ଉଦଳା ରେ ମା ବାସନ୍ତୀକା ପୂଜା ଅନୁଷ୍ଠିତ l
ଉଦଳା ତା୨୬/୩ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟ ସ୍ଥଳୀରେ ମା ବାସନ୍ତୀକା ପୂଜା ଅନୁଷ୍ଠିତ ହୋଇଯାଇଛି l ଏହି ସାର୍ବଜନୀନ ବାସନ୍ତୀକା ପୂଜା ଦୀର୍ଘ ଦିନରୁ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଏହା ଅତି ଧୂମଧାମରେ ପାଳନ କରାଯାଉଛି l ଗତକାଲି ସକାଳେ ପୂଜକ ପ୍ରଭାକର ଶତପଥି,, ମନୋରଞ୍ଜନ ଶତପଥି ଓ ସୁଧାକର ଆଚାର୍ଯ୍ୟ ଙ୍କ ତତ୍ୱାବଧାନ ରେ ପୂଜାକାର୍ଯ୍ୟ ଆରମ୍ଭ କରା ଯାଇଥିଲା l ଭୋଳାନାଥ ଜେନା, ନିରଞ୍ଜନ ମହାପାତ୍ର, ତପନ କୁମାର ଦାସ କର୍ତ୍ତା ଦାୟିତ୍ୱ ନିଭାଇଥିଲେ l ଗତ କାଲି ସକାଳ ୬. ୦୫ ମିନିଟ ସମୟ ରେ ସର୍ବ ସାଧାରଣ ପୂଜା ଆରମ୍ଭ କରା ଯାଇଥିଲା l ପରେ ପରେ ଦିବା ୧୧. ୨୫ ସମୟ ରେ ସନ୍ଧି ପୂଜା ଆରମ୍ଭ ହୋଇ ୧୧. ୪୯ ସମୟ ରେ ପରିସମାପ୍ତି ହୋଇଥିଲା l ପୂଜା କମିଟି ର ସଭାପତି ବିଷ୍ନୁପାଦ ସଦୁଆଲ, ଶିଶିର କୁମାର ପରିଛା, ପ୍ରସନ୍ନ କୁମାର ରାଉତ, ନୀଳକଣ୍ଠ ଲେଙ୍କା, ଉଦଳା ର ବରିଷ୍ଠ ନାଗରିକ ସଚ୍ଚିଦାନନ୍ଦ ପରିଡା, ସନ୍ତୋଷ କୁମାର ବାଛିନି ସମେତ ବହୁ ସଦସ୍ୟ ପୂଜା କାର୍ଯ୍ୟ କ୍ରମ ପରିଚାଳନରେ ସହଯୋଗ କରିଥିଲେ l ତେବେ ଆଜି ପବିତ୍ର ରାମନାବାମୀ ଥିବାରୁ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ ବୋଲି ପୂଜା କମିଟି ସୂଚନା ପ୍ରଦାନକରିଛନ୍ତି l
