ୍ତ ବେହେରା, ଇନ୍ଦ୍ରନିଲ ସେନଗୁପ୍ତ, ମଧୁସୂଦନ ସେଠୀ, ଦୀପକ ଦେ, ଅନ୍ତର୍ଯ୍ୟାମୀ ନାୟକ, ଅଜୟ ମିଶ୍ର, ଚିତ୍ତରଞ୍ଜନ ମହାନ୍ତି, ତପନ ଜେନା, ରମେଶ ସାହାଣୀ, ହରେକୃଷ୍ଣ ଦେ, କିଶୋର ପରିଡ଼ା, ହରେକୃଷ୍ଣ ପଣ୍ଡା, ସୁରେଶ ଦାସ, ଦେବେନ୍ଦ୍ର ଦଳବେହେରା, କୈଳାଶ ପଣ୍ଡା ପ୍ରମୁଖ ବହୁ ବିଶିଷ୍ଟ ସଦସ୍ୟ ମାନେ ଯୋଗ ଦେଇଥିଲେ ।ବୈଠକର ଅନ୍ତିମ ପର୍ଯ୍ୟାୟରେ ନୂତନ ସଦସ୍ୟ ଭାବରେ ଶ୍ରୀ ଭଗବାନ ସେଠୀଙ୍କ ସହିତ ବିଶିଷ୍ଟ ଲେଖକ, ଗାଳ୍ପିକ, ବ୍ୟଙ୍ଗକାବି ଶ୍ରୀ ରାଧେଶ୍ୟାମ ରାଉଳଙ୍କୁ ତାଙ୍କର ଉଲ୍ଲେଖନୀୟ ଦକ୍ଷତା ପାଇଁ ଉପଢକନ୍ ଦେଇ ସମ୍ମାନିତ କରାଯାଇଥିଲା ।ଏବଂ ସଂଘର ଉପ ସଭାପତି ଶ୍ରୀ ଶରତ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ ଦେଇଥିଲେ ।

Leave a Reply

Your email address will not be published. Required fields are marked *