ଧରାକୋଟ ରେ ପବିତ୍ର ଶ୍ରୀ ରାମ ନବମୀ ପାଳନ
ଧରାକୋଟ,27/3/26 ଧରାକୋଟ ଅଞ୍ଚଳରେ ପବିତ୍ର ରାମନବମୀ ମହା ଆଡ଼ମ୍ବର ରେ ପାଳନ ହୋଇଯାଇଛି। ରାମଭକ୍ତ ମାନଙ୍କ ଦ୍ଵାରା ଏକ ମୋଟରସାଇକଲ ଶୋଭାଯାତ୍ରା ପ୍ରଥମେ ପୁଟୁ ସ୍ଥିତ ମୁକ୍ତେଶ୍ୱର ମନ୍ଦିର ରୁ ବହାରି ଯାହଡା, ବରଡାବିଲି,ହରିପୁର,ପ୍ରତାପୁର,ବେଠୁଆର,ଚାରିଛକ,ଧରାକୋଟ,ମୁଣ୍ଡମରାଇ,ସରଧାପୁର,କୁସରାବ,କେ.ରାମଚନ୍ଦ୍ରପୁର,ରେଡିଦାମୋଦର୍ ପଲ୍ଲୀ ଭ୍ରମଣ କରି ଢୋଉଗାଁ ଶିବମନ୍ଦିର ରେ ପହଞ୍ଚି ଥିଲା । ଏହି ଅବସରରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ଆଦର୍ଶଗତ ଜୀବନୀ ଓ ସମାଜ ପ୍ରତି ରହିଥିବା ସଂସ୍କାର ମୂଳକ ବାର୍ତ୍ତା ବିଷୟରେ ଆଲୋଚନା କରାଯାଇଥିଲା । ଏହି ଉତ୍ସବ ରେ ବିଜେପି କୃଷକ ମୋର୍ଚ୍ଚା ରଜ୍ୟସଂଯୋଜକ ସୁନିଲ ମହାନ୍ତି,ମଣ୍ଡଳ ସଭାପତି – ପ୍ରଭାକର ପ୍ରଧାନ,ଜିତେନ୍ଦ୍ର ବିଶୋଇ,ଟୁକୁନା

ନାୟକ,ଅନୁସୂଚିତଜାତି ମୋର୍ଚ୍ଚା ଜିଲ୍ଲାସଭାପତିମାନସରଞ୍ଜନ ନାୟକ,ଯୁବମୋର୍ଚ୍ଚା ସଭାପତି ମିଥୁନ ପ୍ରଧାନ,ଯୁବମୋର୍ଚ୍ଚା ସମ୍ପାଦକ ଦେବାଶିଷ ମିଶ୍ର,ପୂର୍ବତନ ମଣ୍ଡଳ ସଭାପତି ୟୁ ପାପା ରାଓ ,ମଣ୍ଟୁ ସାବତ,ଗଗନ ବିହରି ସ୍ୱାଇଁ,ଶିବଶଙ୍କର ମହାନ୍ତି,ସୁଶାନ୍ତ ସ୍ୱାଇଁ,ଅଚ୍ୟୁତ ଗୌଡ଼,ଅଶୋକ ବରାଡ,ଶିବରାମ ପାଢ଼ୀ, କାଳୀ ପ୍ରସାଦ ବେହେରା,ଜଗନ୍ନାଥ ପରିଡ଼ା,ବାଲ୍ମିକୀ ଭଞ୍ଜ ସହିତ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ରାମଭକ୍ତ ଏଥିରେ ସମବେତ ହୋଇଥିଲେ ।
